ETV Bharat / entertainment

ଜନ୍ମଦିନରେ ବୟଫ୍ରେଣ୍ଡଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ କଲେ ଜାହ୍ନବୀ

author img

By ETV Bharat Odisha Team

Published : Mar 6, 2024, 5:48 PM IST

Updated : Mar 7, 2024, 6:50 AM IST

Etv Bharat
Etv Bharat

Janhvi Kapoor Visits Tirumala Temple: ଜାହ୍ନବୀ କପୁର ଆଜି ନିଜ ୨୭ତମ ଜନ୍ମଦିନ ପାଳନ କରୁଥିବା ବେଳେ ଏହି ଅବସରରେ ସେ ତିରୁପତି ବାଲାଜୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କ ସହ ରୁମର ବୟଫ୍ରେଣ୍ଡ ଶିଖର ପହରିଆ ଏବଂ ଉରି ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ହାଇଦ୍ରାବାଦ: ଆଜି ଫେବୃଆରୀ ୬ରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ୨୭ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ ତିରୁପତି ବାଲାଜୀଙ୍କ ଦର୍ଶନ କରିଛନ୍ତି । ସେ ରୁମର ବୟଫ୍ରେଣ୍ଡ ଶିଖର ପହରିଆ ଏବଂ ଉରିଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଏବଂ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ।

ଶିଖର ପହରିଆଙ୍କ ପୋଷ୍ଟ
ଶିଖର ପହରିଆଙ୍କ ପୋଷ୍ଟ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜାହ୍ନବୀ କପୁର ପିଙ୍କ ରଙ୍ଗର ଲେହେଙ୍ଗାରେ ନଜର ଆସିଥିବା ବେଳ ଉରି ଏବଂ ଶିଖର ହ୍ବାଇଟ ରଙ୍ଗର ଧୋତିରେ ନଜର ଆସିଛନ୍ତି । ଏହି ୩ଜଣ ତିରୁପତି ବାଲାଜୀଙ୍କ ଆଶୀର୍ବାଦ ନେଇଛନ୍ତି । କହିରଖୁଛୁ କି, ଏହା ପ୍ରଥମ ନୁହେଁ ଯେ ଜାହ୍ନବୀ ତିରୁପତି ବାଲାଜୀଙ୍କ ଆଶୀର୍ବାଦ ନେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଭଉଣୀ ଖୁସୀ କପୁର ଏବଂ ରୁମର ବୟଫ୍ରେଣ୍ଡ ଶିଖର ପହରିଆଙ୍କ ସହ ତିରୁମାଲା ବାଲାଜୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି ।

ଖୁସୀ କପୁରଙ୍କ ପୋଷ୍ଟ
ଖୁସୀ କପୁରଙ୍କ ପୋଷ୍ଟ

ସେପଟେ ଶିଖର ପହରିଆ ଆଜି ଜାହ୍ନବୀଙ୍କ ଜନ୍ମଦିନରେ ଖାସ ଅନ୍ଦାଜରେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଶିଖର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଉଭୟଙ୍କ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଉଭୟ ପ୍ୟାରିସରେ ରୋମାଣ୍ଟିକ ପୋଜରେ ଆସିଥିବାର ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ଜାହ୍ନବୀଙ୍କୁ ଲାଲ ହାର୍ଟ ସହ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଉଭଣୀ ଖୁସି କପୁର ମଧ୍ୟ ଜାହ୍ନବୀ ଏବଂ ନିଜର ଏକ ପିଲାଦିନର ଫଟୋ ସେୟାର କରି ଉଭଣୀକୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜାହ୍ନବୀଙ୍କୁ ଜନ୍ମଦିନ ଭେଟି; ରାମ ଚରଣଙ୍କ ସହ ନୂଆ ଫିଲ୍ମ ଘୋଷଣା, ଦେବରା ପ୍ରଥମ ଲୁକ ଆଉଟ୍

ଅନ୍ୟପଟେ ଜାହ୍ନବୀ କପୁର ଏବଂ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଜନ୍ମଦିନ ଭେଟି ମିଳିଛି । ଜାହ୍ନବୀ ବର୍ତ୍ତମାନ ସାଉଥରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି । ଆଜି ତାଙ୍କ ଜନ୍ମଦିନରେ ତାଙ୍କ ଆଗାମୀ ଫିଲ୍ମ 'ଦେବରା'ର ପ୍ରଥମ ଲୁକ ରିଲିଜ ହୋଇଛି । ଏହି ଫିଲ୍ମର ପ୍ରଥମ ଭାଗ ଅକ୍ଟୋବର ୧୦ ତାରିଖରେ ମୁକ୍ତିଲାଭ କରିବ । ଏଥିସହ ଆଉ ଏକ ନୂଆ ଫିଲ୍ମ 'RC16'ର ଘୋଷଣା ହୋଇଛି । 'ଦେବରା'ରେ ଜାହ୍ନବୀ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ସହ ନଜର ଆସିବାକୁ ଥିବା ବେଳେ ନୂଆ ଫିଲ୍ମ 'RC16'ରେ ରାମ ଚରଣଙ୍କ ସହ ନଜର ଆସିବେ ।

Last Updated :Mar 7, 2024, 6:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.