ETV Bharat / entertainment

ଚାଲିଛି ଗୋପାଳପୁର ବେଳାଭୂମି ମହୋତ୍ସବ, ସନମପୁରୀଙ୍କ ଗୀତରେ ଝୁମିଲେ ଦର୍ଶକ

author img

By ETV Bharat Odisha Team

Published : Jan 26, 2024, 8:51 PM IST

gopalpur beach festival
ଗୋପାଳପୁର ବେଳାଭୂମି ମହୋତ୍ସବ

Gopalpur Beach Festival: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ । ପ୍ରଥମ ରଜନୀରେ ଆକର୍ଷଣ ସାଜିଥିଲେ ସନମପୁରୀ । ଅଧିକ ପଢନ୍ତୁ

ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର: ଆରମ୍ଭ ହେଲା 'ଗୋପାଳପୁର ବେଳାଭୂମି ମହୋତ୍ସବ-2024' । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଚଳିତବର୍ଷର ଗୋପାଳପୁର ମହୋତ୍ସବର ଶୁଭାରମ୍ଭ କରିଛନ୍ତି । ମହୋତ୍ସବର ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାର କଳାକାରଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ନିଜର କଳାକୌଶଳ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି । ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ୍‌ର ପ୍ଳେ ବ୍ୟାକ୍ ସିଙ୍ଗର ସନମ ଓ ତାଙ୍କ ଟିମ୍ ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଦର୍ଶକ । ମହୋତ୍ସବରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ବେହେରା ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବ ଦୀର୍ଘ 4 ଦିନ ଧରି ଚାଲିବ ।

ଏଭଳି ମହୋତ୍ସବ ଆୟୋଜନ ଦ୍ୱାରା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଗୋପାଳପୁର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ଅତିଥି ମାନେଏହି ଅବସରରେ ଆଶା ବ୍ୟକ୍ତ କରିଥିଲେ । ଏହି ଅବସରରରେ ଏଠାରେ ଖୋଲିଥିବା ତିନି ଶହଟି ଷ୍ଟଲ ବିଶିଷ୍ଟ ପଲ୍ଲିଶ୍ରୀ ମେଳା ଓ ଫୁଡ୍ କୋର୍ଟ ମଧ୍ୟ ଉଦଘାଟିତ ହୋଇଯାଇଛି । ସେପଟେ ସ୍ଥାନୀୟ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ନିଜ ନିଜ କଳାକୌଶଳକୁ ନିଛକ ଭାବେ ଦର୍ଶକଙ୍କୁ ଆଗରେ ପରିବେଷଣ କରିଥିଲେ । ପ୍ରଥମେ ସ୍ଥାନୀୟ ଓ ତାପରେ ଗୋଟିଏ ପରେ ଗୋଟିଏ ଚିତାକଷର୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଯାହାକୁ ମନଭରୀ ଉପଭୋଗ କରିଥିଲେ ଦଶର୍କ ।

ଏହା ବି ପଢନ୍ତୁ...ପାରମ୍ପରିକ ଲୋକ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଉଦଘାଟିତ ହେଲା ଅସୁରଗଡ ଲୋକକଳା ମହୋତ୍ସବ

ଶୀତୁଆ ରାତିରେ ସୁମଧୁର ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ପାଇଁ ବହୁ ସଂଖ୍ୟକ ଦର୍ଶକ ଆସିଥିଲେ । ପ୍ରଥମ ରଜନୀରେ ସମଗ୍ର ଗୋପାଳପୁର ବେଳାଭୂମି ଲୋକାରଣ୍ୟ ହୋଇପଡିଥିଲା । ସେପଟେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ ସହିତ ସିସିଟିଭିର ବ୍ୟବସ୍ଥା କରିଛି ପୋଲିସ । ଏହାସହ ଟ୍ରାଫିକ୍ ପ୍ରତି ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି ।



ଇଟିଭି ଭାରତ , ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.