ETV Bharat / health

ଜନ ଔଷଧି ଦିବସ, ଶସ୍ତାରେ ଭଲ ହୁଏ ରୋଗ

author img

By ETV Bharat Odisha Team

Published : Mar 7, 2024, 6:43 AM IST

ଜନ ଔଷଧି ଦିବସ
ଜନ ଔଷଧି ଦିବସ

Jan Aushadhi Diwas: ଆଜିର ସମୟରେ ଏଭଳି କେହି ନାହାନ୍ତି ଯେଉଁମାନଙ୍କର କି ଚିକିତ୍ସାରେ ଅର୍ଥ ଖର୍ଚ୍ଚ ହୁଏ ନାହିଁ । କିନ୍ତୁ ଔଷଧର ଦର ଅଧିକ ରହିଥିବା ଯୋଗୁଁ ଏହାକୁ କିଣିବା ସମସ୍ତଙ୍କ ପାଖେ ସମ୍ଭବ ହୋଇନଥାଏ । ସହଜରେ ଏବଂ ସୁଲଭ ମୂଲ୍ୟରେ ଲୋକେ କିପରି ଔଷଧ ପାଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଜନ ଔଷଧି ଯୋଜନା ।

ହାଇଦ୍ରାବାଦ: 2019 ମସିହା ପରଠାରୁ ପ୍ରତିବର୍ଷ ମାର୍ଚ୍ଚ 7ତାରିଖରେ ଜନ ଔଷଧି ଦିବସ ପାଳନ କରାଯାଉଛି । ମାର୍ଚ୍ଚ 1 ତାରିଖରୁ ଜନ ଔଷଧି ସପ୍ତାହ ଆରମ୍ଭ ହୋଇଥିବା ବେଳେ 7 ତାରିଖରେ ଏହା ଶେଷ ହୋଇଥାଏ । ଜେନେରିକ୍ ଔଷଧ ଏବଂ ଏହାର ଅନ୍ୟାନ୍ୟ ଦିଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜନ ଔଷଧି ଦିବସ ପାଳନ କରାଯାଏ । ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ କମ ମୂଲ୍ୟରେ ଉନ୍ନତମାନର ଔଷଧ ଯୋଗାଇବା ଆଜି ଦିନର ମୂଳ ଲକ୍ଷ୍ୟ ।

ଜନ ଔଷଧି ଦିବସର ଇତିହାସ: 7 ମାର୍ଚ୍ଚ 2019 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା(PMBJP) ଭାବେ ଜନ ଔଷଧି ଦିବସ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଲୋକଙ୍କ ନିକଟରେ କିପରି ଏହି ସୁବିଧା ପହଞ୍ଚିପାରିବ ସେହି ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଦିବସ ପାଳନର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ହୃଦୟଙ୍ଗମ କରିଥିଲେ । ଲକ୍ଷ ଲକ୍ଷ ପରିବାର ମଧ୍ୟରେ ଜେନେରିକ୍ ଔଷଧ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଏଦି ଦିନ ଆରମ୍ଭ କରାଯାଇଥିଲା ।

ଜେନେରିକ ଔଷଧ କଣ: ଜେନେରିକ ଏବଂ ନନଜେନେରିକ ଔଷଧ ପ୍ରାୟ ସମାନ ଅଟେ । ଏହାର ମାତ୍ରା, ପ୍ରଭାବ, ଗୁଣ ଏବଂ ବ୍ରାଣ୍ଡ ସମାନ ହୋଇଥାଏ । କିନ୍ତୁ ବ୍ରାଣ୍ଡେଡ ଔଷଧ ଠାରୁ ଏହାର ମୂଲ୍ୟ କମ୍ ହୋଇଥାଏ । ବିଶ୍ବରେ ଜେନେରିକ ଔଷଧର ଉତ୍ପାଦକ ଏବଂ ରପ୍ତାନୀକାରୀ ଦେଶ ଭାବେ ଶୀର୍ଷରେ ରହିଛି । ଏହି ଯୋଜନା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ଜନ ଔଷଧି କେନ୍ଦ୍ର ସ୍ଥାପନ କରାଯାଇଛି । ବାସ୍ତବରେ ଲୋକେ କିପରି ଏଥିପାଇଁ ଜାଗୃତ ରହିବେ, ସେଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ: Jan Aushadhi Diwas: ନିଃସନ୍ଦେହରେ ଜେନେରିକ୍ ମେଡିସନ୍ ସେବନ କରନ୍ତୁ, ସୁସ୍ଥ ରୁହନ୍ତୁ

ସ୍ବଳ୍ପ ମୂଲ୍ୟରେ ବ୍ରାଣ୍ଡେଡ ଔଷଧ: ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା(PMBJP) ଅଧିନରେ ଜନଔଷଧି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଜନସାଧାରଣଙ୍କୁ ଶସ୍ତାରେ ଔଷଧ ମିଳିବା ଲକ୍ଷ୍ୟ ରହିଥିଲା । ବ୍ରାଣ୍ଡେଡ ଠାରୁ ଏହି ଜେନେରିକ ଔଷଧର ମୂଲ୍ୟ ପ୍ରାୟ 50 ପ୍ରତିଶତ କମ୍ ରହିଥାଏ । ବଜାର ମୂଲ୍ୟ ଠାରୁ ପ୍ରାୟ 80 ପ୍ରତିଶତ କମ୍ ରହିଥାଏ । ଉଦାହରଣ ସ୍ୱରୂପ, ବିଭିନ୍ନ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଟେଲମିସାର୍ଟନ୍ 40 ମିଗ୍ରା ଔଷଧର ହାରାହାରି ମୂଲ୍ୟ ୟୁନିଟ୍ ପିଛା 72 ଟଙ୍କା ଥିବାବେଳେ ଜେନେରିକ୍ ଭର୍ସନର ୟୁନିଟ୍ ପିଛା ପ୍ରାୟ 12 ଟଙ୍କା ରହିଛି ।

ନଭେମ୍ବର 2008ରେ ରସାୟନ ଏବଂ ଉର୍ବରକ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଫାର୍ମାସ୍ୟୁଟିକାଲ ବିଭାଗ ଦ୍ବାରା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା(PMBJP) ଆରମ୍ଭ ହୋଇଥିଲା । ଏହାପରେ 30 ନଭେମ୍ବର 2023 ସୁଦ୍ଧା ସମଗ୍ର ଦେଶରେ 10,000 ଜନ ଔଷଧି କେନ୍ଦ୍ର ସ୍ଥାପନ ହୋଇଥିଲା । 2023 ମସିହାରେ 1000 କୋଟି ଟଙ୍କାର ଜନଔଷଧ ବିକ୍ରି ହୋଇଥାଏ ବେଳେ ଦେଶର ଜେନେରିକ ଇତିହାସରେ ଏକ ମାଇଲଖୁଣ୍ଡ ବୋଲି ବିବେଚନା କରାଯାଇପାରେ । ତଥ୍ୟ ଅନୁସାରେ, ଦୋକାନରେ 1700 ରୁ ଅଧିକ ଔଷଧ ଏବଂ 200 ସର୍ଜିକାଲ୍ ସାମଗ୍ରୀ ଉପଲବ୍ଧ ରହିଥାଏ । ପ୍ରତିଦିନ 10 ଲକ୍ଷରୁ ଅଧିକ ଲୋକ ଜନ ଔଷଧି କେନ୍ଦ୍ର ଯାଇଥାଆନ୍ତି । ତେବେ ମାର୍ଚ୍ଚ 2026 ସୁଦ୍ଧା 2500 ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.