ETV Bharat / health

ହୃଦଘାତରୁ ରକ୍ଷା କରେ କୋଭିଡ ଟିକା, ରକ୍ତ ଜମାଟର ଆଶଙ୍କା କମ୍‌ !

author img

By ETV Bharat Odisha Team

Published : Mar 19, 2024, 6:02 PM IST

ହୃଦଘାତରୁ ରକ୍ଷା କରେ କୋଭିଡ ଟିକା
ହୃଦଘାତରୁ ରକ୍ଷା କରେ କୋଭିଡ ଟିକା

COVID Vaccines Reduce Risk of Heart Failure: ହୃଦଘାତ ଏବଂ କୋରୋନା ଟିକାକୁ ନେଇ ଅନେକ ଗୁଜବ ସାମ୍ନାକୁ ଆସୁଛି । ଏହାରି ଭିତରେ ଏକ ଅଧ୍ୟୟନ ନୂତନ ଆଶା ସଞ୍ଚାର କରିଛି । କୋଭିଡ ଟିକା ହୃଦଘାତରୁ ରକ୍ଷା କରିବା ସହିତ ରକ୍ତଜମାଟର ଆଶଙ୍କା କମ୍ କରେ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ମଧ୍ୟ କୋରୋନା ମହାମାରୀ ନାଁ ଶୁଣିଲେ ଛାତିରେ ଛନକା ପଶୁଛି । ଚାରି ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଆସୁଛି । ତେବେ କୋରୋନାର ବିପଦ ବିଷୟରେ ସତର୍କ ରହିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ତେବେ କୋରୋନାର ପ୍ରକୋପ କମ୍ ହୋଇଥିଲେ ହେଲେ ଦିନକୁ ଦିନ ଏହାର ନୂଆ ନୂଆ ମ୍ୟୁଟେସନ(ପ୍ରଜାତି) ସାମ୍ନାକୁ ଆସୁଛି । ଏହି କାରଣରୁ ନୂଆ ଭାରିଆଣ୍ଟ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି ।

ତେବେ ସମଗ୍ର ବିଶ୍ବରେ ଟିକାକରଣ ଯୋଗୁଁ ହିଁ ସଂକ୍ରମଣର ଗମ୍ଭୀରତା ହ୍ରାସ ପାଇଥିଲା । ତେବେ କୋଭିଡ ଟିକା କୋରନାର ପ୍ରଭାବକୁ କମ୍ କରିଥିଲେ ହେଁ ସ୍ବାସ୍ଥ୍ୟ ଉପରେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି ଅନେକ ଅଧ୍ୟୟନରେ ଦାବି କରି କୁହାଯାଇଥିଲା । ତେବେ ପରବର୍ତ୍ତି ଏହାକୁ ଖଣ୍ଡନ ମଧ୍ୟ କରାଯାଇଥିଲା । ତେବେ ନିକଟରେ କରାଯାଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି ଯେ, କୋଭିଡ-19 ଟିକା ହୃଦୟ ଉପରେ କୁପ୍ରଭାବ ପକାଏ ନାହିଁ ବରଂ ହୃଦଘାତ ଆଶଙ୍କାକୁ କମ୍ କରିବାରେ ସାହାଯ୍ୟ କରିଥାଏ ।

ହାର୍ଟ ଉପରେ କୋଭିଡର ପ୍ରଭାବ: କୋଭିଡ ଟିକା କୋରୋନା ଭାଇରସ ସହିତ ଏହା ଦ୍ବାରା ସୃଷ୍ଟି ହେବାକୁ ଥିବା ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବାର ଆଶଙ୍କା ଅଧିକ ରହିଥାଏ ବେଲେ ବିଶ୍ବାସ କରାଯାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଟିକା ନେଇଥିବା ବ୍ୟକ୍ତି ସଂକ୍ରମଣର ଶିକାର ହୁଅନ୍ତି ତେବେ ଡାକ୍ତରଖାନାରେ ଭର୍ତ୍ତି କିମ୍ବା ମୃତ୍ୟୁ ଆଶଙ୍କା କମ୍ ହୋଇଥାଏ । ତେବେ କୋଭିଡ ଟିକାର ଉପକାରିତା ବିଷୟରେ ଜାଣିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଅନୁସନ୍ଧାନ କରିଥିଲେ। ତେବେ ଏହା ହୃଦଘାତର ଆଶଙ୍କାକୁ ମଧ୍ୟ କମ୍ କରିଥାଏ ବୋଲି କୁହାଯାଇଛି । ତେବେ ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ରିପୋର୍ଟ କରି କହିଛନ୍ତି, ଯେଉଁମାନେ କୋଭିଡ ଟିକା ନେଇଛନ୍ତି ସେମାନଙ୍କୁ ହୃଦଘାତ ହେବାର ଆଶଙ୍କା କମ୍ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ହାର୍ଟ ଫେଲ ମହାମାରୀର କାରଣ ସାଜିପାରେ କୋରୋନା ! ଏହା କହିଲେ ବୈଜ୍ଞାନିକ

ହୃଦଘାତ ଏବଂ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା କମ୍‌ : ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଟିକାକରଣ କରିବାର ଏକ ବର୍ଷ ଯାଏ ହାର୍ଟକୁ ସୁରକ୍ଷା ଯୋଗାଇବାରେ ସାହାଯ୍ୟ କରିଥାଏ । ଟିକାକରଣର ପ୍ରାୟ 10-12 ମାସ ପର୍ଯ୍ୟନ୍ତ ହୃଦଘାତ ଏବଂ ରକ୍ତଜମାଟ ବାନ୍ଧିବାର ଆଶଙ୍କା କମ୍ କରିଥାଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ: ସଂକ୍ରମଣ ହ୍ରାସ କରିବାରେ ସାହାଯ୍ୟ କରେ ଟିକା । ଏହାସହ ଗୁରୁତର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରେ । ଯେଉଁମାନେ ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ଭାବ୍ୟ ବିପଦ ବିଷୟରେ ଚିନ୍ତିତ ରହିଥାଆନ୍ତି ସେମାନଙ୍କ ପାଇଁ ଏହି ଅନୁସନ୍ଧାନ ଜରୁରୀ ବୋଲି କୁହାଯାଇଛି । ଗବେଷକମାନେ ବ୍ରିଟେନ, ସ୍ପେନ୍ ଏବଂ ଇଷ୍ଟୋନିଆରେ ବାସ କରୁଥିବା 20 ମିଲିୟନରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ତଥ୍ୟକୁ ନେଇ ଅନୁଧ୍ୟାନ କରିଥିଲେ । ବାୟୋଟେକ, ଫାଇଜର, ମୋର୍ଡେନା, ଆଷ୍ଟ୍ରାଜେନକା, ଜନସନ ଆଣ୍ଡ ଜନସନ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ଉପଯୋଗୀ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.