ETV Bharat / entertainment

'ପଞ୍ଜାବ ସରକାର ନୁହଁ ବରଂ କେନ୍ଦ୍ର ମାଗିଛି ପୁଅ ଜନ୍ମର ପ୍ରମାଣ'

author img

By ETV Bharat Odisha Team

Published : Mar 20, 2024, 2:56 PM IST

ପଞ୍ଜାବ ସରକାର ନୁହଁ ବରଂ କେନ୍ଦ୍ର ମାଗିଛି ପୁଅ ଜନ୍ମର ପ୍ରମାଣ
ପଞ୍ଜାବ ସରକାର ନୁହଁ ବରଂ କେନ୍ଦ୍ର ମାଗିଛି ପୁଅ ଜନ୍ମର ପ୍ରମାଣ

Balkaur Singh New Born Son: ଦିବଙ୍ଗତ ଗାୟକ ସିଦ୍ଦୁ ମୁସେୱାଲାଙ୍କ ବାପା ବାଲକୌର ସିଂ ଦ୍ୱିତୀୟ ଶିଶୁ ପୁତ୍ର ପାଇଁ ପଞ୍ଜାବ ସରକାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଠିକ୍ ଏହି ସମୟରେ ଏକ ଚିଠି ସାମ୍ନାକୁ ଆସିଛି । ଯେଉଁଥିରେ କେନ୍ଦ୍ର ଏହି ନବଜାତ ଶିଶୁ ସମ୍ପର୍କରେ ପଞ୍ଜାବ ସରକାରଙ୍କଠାରୁ ଉତ୍ତର ମାଗିଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ,

ଚଣ୍ଡିଗଡ଼: ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦୁଃଖରେ ଭାଙ୍ଗପଡିଥିବା ପରିବାରକୁ ଆସିଛନ୍ତି ନୂଆ ଅତିଥି । ଗତ ରବିବାର ଦିନ ମୁସେୱାଲାଙ୍କ ମାତା ଚରଣ କୌର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହି ଶିଶୁଟି ଆଇଭିଏଫ୍ ଟେକ୍ନୋଲୋଜି ମାଧ୍ୟମରେ ଜନ୍ମ ହୋଇଥିବା ବେଳେ ବର୍ତ୍ତମାନ ଶିଶୁ ଜନ୍ମକୁ ନେଇ ଅଡୁଆରେ ଛନ୍ଦି ହୋଇଛନ୍ତି ମୁସେୱାଲାଙ୍କ ପିତାମାତ । ସୋସିଆଲ ମିଡିଆରେ ବାପା ବାଲକୌର ଶିଶୁର ଜନ୍ମ ସମ୍ପର୍କରେ ପଞ୍ଜାବ ସରକାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ । ବର୍ତ୍ତମାନ ଖବର ଆସିଛି ଯେ, କେନ୍ଦ୍ର ସରକାର ଏହି ରିପୋର୍ଟ ମାଗିଛନ୍ତି । ଏକ ଚିଠି କରି କେନ୍ଦ୍ର ପଞ୍ଜାବ ସରକାରଙ୍କଠାରୁ ଏହାର ଉତ୍ତର ମାଗିଥିବା ଜଣାପଡିଛି ।

କେନ୍ଦ୍ର ପଞ୍ଜାବ ସରକାରଙ୍କଠାରୁ ଉତ୍ତର ମାଗିଛି: ଏହି ଚିଠିରେ ପଞ୍ଜାବ ସରକାରଙ୍କୁ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ପ୍ରଶ୍ନ କରିଛି। କେନ୍ଦ୍ର ସରକାର ଆଇଭିଏଫ୍ ଟେକ୍ନୋଲୋଜି ବ୍ୟବହାର କରି ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ମାତା ଚରଣ କୌରଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନିୟମ ଅନୁଯାୟୀ, ଜଣେ ମହିଳାଙ୍କ ଏହି କୌଶଳ ବ୍ୟବହାର କରିବାର ବୟସ ସୀମା 21-50 ବର୍ଷ ମଧ୍ୟରେ ରହିବା ଦରକାର । ହେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ ସିଂ ୫୮ ବର୍ଷ ବୟସରେ ଆଇଭିଏଫ୍ ମାଧ୍ୟମରେ କିପରି ଏକ ସନ୍ତାନ ଜନ୍ମ ଦେଇଛନ୍ତି ସେନେଇ କ’ଣ ପଦକ୍ଷେପ ନିଆଯାଇଛି ତାହା ଦର୍ଶାଇବାକୁ କେନ୍ଦ୍ର ପଞ୍ଜାବ ସରକାରଙ୍କୁ ଉତ୍ତର ମାଗିଛି । କହିରଖୁଛୁ କି, ଏକ ଗଣମାଧ୍ୟମ ସଂସ୍ଥାର ଏକ ଆର୍ଟିକିଲକୁ ନେଇ କେନ୍ଦ୍ର ଏହି ଚିଠି କରିଥିବା ଜଣାପଡିଛି ।

କେନ୍ଦ୍ରର ଚିଠି
କେନ୍ଦ୍ରର ଚିଠି

ଏହା ମଧ୍ୟ ପଢନ୍ତୁ: ଦ୍ୱିତୀୟ ପୁଅ ପାଇଁ ଅଡୁଆରେ ସିଦ୍ଧୁ ମୁସେୱାଲାଙ୍କ ବାପା, ପଞ୍ଜାବ ସରକାର ପ୍ରମାଣ ମାଗୁଥିବା ଅଭିଯୋଗ

ବାଲକୌର ସିଂ ଅଭିଯୋଗ କରିଥିଲେ : ବାଲକୌର ସିଂ ଗତକାଲି ରାତିରେ ଏକ ଭିଡିଓ ଜାରି କରି ପଞ୍ଜାବ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ପ୍ରଶାସନ ମାଧ୍ୟମରେ ତାଙ୍କୁ ପଞ୍ଜାବ ସରକାର ହଇରାଣ କରୁଛନ୍ତି। ସେ କହିଛନ୍ତି ଏହି ପିଲାଟି ଆଇନଗତ ବୋଲି ପଚାରିବା ସହ ଏହାର ପ୍ରମାଣ ଦେବାକୁ ସେମାନେ ମୋତେ ବାରମ୍ୱାର କହୁଛନ୍ତି । ବର୍ତ୍ତମାନ ସମସ୍ତ ଚିକିତ୍ସା ଯାଏଁ ଦୟାକରି ଅପେକ୍ଷା କରନ୍ତୁ। ଚିକିତ୍ସା ପରେ ଯେଉଁଠାରେ ଆପଣମାନେ ମୋତେ ପଚରାଉଚରା କରିବା ପାଇଁ ଡାକିବେ, ମୁଁ ଆସିବି ।''

ଏହା ମଧ୍ୟ ପଢନ୍ତୁ: ଶିଶୁପୁତ୍ର ଜନ୍ମଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.