ETV Bharat / entertainment

ରିଲିଜ ହେଲା 'ଯୋଦ୍ଧା' ଟିଜର, ଆକ୍ସନ ଅବତାରରେ ସିଦ୍ଧାର୍ଥ ମଲହୋତ୍ରା

author img

By ETV Bharat Odisha Team

Published : Feb 19, 2024, 6:06 PM IST

Yodha Teaser: ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଯୋଦ୍ଧା'ର ଟିଜର । ଏଥିରେ ଅଭିନେତାଙ୍କୁ ଦମଦାର ଆକ୍ସନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ରିଲିଜ ହେଲା 'ଯୋଦ୍ଧା' ଟିଜର, ଆକ୍ସନ ଅବତାରରେ ସିଦ୍ଧାର୍ଥ ମଲହୋତ୍ରା
ରିଲିଜ ହେଲା 'ଯୋଦ୍ଧା' ଟିଜର, ଆକ୍ସନ ଅବତାରରେ ସିଦ୍ଧାର୍ଥ ମଲହୋତ୍ରା

ହାଇଦ୍ରାବାଦ: ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଯୋଦ୍ଧା' ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି । ଏବେ ଫିଲ୍ମର ଟିଜର ରିଲିଜ ହୋଇଛି । ଅଭିନେତାଙ୍କୁ ଦମଦାର ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ଏହି ଟିଜର ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଖୁବ ପ୍ରଶଂସା କରିଛନ୍ତି । ଏଥିସହ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

ଟିଜରରେ ସିଦ୍ଧାର୍ଥ ଜଣେ ସେନା ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । ହାତରେ ବନ୍ଧୁକ ଧରି ଆତଙ୍କବାଦୀଙ୍କ ସହ ଆକ୍ସନ କରୁଥିବା ଦେଖିବାକୁ ମିଳିଛି । ଟିଜରରେ ରାଶି ଖାନ୍ନା ଏବଂ ଦିଶା ପାଟାନୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ସିଦ୍ଧାର୍ଥ ମଲହୋତ୍ରା 'ଯୋଦ୍ଧା' ଟିଜରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, "ଆମେ ଉଡାଣ ଭରିସାରି୍ଛୁ । ଆପଣ ସମସ୍ତେ ଏହି ହାଇ-ଅକ୍ଟେନ ଆକ୍ସନ ପାଇଁ ପ୍ରସ୍ତୁତ ରୁହନ୍ତୁ ।"

ସୂଚନା ଥାଉ କି, ନିକଟରେ ନିର୍ମାତା ଫିଲ୍ମର ଏକ ପୋଷ୍ଟର ରିଲିଜ କରିଥିଲେ । ଫିଲ୍ମର ପୋଷ୍ଟର ଦୁବାଇରେ ୧୩ ହଜାର ଫୁଟ ଉଚ୍ଚ ଆକାଶରେ ଲଞ୍ଚ ହୋଇଥିଲା । ହିନ୍ଦୀ ଚଳଚ୍ଚିତ୍ରର ପୋଷ୍ଟର ପ୍ରଥମ ଥର ପାଇଁ ଏତେ ଉଚ୍ଚରେ ଲଞ୍ଚ ହୋଇଛି । ଏହି ପୋଷ୍ଟର ରିଲିଜ କରି ନିର୍ମାତା ଫିଲ୍ମର ଟିଜର ରିଲିଜ ନେଇ ସୂଚନା ଦେିଥିଲେ । ବର୍ତ୍ତମାନ ପ୍ରତିଶୃତି ଅନୁଯାୟୀ ଫିଲ୍ମର ଟିଜର ଆଜି ରିଲିଜ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଆକାଶରେ ଲଞ୍ଚ ହେଲା 'ଯୋଦ୍ଧା' ପୋଷ୍ଟର, ଏହି ଦିନ ରିଲିଜ ହେବ ଟିଜର

କହିରଖୁଛୁ କି, ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଯୋଦ୍ଧା' ପୂର୍ବରୁ ୮ ଡିସେମ୍ବର ୨୦୨୩ରେ ରିଲିଜ ହେବାର ଥିଲା । କିନ୍ତୁ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇଥିଲେ । ଏହି ଫିଲ୍ମ ବର୍ତ୍ତମାନ ଚଳିତ ବର୍ଷ ୧୫ ମାର୍ଚ୍ଚରେ ସିନେମା ହଲରେ ରିଲିଜ ହେବ । ପୁଷ୍କର ଓଝା ଏବଂ ସାଗର ଆମ୍ବରେ ମିଳିତ ଉଦ୍ୟମରେ ଏହି ଫିଲ୍ମକୁ ପ୍ରସ୍ତୁତ କରୁଥିବା ବେଳେ କରଣ ଜୋହର ଏହାର ନିର୍ମାତା ଅଟନ୍ତି । ତେବେ ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତ୍ରୀ ଦିଶା ପଟାନି ଏବଂ ସାଉଥ ଅଭିନେତ୍ରୀ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏଥିସହ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.