ETV Bharat / entertainment

ଆକାଶରେ ଲଞ୍ଚ ହେଲା 'ଯୋଦ୍ଧା' ପୋଷ୍ଟର, ଏହି ଦିନ ରିଲିଜ ହେବ ଟିଜର

author img

By ETV Bharat Odisha Team

Published : Feb 15, 2024, 2:29 PM IST

Yodha Poster Out: ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଯୋଦ୍ଧା'ର ପୋଷ୍ଟର ଏକ ନିଆରା ଶୈଳୀରେ ମୁକ୍ତିଲାଭ କରିଛି । ୧୩ ହଜାର ଫୁଟ ଉଚ୍ଚରୁ ଦୁବାଇରେ ଏହି ଫିଲ୍ମର ପୋଷ୍ଟର ଲଞ୍ଚ କରାଯାଇଛି । ଏଥିସହ ଫିଲ୍ମର ଟିଜର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ଆକାଶରେ ଲଞ୍ଚ ହେଲା 'ଯୋଦ୍ଧା' ନୂଆ ପୋଷ୍ଟର, ଏହି ଦିନ ରିଲିଜ ହେବ ଟିଜର

ହାଇଦ୍ରାବାଦ: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଯୋଦ୍ଧା' ସହ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଆଜି ଫିଲ୍ମର ନୂଆ ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା । ଚଳଚ୍ଚିତ୍ରର ଏହି ନୂଆ ପୋଷ୍ଟର ଏକ ନିଆରା ଢଙ୍ଗରେ ରିଲିଜ ହୋଇଛି । ୧୩ ହଜାର ଫୁଟ ଉଚ୍ଚରୁ ଦୁବାଇରେ ଏହି ଫିଲ୍ମର ପୋଷ୍ଟର ଲଞ୍ଚ କରାଯାଇଛି । ସୋସିଆଲ ମିଡିଆରେ ଏହା ଏବେ ଭାଇରାଲ ହୋଇଛି । ଏଥିସହ ଫିଲ୍ମର ଟିଜର ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି ।

ସିଦ୍ଧାର୍ଥ ମଲହୋତ୍ରା ଏବଂ ନିର୍ମାତା କରଣ ଜୋହର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଫିଲ୍ମର ପୋଷ୍ଟର ଲଞ୍ଚର ଝଲକ ଦେଖାଇଛନ୍ତି । ଭିଡିଓରେ ଫିଲ୍ମର ପୋଷ୍ଟର ଆକାଶରେ ରିଲିଜ ହୋଇଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ପୋଷ୍ଟର ଭାରତରେ ନୁହେଁ, ଦୁବାଇରେ ୧୩ ହଜାର ଫୁଟ ଉଚ୍ଚରୁ ଲଞ୍ଚ କରାଯାଇଛି । ହିନ୍ଦୀ ଚଳଚ୍ଚିତ୍ରର ପୋଷ୍ଟର ପ୍ରଥମ ଥର ପାଇଁ ଏତେ ଉଚ୍ଚରେ ଲଞ୍ଚ ହୋଇଥିବା କୁହାଯାଇଛି । ଏହି ପୋଷ୍ଟର ସେୟାର କରି ଟିଜର ରିଲିଜ ବିଷୟରେ ସୂଚନା ଦେଇଛନ୍ତି । ଆସନ୍ତା ଫେବୃଆରୀ ୧୯ରେ ଫିଲ୍ମର ଟିଜର ରିଲିଜ ହେବ ।

କହିରଖୁଛୁ କି, ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଯୋଦ୍ଧା' ପୂର୍ବରୁ ୮ ଡିସେମ୍ବର ୨୦୨୩ରେ ରିଲିଜ ହେବାର ଥିଲା । କିନ୍ତୁ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇଥିଲେ । ଏହି ଫିଲ୍ମ ବର୍ତ୍ତମାନ ଚଳିତ ବର୍ଷ ୧୫ ମାର୍ଚ୍ଚରେ ସିନେମା ହଲରେ ରିଲିଜ ହେବ । ପୁଷ୍କର ଓଝା ଏବଂ ସାଗର ଆମ୍ବରେ ମିଳିତ ଉଦ୍ୟମରେ ଏହି ଫିଲ୍ମକୁ ପ୍ରସ୍ତୁତ କରୁଥିବା ବେଳେ କରଣ ଜୋହର ଏହାର ନିର୍ମାତା ଅଟନ୍ତି । ତେବେ ଏହି ଚଳଚ୍ଚିତ୍ରରେ ଦିଶା ପାଟାନି ଏବଂ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏଥିସହ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ପୁଣି ଘୁଞ୍ଚିଲା ଯୋଦ୍ଧା ରିଲିଜ ଡେଟ୍, ନୂଆ ପୋଷ୍ଟର ରିଲିଜ କରି ତାରିଖ ଘୋଷଣା

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ଜଣେ ଏପରି ଯୋଦ୍ଧାଙ୍କର କାହାଣୀକୁ ଦର୍ଶାଯାଇଛି, ଯିଏ ବିମାନକୁ ହାଇଜାକ କରିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢି ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସିଦ୍ଧାର୍ଥ ମଲହୋତ୍ରା ଏହି ଯୋଦ୍ଧା ସେନା ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ପୂର୍ବରୁ ସିଦ୍ଧାର୍ଥ 'ଶେରଶାହା'ରେ ଜଣେ ସେନା ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.