ETV Bharat / entertainment

ଦୋଷ ମାନିଲା ଏଲଭିସ, ଜେଲରେ ଏମିତି କଟିଲା ପ୍ରଥମ ଦିନ

author img

By ETV Bharat Odisha Team

Published : Mar 18, 2024, 2:01 PM IST

ଦୋଷ ମାନିଲେ ଏଲଭିସ! ଜେଲରେ ଏମିତି କଟିଲା ପ୍ରଥମ ଦିନ
ଦୋଷ ମାନିଲେ ଏଲଭିସ! ଜେଲରେ ଏମିତି କଟିଲା ପ୍ରଥମ ଦିନ

Elvish Yadavs First Day In Jail: ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ନୋଏଡା ପୋଲିସ ଗିରଫ କରିଛି । ଏଲଭିସଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ରିପୋର୍ଟ ଅନୁସାରେ, ବର୍ତ୍ତମାନ ଏଲଭିସ ତାଙ୍କ ଅପରାଧ ସ୍ୱୀକାର କରିଥିବା ବେଳେ ଜେଲରେ ପ୍ରଥମ ଦିନ ଏମିତି କାଟିଥିବା ଜଣାପଡିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଜେଲରେ ଦିନ କାଟୁଛନ୍ତି ୟୁଟ୍ୟୁବର୍ ଏବଂ ବିଗ ବସ ଓଟିଟି ୨ ବିଜେତା ଏଲଭିଶ ଯାଦବ । ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ନୋଏଡା ପୋଲିସ ଗତକାଲି ଗିରଫ କରିଥିବା ବେଳେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ଏହି ସମୟରେ ସେ ନିଜ ଦୋଷ ସ୍ୱୀକାର କରିଥିବା ନୋଏଡା ପୋଲିସ ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ସେ ଜେଲରେ ରହିଥିବା ବେଳେ ପ୍ରଥମ ଦିନ ବହୁତ କଷ୍ଟରେ କଟିଥିବା ଜଣାପଡିଛି ।

୧୪ ଦିନିଆ ନ୍ୟାୟିକ ହେପାଜତରେ ଏଲଭିସ

ନୋଏଡା ପୋଲିସ ଟିମ ତାଙ୍କୁ ଗିରଫ ପରେ ସୁରଜପୁର କୋର୍ଟରେ ହାଜର କରିଥିଲେ । ଯେଉଁଠାରେ ଶୁଣାଣି ପରେ ଏଲଭିସଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ତେବେ ସେ ଜେଲରୁ ଯିବା ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ହସୁଥିବାର ନଜର ଆସିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ସେଲିବ୍ରିଟି ହେବା ସତ୍ତ୍ୱେ ଏଲଭିସଙ୍କୁ ଦିଆଯାଇନି ସ୍ପେଶିଆଲ ଟ୍ରିଟମେଣ୍ଟ । ଅନ୍ୟ କଏଦୀଙ୍କ ପରି ଏଲଭିସଙ୍କ ସହ ମଧ୍ୟ ସମାନ ବ୍ୟବହାର କରାଯାଇଛି ।

ଜେଲରେ ଏମିତି କଟିଲା ଏଲଭିସଙ୍କ ପ୍ରଥମ ଦିନ

ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ୟୁଟ୍ୟୁବର ଜେଲରେ ଥିବା ପ୍ରଥମ ରାତିରେ ରାତ୍ରି ଭୋଜନ ପାଇଁ ହାଲୁଆ ଏବଂ ପୁରୀ, ତରକାରୀ ଖାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୩ଟି କମ୍ବଳ ମଧ୍ୟ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ କ୍ୟାରେଣ୍ଟାଇନ ବ୍ୟାରେଜରେ ରଖାଯାଇଛି ଏବଂ ପରେ ତାଙ୍କୁ ସାଧାରଣ ବ୍ୟାରେକକୁ ପଠାଯିବ । ଏଲଭିସ ରାତିସାରା ମଧ୍ୟ ଶୋଇ ନଥିଲେ ଏବଂ ସେ ଅଶାନ୍ତ ଦେଖାଯାଉଥିଲେ । କହିରଖୁଛୁ କି, ଆଜି ମାର୍ଚ୍ଚ ୧୮ରେ ତାଙ୍କ ପରିବାର ତାଙ୍କୁ ଜେଲରେ ଭେଟିବାକୁ ଆସିପାରନ୍ତି ବୋଲି ଜଣାପଡିଛି ।

