ETV Bharat / entertainment

'ଦ ଫ୍ୟାମିଲି ଷ୍ଟାର' ଟ୍ରେଲର ରିଲିଜ, ଏହି ଦିନ ପରଦାକୁ ଆସିବ ଫିଲ୍ମ - Family Star Trailer Out

author img

By ETV Bharat Odisha Team

Published : Mar 28, 2024, 3:19 PM IST

Family Star Trailer Out:'ଖୁସି' ପରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ପୁଣି 'ଦ ଫ୍ୟାମିଲି ଷ୍ଟାର' ସହ ପରଦାକୁ ଫେରୁଛନ୍ତି । ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଅଧିକ ପଢନ୍ତୁ

Family Star Trailer Out
Family Star Trailer Out

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା 'ଦ ଫ୍ୟାମିଲି ଷ୍ଟାର' ସହ ପୁଣି ଦର୍ଶକଙ୍କ ମନ ଜିତିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମରେ ବିଜୟଙ୍କ ସହ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ପ୍ରଥମ ଗୀତ ନନ୍ଦନନ୍ଦାନା ପ୍ରୋମୋ ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏପ୍ରିଲ ୫ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ ହେବ ।

  • " class="align-text-top noRightClick twitterSection" data="">

ଟ୍ରେଲରରେ ଅଭିନେତା ଦେବରକୋଣ୍ଡାକୁ ଜଣେ ମଧ୍ୟବିତ୍ତ ପରିବାରର ହିରୋ ଭାବରେ ଦେଖିବାକୁ ମିଳିଛି । ଯିଏ ପରିବାରକୁ କ୍ଷତି କରାଇବା ମାତ୍ରେ ହିଂସା କରିବାକୁ ପଛାଏନି । ତାଙ୍କୁ ଜଣେ ମଧ୍ୟବର୍ଗୀୟ ବ୍ୟକ୍ତି ଭାବରେ ଦର୍ଶାଯାଇଛି । 2 ମିନିଟର 26 ସେକେଣ୍ଡର ଏହି ଟ୍ରେଲରରେ ବିଜୟଙ୍କ ସଂଘର୍ଷର କାହାଣୀ ଦର୍ଶାଯାଇଛି । ମୃଣାଲ ଓ ବିଜୟ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ପୂର୍ବରୁ ଫିଲ୍ମର ଗୀତ ନନ୍ଦନାଦାନା, କଲ୍ୟାଣୀ ବାଚା ବାଚା ଓ ମଧୁରମୁ କଡା ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ପରେ ଏହାର କ୍ରେଜ ଆହୁରି ବଢାଇ ଦେଇଛି । ଏଥିରେ ଫ୍ୟାମିଲି ଜ୍ରାମା ସହିତ ଆକ୍ସନ,ଡ୍ରାମା ଓ ରୋମାନ୍ସ ଦେଖିବାକୁ ମିଳିବ । ପର୍ଶୁରାମ ପୋଟଲାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ 'ଦ ଫ୍ୟାମିଲି ଷ୍ଟାର' ଚଳିତ ବର୍ଷ ଏପ୍ରିଲ ୫ରେ ମୁକ୍ତିଲାଭ କରିବାକୁ ଯାଉଛି । ଫ୍ୟାମିଲି ଷ୍ଟାରକୁ ଏସଭିସି ବ୍ୟାନରରେ ନିର୍ମିତ ହୋଇଥିବା ବେଳେ ଦିଲ ରାଜୁ ଏବଂ ସିରିସ ଫିଲ୍ମକୁ ପ୍ରସ୍ତୁତ କରିଛନ୍ତି । ଏହି ଚଳଚ୍ଚିତ୍ର ସହ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁର । ବିଜୟ ଏବଂ ମୃଣାଲଙ୍କ ବ୍ୟତୀତ ଏହି ପାରିବାରିକ ରୋମାଣ୍ଟିକ-ଆକ୍ସନ୍ ଡ୍ରାମାରେ ଦିବ୍ୟଶା କୌଶିକ, ଅଜୟ ଘୋଷ ଏବଂ ଅବିଗେଲ ସ୍କୋବି ଭଳି ଅନ୍ୟ କଳାକାରମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଫ୍ୟାନ୍ସ 'ଦ ଫ୍ୟାମିଲି ଷ୍ଟାର' ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- 'ଦ ଫ୍ୟାମିଲି ଷ୍ଟାର' ସହ ଧମାକା କରିବେ ବିଜୟ ଦେବରକୋଣ୍ଡା, ଏହି ଦିନ ରିଲିଜ ହେବ ଫିଲ୍ମ

ଏହା ବ୍ୟତୀତ ବିଜୟଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ, ଅଭିନେତା ଗୌତମ ତିନ୍ନାନୁରୀଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଡ୍ରାମା 'ଭିଡି 12' ରେ ନଜର ଆସିବେ । ଏଥିସହ ସେ ନାଗା ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ୨୦୨୪ର ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି ୨୮୯୮ AD'ରେ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିବେ । ଏହି ଫିଲ୍ମରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, କମଲ ହାସନ ଏବଂ ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.