ETV Bharat / bharat

ଭାଷଣ ଦେଉ ଦେଉ ଅଚେତ ହୋଇଗଲେ ଗଡକରୀ - Nitin Gadkari

author img

By ETV Bharat Odisha Team

Published : Apr 25, 2024, 8:02 AM IST

Etv Bharat
Etv Bharat

Nitin Gadkari faints during speech : ନିର୍ବାଚନୀ ରାଲିରେ ଭାଷଣ ଦେଉଥିଲେ ନୀତିନ ଗଡକରୀ । ଅସହ୍ୟ ଗରମ ଯୋଗୁଁ ଅଚେତ ହୋଇପଡିଲେ । ଅଧିକ ପଢନ୍ତୁ

ମୁମ୍ବାଇ: ନିର୍ବାଚନୀ ରାଲିରେ ଭାଷଣ ଦେଉ ଦେଉ ଅଚେତ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଅସହ୍ୟ ଗରମ ସହ୍ୟ କରିନପାରି ସେ ଅଚେତ ହୋଇପଡିଥିବା ଟ୍ବିଟ ସୂଚନା ଦେବା ସହ ଏବେ ସେ ସମ୍ପୂ୍ଣ୍ଣ ଫିଟ ଅଛନ୍ତି ବୋଲି କହିଛନ୍ତି ଗଡକରୀ । ଅଚେତ ହେବା ପରେ କିଛି ସମୟ ବିରତୀ ନେଇ ନିର୍ବାଚନୀ ରାଲିରେ ଭାଷଣ ପୁରା କରିଥିଲେ ସେ । ଗରମ ଯୋଗୁଁ ଅସୁସ୍ଥ ଅନୁଭବ କରିବାରୁ ଗଡକରୀ ଚେତାଶୂନ୍ୟ ହୋଇପଡିଥିଲେ ।

ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ଯବତମାଲ ଜିଲ୍ଲାର ପୁସାଡରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ଭାଷଣ ଦେଉଥିବା ସମୟରେ ସେ ହଠାତ ଚେତାଶୂନ୍ୟ ହୋଇପଡିଥିଲେ । ଫଳରେ ମଞ୍ଚ ଉପରେ ଥିବା ବିଜେପିର ଅନ୍ୟ ନେତା ମାନେ ତାଙ୍କୁ ସମ୍ଭାଳି ନେଇଥିଲେ । ସାମାନ୍ୟ ଚିକିତ୍ସା ପରେ କିଛି ସମୟ ବିରତି ନେଇ ମଞ୍ଚ ଉପରକୁ ଯାଇ ତାଙ୍କ ଭାଷଣ ଜାରି ରଖିବାରେ ସକ୍ଷମ ହୋଇଥିଲେ ଗଡକରୀ।

ଏହା ମଧ୍ୟ ପଢନ୍ତୁ- ମଲ୍ଲିକାର୍ଜୁନ-ଜୟରାମଙ୍କୁ ଗଡ଼କରୀଙ୍କ ଲିଗାଲ ନୋଟିସ

ଟ୍ବିଟ କରି ଗଡକରୀ କହିଛନ୍ତି, "ମହାରାଷ୍ଟ୍ରର ପୁସାଡରେ ଅନୁଷ୍ଠିତ ଏକ ନିର୍ବାଚନୀ ରାଲିରେ ପ୍ରବଳ ଗରମ ହେତୁ ମୁଁ ଅସୁସ୍ଥ ଅନୁଭବ କଲି। କିନ୍ତୁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ପରବର୍ତ୍ତୀ ବୈଠକରେ ଯୋଗଦେବା ପାଇଁ ଭାରୁଦ ଯାଉଛି। ଆପଣଙ୍କ ଭଲ ପାଇବା ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ। " ପୁସାଡ ଆସନରେ ପ୍ରାର୍ଥୀ ହୋଇଥିବା ଶିନ୍ଦେ ଗୋଷ୍ଠୀର ରାଜଶ୍ରୀ ପାଟିଲଙ୍କ ସମର୍ଥନରେ ରାଲିରେ ସାମିଲ ହୋଇ ଭାଷଣ ଦେଉଥିଲେ ଗଡକରୀ । ଭାଷ ଦେବା ସମୟରେ ଅସୁସ୍ଥ ମନେ କରିଥିଲେ । ଏହାପରେ ଅଚେତ ହୋଇପଡିଥିଲେ । ଏହି ସମୟର ଭିଡିଓ ଏକ୍ସର ଲାଇଭ ଷ୍ଟ୍ରମିଂରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ- ନୀତିନ ଗଡକରୀଙ୍କ ପ୍ରଶଂସାରେ କୁଇନ, କହିଲେ '୬ବର୍ଷ ପରେ ପାଇଲି ନେପୋଟିଜିମର ଉତ୍ତର'

ଏହା ମଧ୍ୟ ପଢନ୍ତୁ- ଲୋକସଭା ନିର୍ବାଚନ: ଥମିଲା ପ୍ରଚାର, ୨୬ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ - Campaigning Ends For Second Phase

ସାଧାରଣ ନିର୍ବାଚନ ପାଇଁ ମହାରାଷ୍ଟ୍ରର ନାଗପୁର ଲୋକସଭା ଆସନରୁ ନୀତିନ ଗଡକରୀଙ୍କୁ ଟିକେଟ ଦେଇଥିଲା ବିଜେପି । ଏପ୍ରିଲ 19 ତାରିଖରେ ସେଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲେ । ଭୋଟ ଦେବା ସହ ବିପୁଳ ଭୋଟରେ ଗଡକରୀ ବିଜୟୀ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.