ETV Bharat / bharat

ହିମାଚଳ ପ୍ରଦେଶରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌, 21 ଶ୍ରଦ୍ଧାଳୁ ଆହତ - Himachal Pradesh Accident

author img

By ETV Bharat Odisha Team

Published : Apr 12, 2024, 8:13 PM IST

HIMACHAL PRADESH ACCIDENT
HIMACHAL PRADESH ACCIDENT

HIMACHAL PRADESH ACCIDENT: ହିମାଚଳ ପ୍ରଦେଶରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌ । ଯାତ୍ରା କରୁଥିଲେ 50ରୁ ଅଧିକ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ସିମଲା: ହିମାଚଳ ପ୍ରଦେଶ କାଙ୍ଗଡା ଟନେଲ ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌ । ଏଥିରେ 52 ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଟାଣ୍ଡା ରୋଡ ନିକଟରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ତୀର୍ଥଯାତ୍ରୀ ବିପଦ ମୁକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ତଦନ୍ତ ଚଳାଇଛି ।

ଏନେଇ ପୋଲିସ କହିଛି, "ଦୁର୍ଘଟଣାଗ୍ରସ୍ତ ବସରେ ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ ସେ ନେଇ ଯାଞ୍ଚ କରାଯାଉଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।" ସୂଚନା ଅନୁସାରେ ଏଥିରେ 50ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଶ୍ରଦ୍ଧାଳୁଙ୍କ ଦ୍ବାରା ଭର୍ତ୍ତି UP82T7752 ନମ୍ବର ବସଟି କାଙ୍ଗଡା ଜିଲ୍ଲାରେ ଥିବା ଜ୍ବାଲାଜି ମନ୍ଦିରକୁ ଯାଉଥିଲା । କାଙ୍ଗଡା ସମେଲା ନିକଟରେ ସନ୍ତୁଳନ ହରାଇ ବସଟି ରାସ୍ତା ସେପଟକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ଯୋଗୁଁ ହାଇୱେରେ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜିଥିଲା ।

ଏହା ବି ପଢନ୍ତୁ- ଜଣାପଡିଲା ହରିୟାଣା ସ୍କୁଲ ଦୁର୍ଘଟଣାର କାରଣ, ପ୍ରିନ୍ସିପାଲ ସମେତ ୩ ଗିରଫ

ସ୍ଥାନୀୟ ପୋଲିସକୁ ଖବର ମିଳିବା ପରେ ତୁରନ୍ତ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସ ହାଇୱେରେ ଟ୍ରାଫିକ କ୍ଲିଅର କରିଥିଲା । ବସରେ ଜଣେ ମହିଳଆଙ୍କ ସମେତ 50ରୁ ଅଧିକ ଯାତ୍ରୀ ରହିଥିଲେ । କାଙ୍ଗଡା ଜିଲ୍ଲା ଏସପି ଶାଲିନି ଅଗ୍ନିହୋତ୍ରି ଏ ନେଇ କହିଛନ୍ତି ଯେ ୟୁପି ନମ୍ବର ଥିବା ବସକୁ ଜବତ କରାଯାଇ ତାର ଫିଟନେସ ଯାଞ୍ଚ କରାଯାଉଛି । ଏଥିରେ ତ୍ରୁଟି ଥିଲେ ବସ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ବି ପଢନ୍ତୁ- ଛୁଟି ଦିନରେ ଯାଉଥିଲେ ସ୍କୁଲ: ଓଲଟିଲା ବସ୍, 7 ଛାତ୍ରଛାତ୍ରୀଙ୍କ ଚାଲିଗଲା ଜୀବନ

ସୂଚନା ଥାଉ କି ଇଦରେ ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଛୁଟି ଦିନରେ ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡିଥିଲା । ଯେଉଁଥିରେ ଅକାଳରେ 7 ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏଥିରେ 12ରୁ ଅଧିକ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣା ଡ୍ରାଇଭରର ଦାୟିତ୍ବହୀନତା କାରଣରୁ ଘଟିଥିଲା । ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ବସ ଚଲାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.