ETV Bharat / bharat

ଦୁର୍ଘଟଣାରେ ଲାଗୁନି ବ୍ରେକ୍‌; ହିମାଚଳ ପରେ ଆଜି ଉତ୍ତରାଖଣ୍ଡରେ ଓଲଟିଲା ଯାତ୍ରୀବାହୀ ବସ - Tehri Road Accident

author img

By ETV Bharat Odisha Team

Published : Apr 13, 2024, 1:48 PM IST

ଉତ୍ତରାଖଣ୍ଡରେ ଓଲଟିଲା ଯାତ୍ରୀବାହୀ ବସ , ଏକାଧିକ ଆହାତ
ଉତ୍ତରାଖଣ୍ଡରେ ଓଲଟିଲା ଯାତ୍ରୀବାହୀ ବସ , ଏକାଧିକ ଆହାତ

Tehri Road Accident: ଗତ କିଛି ଦିନ ହେବ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଖବର । ହରିୟାଣା ସ୍କୁଲ ବସ ଦୁର୍ଘଟଣା, ହିମାଚଳ ପ୍ରଦେଶ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ପରେ ଆଝି ପୁଣି ଉତ୍ତରାଖଣ୍ଡ ତେହେରୀ ଜିଲ୍ଲାରେ ଓଲଟି ପଡ଼ିଛି ଯାତ୍ରୀବାହୀ ବସ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ଓଲଟିଲା ଯାତ୍ରୀବାହୀ ବସ , ଏକାଧିକ ଆହାତ

ଡେରାଡୁନ: ଉତ୍ତରାଖଣ୍ଡରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀ ବସ୍ । ଦୁର୍ଘଟଣାଟି ଭଦ୍ରାକାଳୀଠାରୁ ନରେନ୍ଦ୍ରନଗର ଆଡକୁ ଯିବା ରାସ୍ତାରେ ଘଟିଛି । ତେହେରୀ ଗରୱାଲ ରାସ୍ତାରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ବହୁ ଯାତ୍ରୀ ଆହାତ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ, SDRF ଏବଂ ଅଗ୍ନିଶମ କର୍ମୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସଟି ଋଷିକେଶର ତେହେରୀରୁ ଚମ୍ବାଲ ଆଡ଼କୁ ଯାଉଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, UK ୦୭ PC ୦୪୩୪ ନଂ ଏକ ଯାତ୍ରୀବାହୀ ବସ ତେହେରୀରୁ ଚମ୍ବାଲ ଆଡ଼କୁ ଯାଉଥିବା ବେଳେ ଭଦ୍ରାକାଳୀ ଠାରୁ କିଛି ଦୂରକୁ ଗଲା ପରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ 35 ରୁ 40 ଜଣ ଯାତ୍ରୀ ରହିଥିଲେ । ଏଥିମଧ୍ୟରୁ 2 ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନେକ ସାମାନ୍ୟ ଆହାତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରିବା ସହ ପୋଲିସରେ ଖବର ଦେଇଥିଲେ । ଖବର ପାଇ ପୋଲିସ, SDRF ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବସରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

ସେପଟେ ଏହି ଦୁର୍ଘଟଣାରେ କାହାର ଜୀବନହାନୀ ହୋଇନଥିବା ସୂଚନା ମିଳିଥିବା ବେଳେ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଏଡାଇ ଦିଆଯାଇଛି । ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ AIIMS ଋଷିକେଶକୁ ସ୍ଥାନାନ୍ତରଣ କରାଯାଇଛି । କିଭଳି ବସଟି ଦୁର୍ଘଟଣା ଘଟିଲା, ତାହା ପୋଲିସ ତଦନ୍ତ ଆରମ୍ଭ କରିଛି । ଉତ୍ତରାଖଣ୍ଡରେ ବରମ୍ବାର ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ ....ହିମାଚଳ ପ୍ରଦେଶରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌, 21 ଶ୍ରଦ୍ଧାଳୁ ଆହତ - Himachal Pradesh Accident

ପ୍ରକାଶ ଯୋଗ୍ୟ, ଗତକାଲି ହିମାଚଳ ପ୍ରଦେଶ କାଙ୍ଗଡା ଟନେଲ ନିକଟରେ ଓଲଟିଥିଲା ତୀର୍ଥଯାତ୍ରୀ ବସ୍‌ । ଏଥିରେ 52 ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିବା ବେଳେ 21 ଜଣ ଆହତ ହୋଇଥିଲେ । ଆହତଙ୍କୁ ତୁରନ୍ତ ଟାଣ୍ଡା ରୋଡ୍ ନିକଟରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହାର ଗୋଟିଏ ଦୁଇ ଦିନ ପୂର୍ବରୁ ହରିୟାଣାରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ସ୍କୁଲବସ ଓଲଟି ପଡ଼ିବା ଫଳରେ କିଛି କୋମଳମତୀ ଛାତ୍ରଛାତ୍ରୀଙ୍କର ଅକାଳ ବିୟୋଗ ଘଟିଥିଲା ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.