ETV Bharat / entertainment

'ଦ ଫ୍ୟାମିଲି ଷ୍ଟାର' ସହ ଧମାକା କରିବେ ବିଜୟ ଦେବରକୋଣ୍ଡା, ଏହି ଦିନ ରିଲିଜ ହେବ ଫିଲ୍ମ

author img

By ETV Bharat Odisha Team

Published : Feb 6, 2024, 3:15 PM IST

The Family Star Release Date: 'ଖୁସି' ପରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ପୁଣି 'ଦ ଫ୍ୟାମିଲି ଷ୍ଟାର' ସହ ପରଦାକୁ ଫେରୁଛନ୍ତି । ଆଜି ଫିଲ୍ମର ପ୍ରଥମ ଗୀତ ନନ୍ଦନନ୍ଦାନା ପ୍ରମୋ ରିଲିଜ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

'ଦ ଫ୍ୟାମିଲି ଷ୍ଟାର' ସହ ଧମାକା କରିବେ ବିଜୟ ଦେବରକୋଣ୍ଡା, ଏହି ଦିନ ରିଲିଜ ହେବ ଫିଲ୍ମ
'ଦ ଫ୍ୟାମିଲି ଷ୍ଟାର' ସହ ଧମାକା କରିବେ ବିଜୟ ଦେବରକୋଣ୍ଡା, ଏହି ଦିନ ରିଲିଜ ହେବ ଫିଲ୍ମ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା 'ଦ ଫ୍ୟାମିଲି ଷ୍ଟାର' ସହ ପୁଣି ଦର୍ଶକଙ୍କ ମନ ଜିତିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମରେ ବିଜୟଙ୍କ ସହ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଆଜି ଫିଲ୍ମର ପ୍ରଥମ ଗୀତ ନନ୍ଦନନ୍ଦାନା ପ୍ରୋମୋ ରିଲିଜ କରିଛନ୍ତି ନିର୍ମାତା । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏପ୍ରିଲ ୫, ୨୦୨୪ରେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ ହେବ ।

ଏହି ପ୍ରୋମୋ ଭିଡିଓରେ ମୃଣାଲ ଏବଂ ବିଜୟଙ୍କ ରୋମାନ୍ସର ଝଲକ ଦେଖବାକୁ ମିଳିଛି । ଏଥିସହ ବିଜୟଙ୍କ ମେଟ୍ରୋ ଯାତ୍ରାର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏହି ଫିଲ୍ମର ପ୍ରଥମ ଗୀତ ନନ୍ଦା ନନ୍ଦନା ରହିଥିବା ବେଳେ ଆସନ୍ତାକାଲି (ଫେବୃଆରୀ ୭) ଗୀତଟି ମୁକ୍ତିଲାଭ କରିବ । ଏହି ଗୀତକୁ ଗୋପୀ ସୁନ୍ଦର ରଚନା କରିଥିବା ବେଳେ ଅନନ୍ତ ଶ୍ରୀରାମ ଗୀତ ଲେଖିଛନ୍ତି ଏବଂ ସିଡ ଶ୍ରୀରାମ ଏହି ଗୀତରେ କଣ୍ଠଦାନ କରିଛନ୍ତି ।

  • " class="align-text-top noRightClick twitterSection" data="">

ପର୍ଶୁରାମ ପୋଟଲାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ 'ଦ ଫ୍ୟାମିଲି ଷ୍ଟାର' ଚଳିତ ବର୍ଷ ଏପ୍ରିଲ ୫ରେ ମୁକ୍ତିଲାଭ କରିବାକୁ ଯାଉଛି । ଫ୍ୟାମିଲି ଷ୍ଟାରକୁ ଏସଭିସି ବ୍ୟାନରରେ ନିର୍ମିତ ହୋଇଥିବା ବେଳେ ଦିଲ ରାଜୁ ଏବଂ ସିରିସ ଫିଲ୍ମକୁ ପ୍ରସ୍ତୁତ କରିଛନ୍ତି । ଏହି ଚଳଚ୍ଚିତ୍ର ସହ ପ୍ରତମ ଥର ପାଇଁ ଏକାଠି ନଜର ଆସିବେ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁର । ବିଜୟ ଏବଂ ମୃଣାଲଙ୍କ ବ୍ୟତୀତ ଏହି ପାରିବାରିକ ରୋମାଣ୍ଟିକ-ଆକ୍ସନ୍ ଡ୍ରାମାରେ ମଧ୍ୟ ଦିବ୍ୟଶା କୌଶିକ, ଅଜୟ ଘୋଷ ଏବଂ ଅବିଗେଲ ସ୍କୋବି ଭଳି ଅନ୍ୟ କଳାକାରମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଫ୍ୟାନ୍ସ 'ଦ ଫ୍ୟାମିଲି ଷ୍ଟାର' ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାହା ହେବାକୁ ମନ ବଳାଇଲେଣି ବିଜୟ ଦେବରକୋଣ୍ଡା, ଖୋଜୁଛନ୍ତି ଜୀବନସାଥୀ

ଏହା ବ୍ୟତୀତ ବିଜୟଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ, ଅଭିନେତା ଗୌତମ ତିନ୍ନାନୁରୀଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଡ୍ରାମା 'ଭିଡି 12' ରେ ନଜର ଆସିବେ । ଏଥିସହ ସେ ନାଗା ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ୨୦୨୪ର ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି ୨୮୯୮ AD'ରେ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିବେ । ଏହି ଫିଲ୍ମରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, କମଲ ହାସନ ଏବଂ ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.