ETV Bharat / entertainment

'ଯୋଦ୍ଧା' ଟ୍ରେଲର ରିଲିଜ, ସିଦ୍ଧାର୍ଥଙ୍କ ଦମଦାର ଆକ୍ସନ

author img

By ETV Bharat Odisha Team

Published : Feb 29, 2024, 6:04 PM IST

Yodha Trailer Out: ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଚଳଚ୍ଚିତ୍ର 'ଯୋଦ୍ଧା'ର ଟ୍ରେଲର । ଟ୍ରେଲରରେ ସିଦ୍ଧାର୍ଥଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି ।

'ଯୋଦ୍ଧା' ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ସିଦ୍ଧାର୍ଥ-ଦିଶା-ରାଶିଙ୍କ ଝଲକ
'ଯୋଦ୍ଧା' ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ସିଦ୍ଧାର୍ଥ-ଦିଶା-ରାଶିଙ୍କ ଝଲକ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଚଳଚ୍ଚିତ୍ର 'ଯୋଦ୍ଧା'ର ଟ୍ରେଲର ଆଜି ରିଲିଜ ହୋଇଛି । ଟ୍ରେଲରଟି ଦେଶଭକ୍ତିରେ ଭରପୁର ରହିଥିବା ବେଳେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ବର୍ତ୍ତମାନ ଫିଲ୍ମର ଟ୍ରେଲର ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରୁଛନ୍ତି ।

  • " class="align-text-top noRightClick twitterSection" data="">

ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ 'ଯୋଦ୍ଧା'ର ଟ୍ରେଲର ଆଜି(ଗୁରୁବାର) ମୁକ୍ତିଲାଭ କରିଛି। ଫିଲ୍ମର ଏହି ଟ୍ରେଲରରେ ଦର୍ଶାଯାଇଛି ଯେ ତାଙ୍କ ପିତାଙ୍କ ପରି ସିଦ୍ଧାର୍ଥ ମଲହୋତ୍ରା କିପରି ଭାରତୀୟ ସେନାରେ ଯୋଗ ଦେଇ ଦେଶ ସେବା କରନ୍ତି । ଏହି ସମୟ ମଧ୍ୟରେ ସେ ଅନେକ ବିପଜ୍ଜନକ ମିଶନ ମଧ୍ୟ କରୁଥିବା ନଜର ଆସିଛନ୍ତି । କିନ୍ତୁ ପରେ ସିଦ୍ଧାର୍ଥଙ୍କୁ ସେନାରୁ ବହିଷ୍କୃତ କରାଯାଏ । ଏହି ସମୟରେ କାହାଣୀରେ ଟୁଇଷ୍ଟ ଆସେ । ଯାହା ଫିଲ୍ମ ଦେଖିବା ପରେ ହିଁ ଜାଣିପାରିବେ । ଏଥିସହ ଟ୍ରେଲରରେ ସମସ୍ତ ତାରକାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି ।

କହିରଖୁଛୁ କି, ଏହି ଫିଲ୍ମ ବର୍ତ୍ତମାନ ଚଳିତ ବର୍ଷ ୧୫ ମାର୍ଚ୍ଚରେ ସିନେମା ହଲରେ ରିଲିଜ ହେବ । ପୁଷ୍କର ଓଝା ଏବଂ ସାଗର ଆମ୍ବରେ ମିଳିତ ଉଦ୍ୟମରେ ଏହି ଫିଲ୍ମକୁ ପ୍ରସ୍ତୁତ କରୁଥିବା ବେଳେ କରଣ ଜୋହର ଏହାର ନିର୍ମାତା ଅଟନ୍ତି । ତେବେ ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତ୍ରୀ ଦିଶା ପଟାନି ଏବଂ ସାଉଥ ଅଭିନେତ୍ରୀ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏଥିସହ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା 'ଯୋଦ୍ଧା' ଟିଜର, ଆକ୍ସନ ଅବତାରରେ ସିଦ୍ଧାର୍ଥ ମଲହୋତ୍ରା

'ଯୋଦ୍ଧା' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ଜଣେ ଏପରି ଯୋଦ୍ଧାଙ୍କର କାହାଣୀକୁ ଦର୍ଶାଯାଇଛି, ଯିଏ ବିମାନକୁ ହାଇଜାକ କରିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢି ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସିଦ୍ଧାର୍ଥ ମଲହୋତ୍ରା ଏହି ଯୋଦ୍ଧା ସେନା ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ପୂର୍ବରୁ ସିଦ୍ଧାର୍ଥ 'ଶେରଶାହା'ରେ ଜଣେ ସେନା ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.