ETV Bharat / entertainment

ପ୍ରେମ ସପ୍ତାହରେ ଲାଗିବ ଲଭ-ରୋମାନ୍ସର ତଡକା, ପରଦାକୁ ଆସିବ ‘ଆଶିକ ସରେଣ୍ଡର’

author img

By ETV Bharat Odisha Team

Published : Jan 31, 2024, 7:08 AM IST

Updated : Jan 31, 2024, 9:00 AM IST

Ashiq Surrender Release: ଓଡ଼ିଆ ଚଳଚ୍ଚିତ୍ର 'ଆଶିକ ସରେଣ୍ଡର'ର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଏହି ଫିଲ୍ମ ଭାଲେଣ୍ଟାଇନ ଡେ' ଅବସରରେ ଫେବୃଆରୀ ୯ରେ ପରଦାରେ ରିଲିଜ ହେବ ।

ପ୍ରେମ ସପ୍ତାହରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର 'ଆଶିକ ସରେଣ୍ଡର'
ପ୍ରେମ ସପ୍ତାହରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର 'ଆଶିକ ସରେଣ୍ଡର'

ପ୍ରେମ ସପ୍ତାହରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର 'ଆଶିକ ସରେଣ୍ଡର'

ଭୁବନେଶ୍ବର: ଓଡ଼ିଆ ଫିଲ୍ମ 'ଦଶମ'ର ସଫଳତା ପରେ ଆଉ ଏକ ନୂଆ କାହାଣୀକୁ ନେଇ ଫେରୁଛନ୍ତି ନିର୍ଦ୍ଦେଶକ ରାଜା ଡି । ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର 'ଆଶିକ ସରେଣ୍ଡର' ସହ ସେ ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ରହିଛନ୍ତି । ବର୍ତ୍ତମାନ ନିର୍ମାତା ଏହି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଭାଲେଣ୍ଟାଇନ ଡେ' ଅବସରରେ ଫେବୃଆରୀ ୯ରେ ପରଦାରେ ରିଲିଜ ହେବ ।

ଲଭ ରୋମାନ୍ସ ଭରା ପ୍ରେମ କାହାଣୀକୁ ନେଇ 'ଆଶିକ ସରେଣ୍ଡର' ପ୍ରସ୍ତୁତି ହୋଇଥିବା ବେଳେ ପ୍ରେମ ସପ୍ତାହରେ ସାରା ଓଡ଼ିଶାରେ ରିଲିଜ ହେବ । ଭୁବନେଶ୍ବର ପ୍ରେସ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ଦ୍ଦେଶକ । ଫେବୃଆରୀ ୯ରେ ଏହି ସିନେମାଟି ରିଲିଜ ହେବ । ବିଶ୍ବାସ ପ୍ରଡକ୍ସନ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିବା ବେଳେ ନିର୍ଦ୍ଦେଶକ ଓ କାହାଣୀକାର ରହିଛନ୍ତି ରାଜା ଡି ।

ସଂଗୀତକୁ ସ୍ବରରେ ସଜେଇଛନ୍ତି ଗୀତିକାର ପ୍ରେମ ଆନନ୍ଦ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅର୍ଥାତ ନାୟକ ଭୂମିକାରେ ସମ୍ଭବ ମାନସିଂହ ରହିଥିବା ବେଳେ ନାୟିକା ଭୂମିକାରେ ରହିଛନ୍ତି ଲୋକପ୍ରିୟ ଡ୍ୟାନ୍ସର ତଥା ଅଭିନେତ୍ରୀ ଜୟା ବିଶ୍ବାସ । ଅନ୍ୟ ଭୂମିକାରେ ରହିଛନ୍ତି ସ୍ବର୍ଗତ ବରିଷ୍ଠ ଅଭିନେତା ମିହିର ଦାସ, ବଣ୍ଟି, ମନୋଜ ମିଶ୍ର, ଅଭିନେତ୍ରୀ ପିଆଲିଙ୍କ ଭଳି ଅନେକ ଜଣାଶୁଣା କଳାକାର ଏଥିରେ ଅଭିନୟ କରିଛନ୍ତି ।

ତେବେ ସିନେମାଟି ଦୁଇ ପ୍ରେମ ପକ୍ଷୀଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ପାରିବାରିକ କାହାଣୀ ସହ ସଂଗୀତକୁ ନେଇ ବେଶ ସୁନ୍ଦର ହୋଇଛି । ଏଥିରେ ୫ଟି ଗୀତ ରହିଥିବା ବେଳେ ଦୁଇଟି ଗୀତ ବର୍ତ୍ତମାନ ଲୋକଙ୍କୁ ହୃଦୟକୁ ଜିଣିଛି । ତେଣୁ ଭରପୁର କାହାଣୀ ସହ ସଙ୍ଗୀତର ଧାରାକୁ ନେଇ ପ୍ରସ୍ତୁତ ଏହି ସିନେମା ନିଶ୍ଚୟ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ: ଫେବୃଆରୀ ୯ରେ ରିଲିଜ୍ ହେବ ଓଡ଼ିଆ ଚଳଚ୍ଚିତ୍ର 'କେମିତି ଏ ସମ୍ପର୍କ'

ଏହି ସିନେମାଟି ୩ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବେଳେ କୋରୋନା ପାଇଁ ମୁକ୍ତିଲାଭ କରିପାରିନଥିଲା । ପୁଣିଥରେ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଫେବୃଆରୀରେ ରିଲିଜ ହେବାକୁ ଯାଉଛି । ତେବେ ସମ୍ଭବ ଓ ଜୟା ଏହି ଚଳଚ୍ଚିତ୍ର ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଥିବା ବେଳେ ଦୁଇ ଜଣଙ୍କ ରିଲ ଲାଇଫ ଯୋଡିଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ଭଲ ଲାଗିବ ଓ ଯୁବ ପିଢିଙ୍କୁ ତାଙ୍କ ପ୍ରେମର ସ୍ମୃତିକୁ ପୁଣି ତାଜା କରିବ ବୋଲି କହିଛନ୍ତି ଅଭିନେତ୍ରୀ ଜୟା ବିଶ୍ବାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 31, 2024, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.