ETV Bharat / entertainment

ବାହା ହେବାକୁ ମନ ବଳାଇଲେଣି ବିଜୟ ଦେବରକୋଣ୍ଡା, ଖୋଜୁଛନ୍ତି ଜୀବନସାଥୀ

author img

By

Published : Aug 10, 2023, 10:32 AM IST

ବିଜୟ ଦେବରକୋଣ୍ଡା ନିକଟରେ ହାଇଦ୍ରାବାଦରେ ତାଙ୍କ ଫିଲ୍ମ 'କୁଶି'ର ଟ୍ରେଲର ଲଞ୍ଚ କରିଥିଲେ । ଦର୍ଶକଙ୍କ ସାମ୍ନାରେ ଏକ ନୂଆ ପ୍ରେମ କାହାଣୀ ଆଣିବାକୁ ଯାଉଥିବା ଏହି ତେଲୁଗୁ ଅଭିନେତା ଟ୍ରେଲର ଲଞ୍ଚ ସମୟରେ ନିଜ ବିବାହକୁ ନେଇ ଏକ ମଜାଦାର ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ବିଜୟ ଦେବରାକୋଣ୍ଡା
ବିଜୟ ଦେବରାକୋଣ୍ଡା

ହାଇଦ୍ରାବାଦ: ପାନ ଇଣ୍ଡିଆ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ ଚଳଚ୍ଚିତ୍ର 'କୁଶି' ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର କେବଳ ତେଲୁଗୁ ଭାଷାରେ ନୁହେଁ ତାମିଲ, କନ୍ନଡ, ମାଲାୟାଲମ ଏବଂ ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ । ଗତକାଲି (ଅଗଷ୍ଟ 9) ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ ହୋଇଯାଇଛି । ଏହି ଟ୍ରେଲର ଲଞ୍ଚ ସମୟରେ ବିଜୟ ତାଙ୍କ ବିବାହ ବିଷୟରେ ଏକ ବଡ଼ ଖୁଲାସା କରିଥିଲେ । ଫିଲ୍ମର ଟ୍ରେଲର ଦେଖିବା ପରେ ବିଜୟଙ୍କୁ ତାଙ୍କ ବିବାହ ବିଷୟରେ କିଛି ପ୍ରଶ୍ନ ପଚରାଯାଇଥିଲା । ସବୁଠୁ ମଜାଦାର କଥା ହେଉଛି, ବିଜୟ ଦେବରାକୋଣ୍ଡା ଯିଏ ବିବାହ ପ୍ରଶ୍ନରୁ ସର୍ବଦା ଦୂରେଇ ଯାଆନ୍ତି, ସେ ନିଜେ ଗଣମାଧ୍ୟମ ଆଗରେ ଏକ ବଡ଼ ଖୁଲାସା କରିଛନ୍ତି ।

ବିବାହ ବିଷୟରେ କଥାବାର୍ତ୍ତା କରି ବିଜୟ ଦେବରାକୋଣ୍ଡା କହିଛନ୍ତି, 'ମୁଁ ବିବାହ ନାମ ଶୁଣିଲେ ପୂର୍ବରୁ ରାଗି ଯାଉଥିଲି । ମୁଁ ନିଜେ ଚିଡି ଯାଉଥିଲି କିନ୍ତୁ ବର୍ତ୍ତମାନ ମୁଁ ଏହା ବିଷୟରେ ଚିନ୍ତା କରିବା ଆରମ୍ଭ କରିଛି । ମୁଁ ଭାବୁଛି ବର୍ତ୍ତମାନ ବିବାହ କରିବା ଉଚିତ୍ । ମୁଁ ନିଶ୍ଚିତ ଭାବରେ ଆଗାମୀ 2 ବର୍ଷରେ ବିବାହ କରିବି, କିନ୍ତୁ ବର୍ତ୍ତମାନ କେବଳ ବିବାହ କରିବାର ଚିନ୍ତା ଆସିଛି । ଖୁବ୍‌ ଶୀଘ୍ର ଝିଅ ଖୋଜିବା ମଧ୍ୟ ଆରମ୍ଭ କରିବି ।’

ଏହା ମଧ୍ୟ ପଢନ୍ତୁ: Kushi: ଆସିଲା ଟ୍ରେଲର, ଦେଖିବାକୁ ମିଳିବ ବିଜୟ ଏବଂ ସାମନ୍ଥାଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ

