ETV Bharat / bharat

ବଢିଲା ଅମ୍ବ୍ରେଲା ଯୋଜନା ସମୟସୀମା, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

author img

By ETV Bharat Odisha Team

Published : Feb 22, 2024, 4:38 PM IST

ବଢିଲା ଅମ୍ବ୍ରେଲା ଯୋଜନାର ସମୟସୀମା, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବଢିଲା ଅମ୍ବ୍ରେଲା ଯୋଜନାର ସମୟସୀମା, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

Union Cabinet Decides: ମହିଳାଙ୍କ ସୁରକ୍ଷା ଦିଗରେ କେନ୍ଦ୍ର ସରକାରଙ୍କର ବଡ ପଦକ୍ଷେପ । ଅମ୍ବ୍ରେଲା ଯୋଜନାର ବୃଦ୍ଧି ଘୋଷଣା । ୨୦୨୧-୨୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ବଢିଲା ଅମ୍ବ୍ରେଲା ଯୋଜନାର ସମୟସୀମା, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବଢିଲା ଅମ୍ବ୍ରେଲା ଯୋଜନାର ସମୟସୀମା, କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ଦିଗରେ କେନ୍ଦ୍ର ସରକାରଙ୍କର ବଡ ପଦକ୍ଷେପ । ଅମ୍ବ୍ରେଲା ଯୋଜନାର ବୃଦ୍ଧି ଘୋଷଣା । ୨୦୨୧-୨୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୧୧୭୯.୭୨ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବ ଆସିଥିବା ବେଳେ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

ମୋଟ ୧୧୭୯.୭୨ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ମଧ୍ୟରୁ ଗୃହ ମନ୍ତ୍ରଣାଳୟ ନିଜସ୍ବ ବଜେଟରୁ ମୋଟ ୮୮୫.୪୯ କୋଟି ଟଙ୍କା ଏବଂ ନିର୍ଭୟା ପାଣ୍ଠିରୁ ୨୯୪.୨୩ କୋଟି ଟଙ୍କା ପ୍ରଦାନ କରିବ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ।

ଅଧିକ ପଢନ୍ତୁ- ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି, ୩ ଶହ ଟଙ୍କାକୁ ବୃଦ୍ଧି ପାଇଲା ଉଜ୍ଜଳା ସବସିଡି

କଠୋର ଆଇନ ମାଧ୍ୟମରେ କଠୋର ପ୍ରତିରୋଧ, ପ୍ରଭାବଶାଳୀ ନ୍ୟାୟ ପ୍ରଦାନ, ସଠିକ ସମୟରେ ଅଭିଯୋଗର ସମାଧାନ ଏବଂ ପୀଡ଼ିତାଙ୍କୁ ସହଜରେ ଉପଲବ୍ଧ ସଂସ୍ଥାଗତ ସହାୟତା ଢାଞ୍ଚା ଭଳି ଅନେକ କାର୍ଯ୍ୟର ପରିଣାମ ହେଉଛି ଏକ ଦେଶରେ ମହିଳାଙ୍କ ସୁରକ୍ଷା । ଭାରତୀୟ ଦଣ୍ଡବିଧି ସଂହିତା, କ୍ରିମିନାଲ ପ୍ରୋସିଜିଓର କୋଡ ଏବଂ ଭାରତୀୟ ପ୍ରମାଣ ଆଇନରେ ସଂଶୋଧନ ମାଧ୍ୟମରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ବନ୍ଧୀୟ ମାମଲାରେ କଠୋର ପ୍ରତିକାର ବ୍ୟବସ୍ଥା କରାଯାଇଥିଲା।

ମହିଳା ସୁରକ୍ଷା ଦିଗରେ ଭାରତ ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମିଳିତ ସହଯୋଗରେ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକର ଉଦ୍ଦେଶ୍ୟ ମଧ୍ୟରେ ମହିଳାମାନଙ୍କ ବିରୋଧରେ ଅପରାଧ ମାମଲାରେ ଠିକ ସମୟରେ ହସ୍ତକ୍ଷେପ ଏବଂ ତଦନ୍ତ ସୁନିଶ୍ଚିତ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ବ୍ୟବସ୍ଥାକୁ ସୁଦୃଢ଼ କରିବା । ଏଭଳି ମାମଲାରେ ତଦନ୍ତ ଏବଂ ଅପରାଧ ନିବାରଣରେ ଅଧିକ ଦକ୍ଷତା ଅନ୍ତର୍ଭୁକ୍ତ କରିବା ।

ଭାରତ ସରକାର ମହିଳାଙ୍କ ସୁରକ୍ଷା ପାଇଁ ‘ଅମ୍ବ୍ରେଲା ଯୋଜନା’ ଅଧୀନରେ ଜାରି ରଖିଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି, ୧୧୨ ଏମରଜେନ୍ସି ରେସପନସ ସପୋର୍ଟ ସିଷ୍ଟମ, ଇଆରଏସଏସ ୨.୦, ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରେଟୋରିରେ ଡିଏନଏ ବିଶ୍ଳେଷଣ, ସାଇବର ଫରେନସିକ କ୍ଷମତାକୁ ସୁଦୃଢ଼ କରିବା, ମହିଳା ଓ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ନିବାରଣ, ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ପରିଚାଳନା ପାଇଁ ତଦନ୍ତକାରୀ ଓ ପ୍ରସିକ୍ୟୁଟରଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ ଏବଂ ମହିଳା ହେଲ୍ପ ଡେସ୍କ ଓ ମାନବ ଚାଲାଣ ନିରୋଧୀ ୟୁନିଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.