ETV Bharat / entertainment

ଚରମ ନିଷ୍ପତ୍ତି ନେଲେ କନ୍ନଡ଼ ଫିଲ୍ମ ନିର୍ମାତା ସୌନ୍ଦର୍ଯ୍ୟ ଜଗଦୀଶ - Producer Soundarya Jagadish Suicide

author img

By ETV Bharat Odisha Team

Published : Apr 15, 2024, 12:54 PM IST

ଜୀବନ ହାରିଲେ କନ୍ନଡ଼ ଫିଲ୍ମ ନିର୍ମାତା ସୌନ୍ଦର୍ଯ୍ୟା ଜଗଦୀଶ
ଜୀବନ ହାରିଲେ କନ୍ନଡ଼ ଫିଲ୍ମ ନିର୍ମାତା ସୌନ୍ଦର୍ଯ୍ୟା ଜଗଦୀଶ

Soundarya Jagadish Suicide: କନ୍ନଡ ଚଳଚ୍ଚିତ୍ର ନିର୍ମାତା ସୌନ୍ଦର୍ଯ୍ୟ ଜଗଦୀଶଙ୍କ ଦେହାନ୍ତ ହୋଇଛି । ଖବର ଅନୁଯାୟୀ ଜଗଦୀଶ ତାଙ୍କ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଛି । ନିର୍ମାତାଙ୍କ ମୃତ୍ୟୁ ନେଇ ତାଙ୍କ ସାଙ୍ଗ ସୂଚନା ଦେଇଛନ୍ତି ।

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଛନ୍ତି କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟ ଜଗଦୀଶ । ନିର୍ମାତା ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ରବିବାର ଦିନ ପୋଲିସ ଏବଂ ତାଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ, ନିର୍ମାତା ରବିବାର ସକାଳେ ବେଙ୍ଗାଲୁରୁର ମହାଲକ୍ଷ୍ମୀ ଲେଆଉଟରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରେ ତାଙ୍କୁ ତୁରନ୍ତ ରାଜାଜୀନଗରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜଗଦୀଶଙ୍କ ମୃତ୍ୟୁ ବିଷୟରେ ତାଙ୍କ ସାଙ୍ଗଙ୍କ ପ୍ରତିକ୍ରିୟା

ଜଗଦୀଶଙ୍କ ସାଙ୍ଗ ଶ୍ରେୟସ ଗଣମାଧ୍ୟମକୁ କହିଛନ୍ତି ଯେ, ଜଗଦୀଶ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ସେ ନିଜ ବାସଭବନରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ନିଶ୍ଚିତ କରିଛନ୍ତି । ସେ ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟବସାୟରେ କୌଣସି ଅସୁବିଧା ନଥିଲା । ମହାଲକ୍ଷ୍ମୀ ଲେଆଉଟ୍ ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ଦିଆଯାଇଛି । ପୋଷ୍ଟମର୍ଟମ ଏମଏସ ରମାୟା ହସ୍ପିଟାଲରେ କରାଯିବ ଶ୍ରେୟସ କହିଛନ୍ତି ।

ଜଗଦୀଶଙ୍କ ମୃତ୍ୟୁ ନେଇ ଡିସିପିଙ୍କ ପ୍ରତିକ୍ରିୟା

ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବେଙ୍ଗାଲୁରୁ ଉତ୍ତର ଡିଭିଜନ ଡିସିପି ସଇଦୁଲୁ ଅଦାବତ କହିଛନ୍ତି ଯେ, ପୂର୍ବରୁ ଜଗଦୀଶଙ୍କ ପତ୍ନୀ ଏହି ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ହୃଦଘାତ ନୁହେଁ ବରଂ ସେ ଜୀବନ ହାରିଛନ୍ତି । ଜଗଦୀଶ ନିକଟରେ ମାନସିକ ସ୍ତରରେ ବହୁତ ଯନ୍ତ୍ରଣା ଭୋଗୁଥିଲେ । ନିକଟରେ ତାଙ୍କ ଶାଶୁଙ୍କର ଦେହାନ୍ତ ହୋଇଥିଲା ଏବଂ ସେ ତାଙ୍କ ସହ ଅତ୍ୟନ୍ତ ଜଡିତ ଥିବାରୁ ସେ ଡିପ୍ରେସନରେ ଥିଲେ । ଏଥିପାଇଁ ସେ ଔଷଧ ମଧ୍ୟ ନେଉଥିଲେ । ଆମେ ସବୁ ଦିଗରୁ ଅନୁସନ୍ଧାନ କରୁଛୁ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତାସତ୍ୟ ଜଣାପଡିବ ବେଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାଉଥ ସିନେମା ଜଗତକୁ ଝଟ୍‌କା, ଜୀବନ ହାରିଲେ ମାଲାୟାଲମ ଅଭିନେତ୍ରୀ

ଫିଲ୍ମ ନିର୍ମାତା ସମେତ ବ୍ୟବସାୟୀ ବି ଥିଲେ ଜଗଦୀଶ

ଜଗଦୀଶ ସ୍ନେହିତରୁ, ଅପୁ ଅର ପପୁ, ମସ୍ତ ମାଜା ମାଡି ଏବଂ ରାମଲୀଲାଙ୍କ ସମେତ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଚଳଚ୍ଚିତ୍ର ନିର୍ମାତା ହେବା ବ୍ୟତୀତ ଜଗଦୀଶ ଜଣେ ବିଲଡର ଏବଂ ବ୍ୟବସାୟୀ ମଧ୍ୟ ଥିଲେ । ସହରରେ ତାଙ୍କର ଏକ ପବ୍ ମଧ୍ୟ ଅଛି । ଖବର ଅନୁଯାୟୀ, ଜଗଦୀଶଙ୍କ ଏହି ପବ୍ ନିକଟରେ କିଛି ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ କ୍ରୁଙ୍କ ବିଳମ୍ବିତ ରାତିରେ ପାର୍ଟି ହେବା ପରେ ବିବାଦ ଲାଗି ରହିଥିଲା, ଯେଉଁ କାରଣରୁ ଏହାର ଲାଇସେନ୍ସ ସାମୟିକ ଭାବରେ ବାତିଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.