ETV Bharat / entertainment

ବକ୍ସଅଫିସରେ ଯୋଦ୍ଧା ବନାମ ବସ୍ତର, ଜାଣନ୍ତୁ କିଏ କଲା କେତେ ଆୟ

author img

By ETV Bharat Odisha Team

Published : Mar 17, 2024, 2:06 PM IST

Yodha Vs Bastar Box Office Collection: ମାର୍ଚ୍ଚ ୧୫ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଯୋଦ୍ଧା' ଏବଂ ଅଦା ଶର୍ମାଙ୍କ ଫିଲ୍ମ 'ବସ୍ତର' ଏକାଠି ରିଲିଜ ହୋଇଛି । ବର୍ତ୍ତମାନ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ରିଲିଜର ଦୁଇ ଦିନରେ ଫିଲ୍ମ କେତେ ଆୟ କରିଛି ? ଜାଣନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବକ୍ସ ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି । ଏକାସାଙ୍ଗେ ମାର୍ଚ୍ଚ ୧୫ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଯୋଦ୍ଧା' ଏବଂ ଅଦା ଶର୍ମାଙ୍କ ଫିଲ୍ମ 'ବସ୍ତର' ରିଲିଜ ହୋଇଛି । ଉଭୟ ଫିଲ୍ମର କାହାଣୀ ଆତଙ୍କବାଦୀ ଏବଂ ନକ୍ସଲଙ୍କ ବିରୁଦ୍ଧରେ ରହିଥିବା ବେଳେ ଦର୍ଶକଙ୍କୁ ଏହି ଦୁଇଟି ଫିଲ୍ମକୁ ଉପଭୋଗ କରୁଛନ୍ତି । ଉଭୟ ଫିଲ୍ମ ବର୍ତ୍ତମାନ ରିଲିଜର ୩ୟ ଦିନରେ ପହଞ୍ଚିଛି । ତେବେ ଦୁଇ ଦିନ ମଧ୍ୟରେ ସିଦ୍ଧାର୍ଥଙ୍କ ଫିଲ୍ମ 'ଯୋଦ୍ଧା' ଲୋକଙ୍କ ମନ ଜିତୁଥିବା ବେଳେ କିନ୍ତୁ ଅଦାଙ୍କ ଫିଲ୍ମ 'ବସ୍ତର' ଭଲ ପ୍ରଦର୍ଶନ କରିପାରୁନାହିଁ ।

  • " class="align-text-top noRightClick twitterSection" data="">

'ଯୋଦ୍ଧା-ବସ୍ତର' ବକ୍ସ ଅଫିସ କଲେକ୍ସନ:

ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ଯୋଦ୍ଧା' ପ୍ରଥମ ଦିନରେ ୪.୧ କୋଟି ଟଙ୍କା ସହ ଓପନିଂ କରିଥିଲା । ଦ୍ୱିତୀୟ ଦିନରେ ଏହି ଫିଲ୍ମ ୫.୭୫ କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଘରୋଇ ବକ୍ସ ଅଫିସରେ ଦୁଇ ଦିନ ମଧ୍ୟରେ 'ଯୋଦ୍ଧା'ର ମୋଟ କଲେକ୍ସନ ୯.୮୫ କୋଟିକୁ ବୃଦ୍ଧି ପାଇଛି । ସେହିପରି 'ଯୋଦ୍ଧା' ସହ ସଂଘର୍ଷର ପ୍ରଭାବ ଅଦା ଶର୍ମାଙ୍କ ଫିଲ୍ମ 'ବସ୍ତର: ନକ୍ସଲ ଷ୍ଟୋରୀ'ରେ ପଡିଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମର ପ୍ରଥମ ଦିନରେ ୪୦ଲକ୍ଷ ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୭୫ ଲକ୍ଷ ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରଟି ଦୁଇ ଦିନ ମଧ୍ୟରେ ମୋଟ ୧.୧୫ ଲକ୍ଷ ଟଙ୍କା ରୋଜଗାର କରିଛି ।

  • " class="align-text-top noRightClick twitterSection" data="">

'ଯୋଦ୍ଧା' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ଜଣେ ଏପରି ଯୋଦ୍ଧାଙ୍କର କାହାଣୀକୁ ଦର୍ଶାଯାଇଛି, ଯିଏ ବିମାନକୁ ହାଇଜାକ କରିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢି ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସିଦ୍ଧାର୍ଥ ମଲହୋତ୍ରା ଏହି ଫିଲ୍ମରେ ଯୋଦ୍ଧା ସେନା ଭୂମିକାରେ ନଜର ଆସିଥିବା ବେଳେ ବଲିଉଡ ଅଭିନେତ୍ରୀ ଦିଶା ପଟାନି ଏବଂ ସାଉଥ ଅଭିନେତ୍ରୀ ରାଶି ଖନ୍ନା ମଧ୍ୟ ଏଥିରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଏହି ୩ଷ୍ଟାର ଏକାଠି ସ୍କ୍ରିନ ସେୟାର୍ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଯୋଦ୍ଧା' ଟ୍ରେଲର ରିଲିଜ, ସିଦ୍ଧାର୍ଥଙ୍କ ଦମଦାର ଆକ୍ସନ

'ବସ୍ତର: ନକ୍ସଲ ଷ୍ଟୋରୀ' ଫିଲ୍ମ ବିଷୟରେ କହିବାକୁ ଗଲେ, ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏବଂ ଆଶିନ୍ ଏ ଶାହାଙ୍କ ଦ୍ବାରା ପ୍ରଯୋଜିତ 'ବସ୍ତର: ନକ୍ସଲ ଷ୍ଟୋରୀ' ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଲାଷ୍ଟ ମଙ୍କ ମିଡିଆ ଓ ସୂର୍ଯ୍ୟକିରଣ ପିକ୍ଚର୍ ବ୍ୟାନରରେ ନିର୍ମିତ ହୋଇଛି ଫିଲ୍ମ । ଏହି ଫିଲ୍ମ ସହ ଅଦା, ଭିପୁଲ ଏବଂ ସୁଦିପ୍ତୋଙ୍କ ଦ୍ୱିତୀୟ ଫିଲ୍ମ ଅଟେ । ସୂଚନା ଥାଉ କି, ୨୦୨୩ ମସିହାରେ ଅଦା ଶର୍ମା 'ଦ କେରଳ ଷ୍ଟୋରୀ' ସହ ବକ୍ସ ଅଫିସରେ ଧମାକା କରିଥିଲେ । ଏହି ଚଳଚ୍ଚିତ୍ରରେ ଆଦା ମେଡିକାଲ କଲେଜରେ ଚାଲିଥିବା ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଆଇପିଏସ ଭୂମିକାରେ ନକ୍ସଲ ବିରୁଦ୍ଧରେ ଲଢୁଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବସ୍ତର ଟ୍ରେଲର ରିଲିଜ; ଆଇପିଏସ ଅଫିସର ଭୂମିକାରେ ଅଦା ଶର୍ମା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.