ଦୀର୍ଘ ଦିନ ଧରି ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ରହିଆସିଛି । ତଥାପି ଏହି କପଲ ସେମାନଙ୍କ ସମ୍ପର୍କ ବିଷୟରେ କେବେବି ମୁହଁ ଖୋଲି ନାହାନ୍ତି । ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି । ନିକଟରେ ଦୁହେଁ ମାଲଦ୍ୱୀପରେ ଛୁଟିରେ ଯାଇଥିବା ନେଇ ଖବର ଆସିଥିଲା । କାହିଁକି ନା ଏହି ଦୁଇଜଣ ବିମାନବନ୍ଦରର ଅଲଗା ଗେଟ୍‌ରୁ ଏଣ୍ଟ୍ରି କରିଥିଲେ । ଏହି କପଲ ହୁଏତ ସେମାନଙ୍କ ସମ୍ପର୍କ ଏବଂ ଛୁଟିଦିନକୁ ସିକ୍ରେଟ୍‌ ରଖିବାକୁ ଚାହୁଁଥିଲେ । କିନ୍ତୁ ପ୍ରଶଂସକଙ୍କ ଆଖିରୁ ବଞ୍ଚି ପାରି ନଥିଲେ । ଏହି କପଲଙ୍କ ପ୍ରଶଂସକମାନେ ଦାବି କରିଥିଲେ ଯେ ଉଭୟ ରଶ୍ମିକା ଏବଂ ବିଜୟ ମାଲଦ୍ୱୀପରେ ଏକାଠି ଛୁଟି କାଟୁଛନ୍ତି । ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦନା ପ୍ରଥମେ ଗୀତା ଗୋବିନ୍ଦ ଫିଲ୍ମରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ଏକ ବ୍ଲକ୍‌ବଷ୍ଟର ହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ର ପରେ ସେ ଡିଅର କମରେଡ୍‌ରେ ସ୍କ୍ରିନ୍ ସେୟାର କରିଥିଲେ । ଏହି ଚଳଚ୍ଚିତ୍ର ପରଠାରୁ ଉଭୟଙ୍କ ସମ୍ପର୍କର ଆଲୋଚନାକୁ ଆସିଥିଲା ।

କୁଶି ଟ୍ରେଲର

ସାମନ୍ଥା ରୁଥ ପ୍ରଭୁ ଏବଂ ବିଜୟ ଦେବରକୋଣ୍ଡା ଆଗାମୀ ଫିଲ୍ମ 'ଖୁସି'ରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ତେବେ ନିକଟରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ ହୋଇଥିବା ବେଳେ ଗତକାଲି(ବୁଧବାର) ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ବିଜୟଙ୍କ ଫିଲ୍ମ 'କୁଶି' ସେପ୍ଟେମ୍ବର 1 ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ବିଜୟ ଓ ସାମନ୍ଥାଙ୍କୁ ଦମ୍ପତି ଭାବେ ଦେଖିବାକୁ ମିଳିବ । ଉଭୟଙ୍କ ଲଭଷ୍ଟୋରୀ ଦେଖିବାକୁ ପାଇବେ ଦର୍ଶକ । ତେବେ ସୋସିଆଲ ମିଡିଆରେ ଏହା ରିଲିଜ ହେବା ପରେ ଏହାକୁ ଫ୍ୟାନ୍ସ ଲାଇକ୍‌ କରିବା ସହ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଫିଲ୍ମର 2.45 ମିନିଟର ଟ୍ରେଲରରେ କାଶ୍ମୀର ଅଞ୍ଚଳରୁ ସାଉଥ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।

ବଲିଉଡରେ ବିଜୟ ଏବଂ ସାମନ୍ଥା

ଦୁଇ ସୁପରଷ୍ଟାର ବିଜୟ ଏବଂ ସାମନ୍ଥା ଦକ୍ଷିଣ ସହିତ ବଲିଉଡରେ ମଧ୍ୟ ପ୍ରବେଶ କରିଛନ୍ତି । ତେବେ ଦକ୍ଷିଣରେ ଦମଦାର ପ୍ରଦର୍ଶନ କରୁଥିବା ଏହି ଉଭୟ କଳାକାର ଏପର୍ଯ୍ୟନ୍ତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କିଛି ଖାସ ପ୍ରଦର୍ଶନ କରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.