ETV Bharat / entertainment

'କୁବେର' ସହ ଫେରୁଛନ୍ତି ଧନୁଷ, ଗୋଟିଏ ସିନ ପାଇଁ ଅଳିଆ ଗଦା ସାମ୍ନାରେ କରିଥିଲେ ୧୦ ଘଣ୍ଟାର ସୁଟିଂ - Dhanush Kubera Shoot

author img

By ETV Bharat Odisha Team

Published : May 6, 2024, 7:14 PM IST

Dhanush Kubera Shoot: 'କୁବେର' ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ଧନୁଷ । ଅଭିନେତା ଏହି ଫିଲ୍ମ ସହ ଦମଦାର କମବ୍ୟାକ କରିବାକୁ ଯାଉଥିବା ବେଳେ ଅଭିନେତା ଏହି ଫିଲ୍ମରେ ନିଜ ଚରିତ୍ର ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଛନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଫିଲ୍ମର ଗୋଟିଏ ସିନ ପାଇଁ ଅଭିନେତା ଅଳିଆ ଗଦା ସାମ୍ନାରେ ୧୦ ଘଣ୍ଟା ଧରି ସୁଟିଂ କରିଛନ୍ତି ।

'କୁବେର' ସହ ଫେରୁଛନ୍ତି ଧନୁଷ
'କୁବେର' ସହ ଫେରୁଛନ୍ତି ଧନୁଷ (Pic Credit@dhanushkraja)

ହାଇଦ୍ରାବାଦ: ସାଉଥ ଚଳଚ୍ଚିତ୍ର ସୁପରଷ୍ଟାର ଧନୁଷ ୨୦୨୪ ମସିହାରେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର 'କୁବେର' ପାଇଁ ଶିରୋନାମାରେ ରହିଛନ୍ତି । ଚଳିତ ବର୍ଷ ଧନୁଷ ଆକ୍ସନ୍ ଡ୍ରାମା ଫିଲ୍ମ କ୍ୟାପଟେନ ମିଲର ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ଭଲ କରିନଥିଲା । ଏବେ ଧନୁଷ 'କୁବେର' ଫିଲ୍ମ ସହ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ତେବେ ଅଭିନେତା ଏହି ଫିଲ୍ମ ସହ ଦମଦାର କମବ୍ୟାକ କରୁଥିବା ବେଳେ ଏହି ଫିଲ୍ମ ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଛନ୍ତି । ଅଭିନେତାଙ୍କ ଫିଲ୍ମର ଏକ ସିନ ସୁଟିଂ ପାଇଁ ବିନା ମାସ୍କରେ ଅଳିଆ ଗଦା ସାମ୍ନାରେ ୧୦ଘଣ୍ଟା ଧରି ସୁଟିଂ କରିଛନ୍ତି । ଅଭିନେତାଙ୍କ ଏଭଳି କାର୍ଯ୍ୟ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ନିକଟରେ 'କୁବେର'ରୁ ଧନୁଷଙ୍କ ପ୍ରଥମ ଲୁକ ରିଲିଜ ହୋଇଥିଲା । ଏଥିରୁ ଅନୁମାନ କରାଯାଉଛି ଯେ ସେ ଏହି ଫିଲ୍ମରେ ଭିକାରୀ ଭୂମିକାରେ ଅଭିନୟ କରିବେ । ଏବେ କୁହାଯାଉଛି ଯେ ଫିଲ୍ମର ଏକ ଦୃଶ୍ୟ ସୁଟିଂ କରିବା ପାଇଁ ଅଭିନେତା ମୁମ୍ବାଇର ଏକ ଅଳିଆ ଗଦା ନିକଟରେ ପ୍ରାୟ ୧୦ ଘଣ୍ଟା ଧରି ସୁଟିଂ କରିଥିଲେ । ଅଭିନେତା ବିନା ଦ୍ୱିଧାରେ ଏବଂ ବିନା ମାସ୍କ ପିନ୍ଧି ଏହି ସୁଟିଂ କରିଛନ୍ତି । ଏବେ ଅଭିନେତାଙ୍କ ଏପରି କାର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ଥାଉ କି, ଏହା ହେଉଛି ଧନୁଷଙ୍କ ୫୧ତମ ଚଳଚ୍ଚିତ୍ର । ଏହା ଏକ ପାନ୍-ଇଣ୍ଡିଆନ୍ ଫିଲ୍ମ । ଏହି ଫିଲ୍ମକୁ ନିର୍ଦ୍ଦେଶକ ଶେଖର କାମୁଲା ନିର୍ଦ୍ଦେଶନା ଦେଉଥିବା ବେଳେ ଧନୁଷଙ୍କ ସହ ନିର୍ଦ୍ଦେଶକ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି । ସୁନୀଲ ନାରଙ୍ଗ ଏବଂ ପୁଷ୍କର ରାମ ମୋହନ ରାଓଙ୍କ ଦ୍ୱାରା ନିର୍ମିତ 'କୁବେର'ରେ ଦେବୀ ଶ୍ରୀ ପ୍ରସାଦଙ୍କ ସଙ୍ଗୀତ ଏବଂ ନିକେଥ ବମ୍ମିଙ୍କ ସିନେମାଟୋଗ୍ରାଫି ରହିଛି । ପ୍ରଡକ୍ସନ ଡିଜାଇନର ରାମକୃଷ୍ଣ ସବାନୀ ଏବଂ ମୋନିକା ନିଗୋତ୍ରେ ଟେକନିକ ଦଳର ଏକ ଅଂଶ ଅଟନ୍ତି । ଏଥିରେ ଟଲିଉଡ ଷ୍ଟାର ନାଗାର୍ଜୁନ ଏବଂ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ନଜର ଆସିବେ । ଖବର ଅନୁଯାୟୀ, ନାଗାର୍ଜୁନ ଏହି ଫିଲ୍ମରେ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିପାରନ୍ତି। ନିକଟରେ ସମସ୍ତ ତାରକାଙ୍କ ପ୍ରଥମ ଲୁକ ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଏହି ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକ କରିବେ ଧନୁଷ, ଫିଲ୍ମ ଲଞ୍ଚ ସମୟରେ ହେଲେ ଭାବବିହ୍ୱଳ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.