ETV Bharat / business

ଗରିବଙ୍କ ପାଇଁ ବଡ଼ ଘୋଷଣା; ୫ ବର୍ଷରେ ନିର୍ମାଣ ହେବ ଆଉ ୨ କୋଟି ପକ୍କା ଘର

author img

By ETV Bharat Odisha Team

Published : Feb 1, 2024, 12:57 PM IST

Updated : Feb 1, 2024, 1:20 PM IST

Interim Budget 2024: ପିଏମ ଆବାସ ଯୋଜନାରେ ଆଗାମୀ ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ନିର୍ମାଣ କରାଯିବ । ଅଧିକ ପଢନ୍ତୁ

ବଜେଟ ୨୦୨୪
Interim Budget 2024

ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଅନ୍ତରୀଣ ବା କାମଚଳା ବଜେଟରେ ଗରୀବ, ମହିଳା ଓ ଯୁବପିଢିଙ୍କ ବିକାଶ ଉପରେ ଫୋକସ୍ କରାଯାଇଛି । ବିଶେଷକରି ଗରୀବଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ଗରୀବ ପରିବାରକୁ ମାଗଣା ପକ୍କା ଘର ଯୋଗାଇ ଦିଆଯାଉଛି । ଆବାସ ଯୋଜନାରେ ଏବେ ପର୍ଯ୍ୟନ୍ତ ୩ କୋଟି ଘର ନିର୍ମାଣ ହୋଇଛି । ଆସନ୍ତା ୫ ବର୍ଷ ଭିତରେ ଆହୁରି ୨ କୋଟି ପକ୍କା ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ମଧ୍ୟବିତ୍ତଙ୍କ ପାଇଁ ସରକାର ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ କରିବେ । ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଲୋକସଭାରେ ବଜେଟ୍ ଉପସ୍ଥାପନ ଅବସରରେ ସୀତାରମଣ କହିଛନ୍ତି ଯେ, ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଛି । ପିଏମ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ ହେଉଛି । ଦେଶର ୩ କୋଟି ଗରୀବ ପରିବାରକୁ ସରକାର ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କୋଭିଡ ମହାମାରୀ ସତ୍ତ୍ବେ ୩ କୋଟି ଘର ନିର୍ମାଣର ଟର୍ଗେଟ ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ନିର୍ମାଣ କରାଯିବ । ସେହିପରି ୧ କୋଟି ଘରକୁ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ ।

ଏହା ମଧ୍ୟ ପଢନ୍ତୁ: ବିଶ୍ୱଶକ୍ତି ଭାବେ ଭାରତ ଉଭା ହୋଇଛି, 2047 ସୁଦ୍ଧା ହେବ ବିକଶିତ ରାଷ୍ଟ୍ର: ସୀତାରମଣ

ଏହା ମଧ୍ୟ ପଢନ୍ତୁ: ଅନ୍ତରୀଣ ବଜେଟ 2024: ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ, ବନ୍ଦେ ଭାରତ ବଗି ହେବ 40 ହଜାର ସାଧାରଣ ବଗି

ବଜେଟରେ ମହିଳାଙ୍କ ବିକାଶକୁ ଅଧିକ ଫୋକସ୍ କରିଛନ୍ତି ସରକାର । ଦେଶରେ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ବଡ଼ ଘୋଷଣା ହୋଇଛି । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ଏବେସୁଦ୍ଧା ପାଖାପାଖି ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଛନ୍ତି । ଏବେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଲକ୍ଷପତି ଦିଦି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ । ସେହିପରି ସରକାରଙ୍କ ପିଏମ ଧନଜନ ଯୋଜନା, ବିଶ୍ବକର୍ମା ଯୋଜନା ସଫଳ ହୋଇଛି । ଜନଧନ ଆକାଉଣ୍ଟ ଜରିଆରୀ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି । ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି । ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 1, 2024, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.