ETV Bharat / bharat

ସ୍କୁଲରେ ମୋବାଇଲ ବ୍ୟବହାର ପଡି଼ବ ମହଙ୍ଗା, ଚାକିରିରୁ ବିଦା ହେବେ ଶିକ୍ଷକ ଶିକ୍ଷୟିତ୍ରୀ - Cellphones Use in School

author img

By ETV Bharat Odisha Team

Published : May 6, 2024, 4:15 PM IST

ସ୍କୁଲରେ ମୋବାଇଲ ବ୍ୟବହାର ପଡି଼ବ ମହଙ୍ଗା
ସ୍କୁଲରେ ମୋବାଇଲ ବ୍ୟବହାର ପଡି଼ବ ମହଙ୍ଗା (PHOTO- ETV BHARAT ODISHA)

CELLPHONES USE IN SCHOOL: ବିଦ୍ୟାଳୟରେ ମୋବାଇଲ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ନଚେତ ଆପଣଙ୍କ ମୋବାଇଲ ବ୍ୟବହାର ନିଶା ମହଙ୍ଗା ପଡ଼ିପାରେ । ଚାକିରିରୁ ବିଦା ହୋଇପାରନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ଅଧିକ ପଢନ୍ତୁ

ଜୟପୁର: ଏଣିକି ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବ୍ୟବହାର କରିପାରିବେନି ମୋବାଇଲ ଫୋନ । ଯଦି ଏପରି କରନ୍ତି, ତେବେ ଆଇନ ଅନୁଯାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଖାଲି ସେତିକି ନୁହେଁ, ଯଦି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ପୂଜାପାଠ ବା ନମାଜ ପାଠ କାରଣ ଦର୍ଶାଇ ସ୍କୁଲ କ୍ୟାମ୍ପସ ବାହାରକୁ ଆସନ୍ତି, ତେବେ ସେ ଚାକିରିରୁ ବିଦା ହୋଇପାରନ୍ତି । ଏନେଇ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଘୋଷଣା କରିଛନ୍ତି ।

ଅନେକ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର ନେଇ ଅଭିଯୋଗ ଆସୁଛି । ପୂଜାପାଠ ବାହାନା କରି ସ୍କୁଲ ବନ୍ଦ ହେବା ପୂର୍ବରୁ କ୍ୟାମ୍ପସ ଛାଡ଼ି ପଳାଉଛନ୍ତି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ । ଏଭଳି ବାରମ୍ବାର ଅଭିୟୋଗ ଆସିବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ଆକ୍ସନ ମୋଡରେ ରାଜସ୍ଥାନ ଶିକ୍ଷା ବିଭାଗ । ଶିକ୍ଷାମନ୍ତ୍ରୀ ମଦନ ଦିଲାୱର ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିବା ପରେ ସ୍କୁଲରେ ଏହାକୁ କଡ଼କାଡ଼ି ଭାବେ ଲାଗୁ କରାଯିବାକୁ ଉଦ୍ୟମ କରାଯାଉଛି ।

ଏହା ବି ପଢନ୍ତୁ- ଗାଡି ଚଳାଇବା ବେଳେ ଫୋନ ବ୍ୟବହାର କଲେ ଗଣିବେ 10 ହଜାର ଟଙ୍କା ଜୋରିମାନା

ମନ୍ତ୍ରୀ ଦିଲାୱର ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି, " ସମସ୍ତେ ବିଦ୍ୟାଳୟର ପରିବେଶରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ବାରା କୌଣସି ଶିକ୍ଷକ ପୂଜାପାଠ ନାଁରେ ବିଦ୍ୟାଳୟ ବନ୍ଦ ହେବା ପୂର୍ବରୁ ବିଦ୍ୟାଳୟ କ୍ୟାମ୍ପସ ଛାଡିବେ ନାହିଁ । ଯଦି ତାଙ୍କୁ ଯିବାକୁ ପଡିବ, ତେବେ ସେ ଛୁଟି ନେବା ଉଚିତ । ରେଜିଷ୍ଟରରେ ରେକର୍ଡ ହେବ ଯେ ଶିକ୍ଷକ ଛୁଟି ନେଇଛନ୍ତି । ନଚେତ ଯଦି କୌଣସି ଶିକ୍ଷକ ବିନା ନୋଟିସରେ ବିଦ୍ୟାଳୟ ଛାଡନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିକ୍ଷକଙ୍କୁ ନିଲମ୍ବିତ କିମ୍ବା ବହିଷ୍କାର କରାଯାଇପାରେ । "

ମୋବାଇଲକୁ ଏକ ରୋଗ ବୋଲି କହି ମନ୍ତ୍ରୀ କହିଛନ୍ତି ଯେ ବିଦ୍ୟାଳୟର ଅନେକ ଶିକ୍ଷକ ସେମାନଙ୍କ ସେଲ ଫୋନରେ 'ସେୟାର ମାର୍କେଟ' କିମ୍ବା ସୋସିଆଲ ମିଡିଆ ଉପରେ ନଜର ରଖୁଛନ୍ତି । "ଏଭଳି ପରିସ୍ଥିତିରେ ନିର୍ଦ୍ଦେଶ ଦିଆଯାଇଛି ଯେ ବର୍ତ୍ତମାନ କୌଣସି ଶିକ୍ଷକ ସ୍କୁଲ ଭିତରେ ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ । ଯଦିଓ ଶିକ୍ଷକ ଭୁଲରେ ମୋବାଇଲ ଫୋନ ନେଇ ଯାଆନ୍ତି, ତେବେ ସେ ଏହାକୁ ପ୍ରିନ୍ସିପାଲଙ୍କ ନିକଟରେ ଦାଖଲ କରିବେ । କେବଳ ସ୍କୁଲ ପ୍ରିନ୍ସପାଲଙ୍କୁ ପାଖରେ ମୋବାଇଲ ରଖିବାକୁ ଅନୁମତି ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ପ୍ରଦାନ କରିବା ଲାଗି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.