ETV Bharat / entertainment

ଦ୍ୱିତୀୟ ପୁଅ ପାଇଁ ଅଡୁଆରେ ସିଦ୍ଧୁ ମୁସେୱାଲାଙ୍କ ବାପା, ପଞ୍ଜାବ ସରକାର ପ୍ରମାଣ ମାଗୁଥିବା ଅଭିଯୋଗ

author img

By ETV Bharat Odisha Team

Published : Mar 20, 2024, 12:22 PM IST

Sidhu Moosewala Father Accused Punjab Government: ସ୍ୱର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାମାତା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଆଇଭିଏଫ୍ ମାଧ୍ୟମରେ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଗାୟକଙ୍କ ପିତା ସରକାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ।

ଦ୍ୱିତୀୟ ପୁଅ ପାଇଁ ଅଡୁଆରେ ସିଦ୍ଧୁ ମୁସେୱାଲାଙ୍କ ବାପା, ସରକାର ପ୍ରମାଣ ମାଗୁଥିବା ଅଭିଯୋଗ
ଦ୍ୱିତୀୟ ପୁଅ ପାଇଁ ଅଡୁଆରେ ସିଦ୍ଧୁ ମୁସେୱାଲାଙ୍କ ବାପା, ସରକାର ପ୍ରମାଣ ମାଗୁଥିବା ଅଭିଯୋଗ

ହାଇଦ୍ରାବାଦ: ଦ୍ୱିତୀୟ ସନ୍ତାନ ଜନ୍ମ କରି ଅଡୁଆରେ ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାମାତା । ପଞ୍ଜାବ ସରକାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର ସିଂ। ନିକଟରେ ସିଦ୍ଧୁ ମୁସେୱାଲାଙ୍କ ମାଆ ଆଇଭିିଏଫ( IVF) ମାଧ୍ୟମରେ ଶିଶୁ ପୁତ୍ର ଜନ୍ମ ଦେଇଥିବା ବେଳେ ବର୍ତ୍ତମାନ ସରକାର ତାଙ୍କୁ ଏହାର ପ୍ରମାଣ ମାଗୁଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅଭିଯୋଗ କରିଛନ୍ତି ସିଦ୍ଧୁ ମୁସେୱାଲାଙ୍କ ବାପା ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ବାଲକୌର ସିଂ ପଞ୍ଜାବ ସରକାରଙ୍କୁ ତାଙ୍କ ପିଲାଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଅଭିଯୋଗ କରିଛନ୍ତି । ଭିଡିଓରେ ବାଲକୌର କହିଛନ୍ତି, ''ୱାହେଗୁରୁଙ୍କ ଆଶୀର୍ବାଦରେ ଆମେ ଆମର ଶୁଭଦୀପଙ୍କୁ ଫେରାଇ ଆଣିଛୁ । କିନ୍ତୁ ସରକାର ମୋତେ ହଇରାଣ କରି ପିଲାଟିର ପ୍ରମାଣପତ୍ର ଦେବାକୁ କହୁଛନ୍ତି ।''

ସିଦ୍ଧୁ ମୁସେୱାଲାଙ୍କ ପିତା ଆହୁରି କହିଛନ୍ତି, ''ଏହି ପିଲାଟି ଆଇନଗତ ବୋଲି ପଚାରିବା ସହ ଏହାର ପ୍ରମାଣ ଦେବାକୁ ସେମାନେ ମୋତେ ବାରମ୍ୱାର କହୁଛନ୍ତି । ମୁଁ ସରକାରଙ୍କୁ, ବିଶେଷକରି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ସମସ୍ତ ଚିକିତ୍ସା ଯାଏଁ ହୟାକରି ଅପେକ୍ଷା କରନ୍ତୁ। ମୁଁ ଏଠାରେ ହିଁ ରହୁଛି ଏବଂ ଚିକିତ୍ସା ପରେ ଯେଉଁଠାରେ ଆପଣମାନେ ମୋତେ ପଚରାଉଚରା କରିବା ପାଇଁ ଡାକିବେ, ମୁଁ ଆସିବି ।''

ଏହା ମଧ୍ୟ ପଢନ୍ତୁ: ଶିଶୁପୁତ୍ର ଜନ୍ମଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ

କହିରଖୁଛୁ ଯେ, ମେ 29, 2022 ରେ, ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ କାରରେ ମାନସା ଜିଲ୍ଲାର ଜବାହର ଗାଁରେ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟା ହେବାର ଦୁଇ ବର୍ଷ ପରେ,୨୦୨୪ ମାର୍ଚ୍ଚ ୧୭ରେ ଦିବଙ୍ଗତ ଗାୟକଙ୍କ ପିତାମାତା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଆଇଭିଏଫ ମାଧ୍ୟମରେ ଜନ୍ମ ଦେଇଥିଲେ । ବାଲକୌର ସିଂ ତାଙ୍କ ପିଲାଙ୍କ ସହ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଥିଲେ ଏବଂ ସେ ତାଙ୍କ ଶିଶୁ ପୁତ୍ରଙ୍କ ନାଁ ଶୁଭଦୀପ ସିଂ ସିଦ୍ଧୁ ରଖିଛନ୍ତି । ନିଜ ପୁତ୍ର ଜନ୍ମରେ ପୋଷ୍ଟ କରି କହିଥିଲେ ଯେ, ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାଙ୍କ ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନଭାଇଙ୍କୁ ଆମ କୋଳରେ ରଖିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଅଛନ୍ତି ଏବଂ ସମସ୍ତ ଶୁଭେଚ୍ଛୁମାନଙ୍କ ଅପାର ପ୍ରେମ ପାଇଁ ମୁଁ କୃତଜ୍ଞ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.