ETV Bharat / bharat

ଅଜବ ଚୋରର ଗଜବ କାରନାମା, 'ଚୋରି ତ କଲି ହେଲେ ସୁନା ମିଳିଲାନି, କ୍ଷମା କରିଦେବେ' - Thief sorry letter

author img

By ETV Bharat Odisha Team

Published : Apr 15, 2024, 10:18 PM IST

Uttarakhand Theft
Uttarakhand Theft

Uttarakhand Theft: ଅଜବ ଚୋରର ଗଜବ କାରନାମା । ଘରୁ କଳାକନା ବୁଲାଇବା ପରେ ଲେଖିଲା 'ଚୋରି ତ କଲି ହେଲେ ସୁନା ମିଳିଲାନି, କ୍ଷମା କରିଦେବେ ।' ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଡେରାଡୁନ: ଉତ୍ତରାଖଣ୍ଡର ଅଜବ ଚୋର ! ଚୋରି କରିବା ପରେ ନିଜ ଅପରାଧକୁ ସ୍ୱୀକାର କରିବା ସହ ଆଲମାରୀ ଲେଖିଲା 'ଚୋରି ତ କଲି ହେଲେ ସୁନା ମିଳିଲାନି, କ୍ଷମା କରିଦେବେ ।' ତେବେ ଉତ୍ତରଖଣ୍ଡ ରାଜ୍ୟର ମୁଖାନି ଥାନା ଅଞ୍ଚଳରେ ଘଟିଥିବା ଏହି ଗଜବ ଚୋରି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘରୁ ନଗଦ 60ହଜାର ଟଙ୍କା ଓ କିଛି ରୂପା ଗହଣା ଚୋରି ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Uttarakhand Theft
Uttarakhand Theft

ସୂଚନା ଅନୁୟାୟୀ, ଗୁରୁବାର ରାତିରେ ଉତ୍ତରାଖଣ୍ଡ ରାଜ୍ୟର ମୁଖାନି ଥାନା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଚୋରି ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ଏହି ଚୋରି ହୋଇଥିବା ବେଳେ ସକାଳ ସମୟରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଘରେ ପଡିଥିବା ତାଲା ଭଙ୍ଗା ଯାଇଥିବା ବେଳେ ଘର ମଧ୍ୟରେ ସମସ୍ତ ଜିନିଷ ପତ୍ର ଏଣେତେଣେ ପଡିଥିଲା । ଆଲମାରୀ ମଧ୍ୟ ଖୋଲା ପଡିଥିଲା । ଏନେଇ ଘରର ମାଲିକ ପୋଲିସକୁ ଖବର ଦେଇଥିଲେ । ତେବେ ଏହି ଚୋରି ଘଟଣାରେ ଅଜବ କଥା ଦେଖିବାକୁ ମିଳିଥିଲା । ଚୋରି କରିବା ପରେ ଆଲମାରୀ ଓ ଡ୍ରେସିଙ୍ଗ ଟେବୁଲରେ ସ୍କେଚ ପେନରେ ଚୋର ନିଜ ଅପରାଧକୁ ସ୍ୱୀକାର କରିଥିବା ନେଇ ଲେଖିଥିବା ଦେଖିବାକୁ ମିଳିଥିଲା । ଚୋରଟି ବିଭିନ୍ନ ସ୍ଥାନରେ 'ଚୋରି ତ କଲି ହେଲେ ସୁନା ମିଳିଲାନି, କ୍ଷମା କରିଦେବେ' ଲେଖିଥିବା ଦେଖିବାକୁ ମିଳିଛି ।

Uttarakhand Theft
Uttarakhand Theft

ଏହାମଧ୍ୟ ପଢନ୍ତୁ.. ଫିଲ୍ମ ଷ୍ଟାଇଲରେ ଆକ୍ରମଣ କରି ସୁନା ଗହଣା ଲୁଟିଲେ ଦୁବୃର୍ତ୍ତ - ROBBERY IN PIPILI

ତେବେ ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ ଘରୁ ନଗଦ 60 ହଜାର ଟଙ୍କା କ୍ୟାସ ସହ କିଛି ରୂପା ଅଳଙ୍କାର ଚୋରି ହୋଇଛି । ତେବେ ସୁନା ଗହଣା ଘରେ ନରଖି ବ୍ୟାଙ୍କରେ ରଖିଥିବା ନେଇ କହିଛନ୍ତି ଅଭିଯୋଗକାରୀ । ତେବେ ଚୋରଟି ବେଶ ଚାଲାକ ହୋଇଥିବା ଜଣାପଡିଛି । କାରଣ ଘରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ସେ ଏହା ଜାଣିପାରି ସିସିଟିଭିରୁ ଡିବିଆର କାଢି ନିଜ ସହ ନେଇ ଯାଇଥିବା ଜଣାପଡିଛି ।

Uttarakhand Theft
Uttarakhand Theft

ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଘରର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଚୋରକୁ ଖୋଜିବାରେ ଲାଗିଛି । ତେବେ ଏଭଳି ଚୋରି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.