ETV Bharat / health

ରିପୋର୍ଟରେ ଖୁଲାସା, ମେଦବହୁଳ ବ୍ୟକ୍ତିଙ୍କୁ କର୍କଟ ହେବା ଆଶଙ୍କା ଅଧିକ !

author img

By ETV Bharat Odisha Team

Published : Jan 22, 2024, 11:30 AM IST

Obesity And Multiple Myeloma: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ମେଦବୃଦ୍ଧି ହାର । ତେବେ ଏହା ଅନେକ ରୋଗର କାରଣ ସାଜୁଥିବା ବେଳେ କର୍କଟ ରୋଗ ସହିତ ଏହାର ସମ୍ପର୍କ ରହିଥିବା ନେଇ ମଧ୍ୟ ଏକ ରିପୋର୍ଟରେ ଖୁଲାସା କରାଯାଇଛି । ଅଧିକ ପଢନ୍ତୁ

Obesity And Multiple Myeloma
ମେଦବହୁଳ ବ୍ୟକ୍ତିଙ୍କୁ କର୍କଟ

ହାଇଦ୍ରାବାଦ : ବିଶ୍ବରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ମେଦବହୁଳତା ଅନ୍ୟତମ । ଛୋଟ ଛୁଆଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଜନ ବଢିବା ଏବଂ ମେହବହୁଳତା ଯୋଗୁଁ ଅନେକ ଗମ୍ଭୀର ରୋଗ ହେବାର ସମସ୍ୟା ରହିଥାଏ ।

ବର୍ଦ୍ଧିତ ଓଜନ ଯୋଗୁଁ ମଧୁମେହଠାରୁ ଆରମ୍ଭ କରି ହୃଦରୋଗ ପର୍ଯ୍ୟନ୍ତ ରୋଗ ହେବାର ସମ୍ଭାବନା ରହିଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ତେବେ ମେଦବହୁଳତାକୁ ନେଇ ନିକଟରେ ଏକ ଅନୁସନ୍ଧାନ କରାଯାଇଥିଲା । ମୋଟାପା ଯୋଗୁଁ ସାଂଘାତିକ କର୍କଟ ରୋଗ ହେବାର ସମ୍ଭବନା ଅଧିକ ରହିଥାଏ ବୋଲି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ନ୍ୟୁୟର୍କର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ମୋଟାପା ଯୋଗୁଁ ମଲ୍ଟିପଲ ମାଇଲୋମା (ପ୍ଲାଜମା କୋଷର ରକ୍ତ କର୍କଟ) ହେବାର ଆଶଙ୍କା 70 ପ୍ରତିଶତରୁ ଅଧିକ ରହିଥାଏ ।

ମୋଟାପା ଏବଂ ପଲ୍ଟିପଲ ମାଇଲୋମା: ଆମେରିକାର ମେସାଚୁସେଟ୍ସ ଜେନେରାଲ ହସ୍ପିଟାଲ ଟିମର କହିବା ଅନୁସାରେ, ମଲ୍ଟିପଲ ମାଇଲୋମା ବିକଶିତ ହେବା କ୍ଷେତ୍ରରେ ଧୂମ୍ରପାନ ଏକ ମୁଖ୍ୟ ସମସ୍ୟା ଭାବେ ବିବଚନା କରାଯାଇଥାଏ । କିନ୍ତୁ ମୋଟାପା ମଧ୍ୟ ଏହାର ଏକ କାରଣ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହି ରିପୋର୍ଟ ବ୍ଲଡ ଆଡଭାନ୍ସ ଜର୍ଣ୍ଣଲରେ ପ୍ରକାଶିତ ହୋଇଛି । ମୋଟାପା କାରଣରୁ ମୋନୋକ୍ଲୋନାଲ ଗାମୋପାଥି ଅଫ ଅନଡେରାମିନ୍ଡ ସିଗ୍ରିଫିକେନ୍ସ(MGUS)ର ଆଶଙ୍କା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: 43 ଲକ୍ଷ ଶିଶୁ ମେଦବହୁଳତାର ଶିକାର: ସର୍ଭେ ରିପୋର୍ଟ

ଆମେରିକାରର 2ହଜାର 628ଜଣଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା । ପୂର୍ବରୁ ସେମାନଙ୍କର ହେମାଟୋଲୋଜିକ୍ ବିକୃତିର ଇତିହାସ ରହିଥିବା ବେଳେ ମଲ୍ଟିପଲ ମାଇଲୋମା ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥିଲା । ତେବେ ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ମେଦବହୁଳ ବ୍ୟକ୍ତିମାନଙ୍କର MGUS ହେବାର ଆଶଙ୍କା 73 ପ୍ରତିଶତ ଅଧିକ ରହିଥିବା ନେଇ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ । ଟିମର କହିବା ଅନୁସାରେ, ଯେଉଁ ବ୍ୟକ୍ତି ଶାରିରୀକ ଭାବେ ସକ୍ରିୟ ରହିଥିଲେ(ପ୍ରତିଦିନ 45ରୁ 60 ମିନିଟ ଦୌଡୁଥିବା ବ୍ୟକ୍ତି)ଙ୍କ ନିକଟରେ ପ୍ଲାଜମା ସେଲରେ ଅନିୟନ୍ତ୍ରଣ ହେବାର ଆଶଙ୍କା କମ ରହିଥାଏ । କର୍କଟ ରୋଗ ହେବାର ଆଶଙ୍କା କମାଇବା ପାଇଁ ଓଜନ ନିୟନ୍ତ୍ରଣ କରିବା, ବ୍ୟାୟାମ କରିବା ଏବଂ ଧୂମପାନ ଭଳି ଅଭ୍ୟାସଠାରୁ ଦୂରରେ ରହିବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.