ଦୋଷ ମାନିଲା ଏଲଭିସ

ପୋଲିସ ସୂତ୍ର ଅନୁଯାୟୀ, ଏଲଭିସ ଯାଦବ ସ୍ୱୀକାର କରିଛନ୍ତି ଯେ ସେ ପାର୍ଟୀ ପାଇଁ ସାପ ବିଷର ବ୍ୟବସ୍ଥା କରୁଥିଲେ । ଏହା ବ୍ୟତୀତ ସେ ସ୍ୱୀକାର କରିଛନ୍ତି ଯେ ପୋଲିସ ହେପାଜତରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ସେ ପୂର୍ବରୁ ଜାଣିଛନ୍ତି ଏବଂ ସେ ବିଭିନ୍ନ ରେଭ ପାର୍ଟିରେ ଅଭିଯୁକ୍ତଙ୍କ ସହ ଭେଟୁଥିଲେ ଏବଂ ତାଙ୍କ ସହ ସମ୍ପର୍କରେ ରହୁଥିଲେ । ସୂଚନା ଥାଉ କି, ପୂର୍ବରୁ ସେ ଏହି ମାମଲାରେ ନିର୍ଦ୍ଦୋଷ ଥିବା କହିଥିଲେ । ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଥିଲେ ।

ଏଲଭିସଙ୍କୁ ନ ମିଳିପାରେ ଜାମିନ

ନୋଏଡା ପୋଲିସ ଏଲଭିସ ଯାଦବଙ୍କ ଉପରେ NDPS ଆକ୍ଟର ଧାରା 29 ଲାଗୁ ହୋଇଛି । ଡ୍ରଗ୍ ସମ୍ବନ୍ଧୀୟ ଷଡଯନ୍ତ୍ରରେ କେହି ଜଡିତ ହେଲେ NDPS ଆକ୍ଟର ଏହି ବିଭାଗ ଲାଗୁ କରାଯାଇଛି । ଡ୍ରଗ୍ କିଣିବା ଏବଂ ବିକ୍ରୟ ପରି ଏହି ଅଧିନିୟମ ଅନୁଯାୟୀ ଅଭିଯୁକ୍ତକୁ ସହଜରେ ଜାମିନ ମିଳିନଥାଏ । ଯଦି ଏଲଭିସଙ୍କୁ NDPS ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଏ, ତେବେ 10 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇପାରେ ଏବଂ ଜାମିନ ମିଳିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ବନ୍ଧା ହେଲେ ବିଗ ବସ୍‌ ବିଜେତା ଏଲଭିସ ଯାଦବ

ମାମଲା କ'ଣ?

ନଭେମ୍ବର ୨ରେ ନୋଏଡାର ସେକ୍ଟର ୪୯ରେ ରେଭ୍‌ ପାର୍ଟିର ଆୟୋଜନ ହୋଇଥିଲା । ଏଠାରେ ସାପ ବିଷ ସପ୍ଲାଏ ହେଉଥିବା ଅଭିଯୋଗ ହୋଇଥିଲା । ଏହି ଷ୍ଟିଙ୍ଗ ଅପରେସନରେ ଜୀବନ୍ତ ସାପ ସମେତ ବିଷ ମଧ୍ୟ ଜବତ କରିଥିଲା ନୋଏଡା ପୋଲିସ । ଫଳରେ ପୋଲିସ ଏହି ରେଭ୍‌ ପାର୍ଟି ମାମଲାରେ ୫ ଜଣଙ୍କୁ ଗିରଫ କରିଥିଲା । ଏଥିରେ ଏଲଭିଶ ଯାଦବଙ୍କ ସମେତ 6 ଜଣ ସାପୁଆ ଏବଂ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ପଞ୍ଜିକୃତ କରିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.