ETV Bharat / bharat

ପୁଅ ଭଲ ପାଇ ବାହା ହେଲା ବୋଲି ମାଆକୁ ଉଲଗ୍ନ କରି ବୁଲାଇଲେ ସମୁଦି ଘର ଲୋକ - Woman paraded naked

author img

By ETV Bharat Odisha Team

Published : Apr 6, 2024, 11:00 AM IST

ପୁଅ ଭଲ ପାଇ ବାହାହେଲା ବୋଲି ମାଆକୁ ଉଲଗ୍ନ କରି ବୁଲାଇଲେ ସମୁଦି ଘର ଲୋକ
ପୁଅ ଭଲ ପାଇ ବାହାହେଲା ବୋଲି ମାଆକୁ ଉଲଗ୍ନ କରି ବୁଲାଇଲେ ସମୁଦି ଘର ଲୋକ

Woman Paraded Naked In Punjab: ପୁଅ ପଡୋଶୀ ଘର ଝିଅକୁ ଭଲ ପାଇ ବାହା ହେଲା ବୋଲି ମାଆକୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ସମୁଦି ଘର ଲୋକ । ମୋବାଇଲରେ ଭିଡିଓ କରି ଭାଇରାଲ କଲେ । ପଞ୍ଜାବରୁ ସାମ୍ନାକୁ ଆସିଛି ଏଭଳି ଅମାନବୀୟ ଘଟଣା । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବରୁ ଏକ ଲଜ୍ଜାଜନକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ଜଣେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଉଥିବାର ଦେଖିବାକୁ ମିଳୁଛି । ସେହି ମହିଳାଙ୍କର ଭୁଲ୍ ଏତିକି ଥିଲା ଯେ, ତାଙ୍କର ପୁଅ ପଡୋଶୀ ଘର ଝିଅକୁ ଭଲ ପାଇ ବାହା ହୋଇଥିଲେ । ଏଥିରେ ରାଗିଯାଇ ଝିଅ ଘର ଲୋକେ ପୁଅର ରାଗ ମାଆ ଉପରେ ସୁଝାଇଛନ୍ତି । ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ସହ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଘଟଣାଟି ପଞ୍ଜାବ ତରନ ତାରନ ଜିଲ୍ଲା ଭଲତୋହା ସହରର । ଥାନାରେ ଦାୟର ଏତଲା ଅନୁସାରେ, ୫୫ ବର୍ଷୀୟା ପୀଡିତା ଭଲତୋହା ସହରରେ ରୁହନ୍ତି । ମାସକ ତଳେ ତାଙ୍କର ପୁଅ ପଡୋଶୀରେ ରହୁଥିବା ଝିଅକୁ ଭଲ ପାଇ କୋର୍ଟ ମ୍ୟାରେଜ କରିଥିଲେ । ଏଥିରେ ଝିଅ ଘର ଲୋକେ ଖୁବ୍ ରାଗି ଯାଇଥିଲେ । ଏହାର ପ୍ରତିଶୋଧ ନେବାକୁ ମାର୍ଚ୍ଚ ୩୧ ତାରିଖ ସନ୍ଧ୍ୟାରେ ଝିଅର ମାଆ ଓ ଭାଇ ସହ ଆଉ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିମହିଳାଙ୍କ ଘର ବାହାରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଏହା ଶୁଣି ମହିଳା ଘରୁ ବାହାରିବାରୁ ତାଙ୍କୁ ଟାଣି ଆଣି ତାଙ୍କର ପୋଷାକ ଫାଡି ଦେଇଥିଲେ ଏବଂ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ । ଏମିତିକି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଗେରୁଆ ପତାକାକୁ ଅସମ୍ମାନ କରି ରିଲ୍ ଅପଲୋଡ୍, ଅଭିଯୁକ୍ତକୁ ଉଲଗ୍ନ କରି ପରେଡ୍ କରାଇଲେ ଲୋକେ

ଏହି ଭିଡିଓରେ ଦେଖାଯାଇଛି, କିଛି ଲୋକ ମହିଳାଙ୍କ ଶରୀରରୁ ପୋଷାକ ଚିରି ଉଲଗ୍ନ କରିଦେଉଛନ୍ତି ଏବଂ ମୋବାଇଲରେ ତାଙ୍କର ଭିଡିଓ ଉତ୍ତୋଳନ କରୁଛନ୍ତି । ସେମାନଙ୍କ ଠାରୁ ବର୍ତ୍ତିବାକୁ ମହିଳା ଦୌଡି ଯାଇ ଗୋଟିଏ ଦୋକାନ ଭିତରେ ଶରଣ ନେଉଛନ୍ତି । ଆଖପାଖରେ ଲୋକେ ଥିଲେ ମଧ୍ୟ କେହି ବି ମହିଳାଙ୍କୁ ସହାୟତା କରୁନାହାନ୍ତି । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତଙ୍କ ପରିଚୟ ମିଳିନଥିବା ବେଳେ ଆଉ ୩ ଜଣ ହେଲେ କୁଲବିନ୍ଦର କୌର ମଣି ଏବଂ ତାଙ୍କର ଦୁଇ ପୁଅ ଶରଣଜିତ ସିଂ ସନ୍ନି ଓ ଗୁରୁଚରଣ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.