ETV Bharat / entertainment

ପ୍ରେମ ସପ୍ତାହରେ ମୁକ୍ତିଲାଭ କଲା 'ଆସିକ ସରେଣ୍ଡର ହେଲା'

author img

By ETV Bharat Odisha Team

Published : Feb 10, 2024, 12:07 PM IST

Updated : Feb 10, 2024, 12:21 PM IST

Ashiq Surrender Hela Released
ଆସିକ ସରେଣ୍ଡର ହେଲା

Ashiq Surrender Hela Released: ଭାଲେଣ୍ଟାଇନ ଡେ' ଅବସରରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଆସିକ ସରେଣ୍ଡର ହେଲା' । ମୁଖ୍ୟ ଭୂମିକାରେ ଅଭିନେତା ସମ୍ଭବ ମାନସିଂହ ଓ ଅଭିନେତ୍ରୀ ଜୟା ବିଶ୍ୱାସଙ୍କୁ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଆସିକ ସରେଣ୍ଡର ହେଲା ରିଲିଜ

ଭୁବନେଶ୍ୱର: ପ୍ରେମ ସପ୍ତାହରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ଆସିକ ସରେଣ୍ଡର ହେଲା' । ଭୁବନେଶ୍ୱରର ସିନେ ପଲିସଠାରେ ଚଳଚ୍ଚିତ୍ରର ପ୍ରିମିୟର ଶୋ' ରିଲିଜ ହୋଇଯାଇଛି । ବିଶ୍ୱାସ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମାଣ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି. । ସଙ୍ଗୀତକୁ ସ୍ୱରରେ ସଜେଇଛନ୍ତି ଗୀତିକାର ପ୍ରେମ ଆନନ୍ଦ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅର୍ଥାତ ନାୟକ ଭୂମିକାରେ ସମ୍ଭବ ମାନସିଂହ ଓ ନାୟିକା ଭୂମିକାରେ ଜୟା ବିଶ୍ୱାସ ଅଭିନୟ କରିଛନ୍ତି ।

ସେହିପରି ଅନ୍ୟ ଭୂମିକାରେ ସ୍ୱର୍ଗତ ବରିଷ୍ଠ ଅଭିନେତା ମିହିର ଦାସ, ବଣ୍ଟି, ମନୋଜ ମିଶ୍ର, ଅଭିନେତ୍ରୀ ପିଆଲିଙ୍କ ଭଳି ଅନେକ ଜଣାଶୁଣା କଳାକାର ଏଥିରେ ଅଭିନୟ କରିଛନ୍ତି । ତେବେ ସିନେମାଟି ଦୁଇ ପ୍ରେମ ପକ୍ଷୀଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ପାରିବାରିକ କାହାଣୀ ସହ ସଂଗୀତକୁ ନେଇ ବେଶ ସୁନ୍ଦର ହୋଇଛି । ଏଥିରେ ୫ଟି ଗୀତ ରହିଥିବା ବେଳେ ଦୁଇଟି ଗୀତ ବର୍ତ୍ତମାନ ଲୋକଙ୍କ ହୃଦୟକୁ ଜିଣିଛି । ତେଣୁ ଭରପୁର କାହାଣୀ ସହ ସଙ୍ଗୀତର ଧାରାକୁ ନେଇ ପ୍ରସ୍ତୁତ ଏହି ସିନେମା ନିଶ୍ଚୟ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ - ବାସ୍ତବ ଘଟଣାକୁ ନେଇ ନିର୍ମିତ ସିନେମା 'ଖରା' ରିଲିଜ

ଏହା ମଧ୍ୟ ପଢନ୍ତୁ - ପ୍ରେମ ସପ୍ତାହରେ ଲାଗିବ ଲଭ-ରୋମାନ୍ସର ତଡକା, ପରଦାକୁ ଆସିବ ‘ଆଶିକ ସରେଣ୍ଡର’

ଏହି ସିନେମାଟି ୩ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବେଳେ କୋରୋନା ପାଇଁ ମୁକ୍ତିଲାଭ କରିପାରିନଥିଲା । ସମ୍ଭବ ଓ ଜୟା ଏହି ଚଳଚ୍ଚିତ୍ର ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଥିବାବେଳେ ଦୁଇ ଜଣଙ୍କ ରିଲ ଲାଇଫ ଯୋଡିଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ଭଲ ଲାଗିବ ଓ ଯୁବପିଢିଙ୍କୁ ତାଙ୍କ ପ୍ରେମର ସ୍ମୃତିକୁ ପୁଣି ତାଜା କରିବ ବୋଲି କହିଛନ୍ତି ଅଭିନେତ୍ରୀ ଜୟା ବିଶ୍ୱାସ । ଅନ୍ୟପଟେ ଅଭିନେତା ସମ୍ଭବ ମାନସିଂହ କହିଛନ୍ତି, ''ବହୁତ ଦିନର ଅପେକ୍ଷା ପରେ ଫିଲ୍ମଟି ରିଲିଜ ହୋଇଛି । ଆଶା କରୁଛୁ ଫିଲ୍ମଟି ଦର୍ଶକଙ୍କୁ ଭଲ ଲାଗିବ । ଏହି ଫିଲ୍ମରେ ରୋମାନ୍ସ ଠାରୁ ଆରମ୍ଭ କରି କମେଡି ପର୍ଯ୍ୟନ୍ତ ଦେଖିବାକୁ ପାଇବେ ଦର୍ଶକ ।''

ଇଟିଭି ଭାରତ, ଭୁବନେଶ୍ୱର

Last Updated :Feb 10, 2024, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.