ETV Bharat / sukhibhava

ହାର୍ଟ ଫେଲ ମହାମାରୀର କାରଣ ସାଜିପାରେ କୋରୋନା ! ଏହା କହିଲେ ବୈଜ୍ଞାନିକ

author img

By ETV Bharat Odisha Team

Published : Jan 1, 2024, 1:41 PM IST

Covid could trigger heart failure pandemic
Covid could trigger heart failure pandemic

Covid Trigger Heart Failure Pandemic: Covid-19ର ନୂଆ ଭାରିଆଣ୍ଟ JN.1କୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। କୋଭିଡ-19 କାରଣରୁ ହାର୍ଟ ଫେଲର ମହାମାରୀ ହୋଇପାରେ ବୋଲି ଜାପାନର ବୈଜ୍ଞାନିକମାନେ କହିଛନ୍ତି। ଅଧିକ ପଢନ୍ତୁ

ହାଇଦ୍ରାବାଦ: କିଛି ଦିନର ବ୍ୟବଧାନ ପରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହାକି ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଏହି ସମୟରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ1 ଭାରିଆଣ୍ଟ ଚିନ୍ତାକୁ ଆହୁରି ବୃଦ୍ଧି କରିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ନୂଆ ଭାରିଆଣ୍ଟ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ ବୋଲି କୁହାଯାଇଛି। ଏହାରି ଭିତରେ ଆଉ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି। କୋଭିଡ-19 ଯୋଗୁଁ ହାର୍ଟ ଫେଲ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ହୃଦଘାତରେ ବଢୁଥିବା ମାମଲାକୁ ବିଚାରକୁ ନେଇ, ଏହା ଭବିଷ୍ୟତରେ ଏକ ବଡ଼ ସଙ୍କଟର ଆରମ୍ଭ ହୋଇପାରେ।

ଜାପାନର RIKEN ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏହାକୁ ନେଇ ସତର୍କ କରାଇଛନ୍ତି। ACE2 ରିସେପ୍ଟର କୋରୋନା ଭାଇରସକୁ କୋଷରେ ଧରି ରଖିବାରେ ସାହାଯ୍ୟ କରେ। ସାଧାରଣତଃ ଏହା ହୃତପିଣ୍ଡରେ ରହିଥାଏ। ଯଦି ଜଣେ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୁଅନ୍ତି ତାହାଲେ ହୃଦୟର କାର୍ଯ୍ୟ କରିବା କ୍ଷମତା କମ୍ ହୋଇଯାଇଥାଏ। ଏହି ଅଧ୍ୟୟନରେ ଷ୍ଟେମ୍ କୋଷ ସାହାଯ୍ୟରେ ହୃତପିଣ୍ଡ ଟିସୁ ସୃଷ୍ଟି କରାଯାଇଥିଲା। ତେବେ ଯେତେବେଳେ ଏହି କୋଷଗୁଡିକ ସଂକ୍ରମିତ ହୋଇଥିଲେ ସେତେବେଳେ ହୃତପିଣ୍ଡର କାର୍ଯ୍ୟକରିବା କ୍ଷମତା କମ୍ ହୋଇଯାଇଥିଲା ଏବଂ ସଂକ୍ରମଣ ହେତୁ ସେମାନେ ସୁସ୍ଥ ହୋଇପାରିଲେ ନାହିଁ। ଏହା ହୃଦଘାତର ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ। SARS-CoV-2 ସଂକ୍ରମଣ ହେତୁ ଭବିଷ୍ୟତରେ ହୃଦଘାତ ବିପଦ ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: ବଢୁଛି ଜେଏନ 1 ମାମଲା, ବୁଷ୍ଟର ଡୋଜ ଆବଶ୍ୟକ ନୁହେଁ କହିଲେ ପୂର୍ବତନ ICMR ମୁଖ୍ୟ

ତେବେ ଏହି ରିପୋର୍ଟର ଶେଷରେ କୁହାଯାଇଛି ଯେ, SARS-CoV-2 ସଂକ୍ରମଣ ହେତୁ ହୃଦୟର କାର୍ଯ୍ୟ କରିବାର କ୍ଷମତା କମିଯାଏ ବୋଲି ସମ୍ପୁର୍ଣ୍ଣ ପ୍ରମାଣିତ ହୋଇ ନାହିଁ। ଏହାକୁ ନିଶ୍ଚିତ କରିବା ପାଇଁ 3D ମଡେଲର ସାହାଯ୍ୟ ନେବା ଉଚିତ ବୋଲି କୁହାଯାଇଛି। କିନ୍ତୁ ଏହା ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟ ସେବା ବିପଦ ପାଇଁ ଏକ ଆଲାର୍ମ ଘଣ୍ଟି ବୋଲି କୁହାଯାଇଛି। ଗତ କିଛି ଦିନ ପୂର୍ବରୁ କୋଭିଡ-19 ଟିକାକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା। କୋରୋନା ଟିକା ସହିତ ହୃଦଘାତର ସମ୍ବନ୍ଧ ରହିଥିବା ନେଇ ଦର୍ଶାଯାଇଥିଲା। କିନ୍ତୁ ନିକଟରେ ଆଇସିଏମଆର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କୋଭିଡ ଟିକା ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ବନ୍ଧ ନଥିବା କୁହାଯାଇଛି। କୋଭିଡ ଟିକା ହୃଦଘାତ ନୁହେଁ ବରଂ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିପାରେ ବୋଲି କୁହାଯାଇଛି। ତେଣୁ କୋଭିଡକୁ ରୋକିବା ପାଇଁ ସତର୍କତା ଜରୁରୀ ।

ବିଦ୍ର: ଏହା ଇଟିଭି ଭାରତ ନିଜସ୍ବ ମତ ନୁହେଁ। ଏହା ଏକ ରିସର୍ଚ୍ଚ ଆଧାରିତ ଖବର ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.