ETV Bharat / bharat

ବୃଷ ରାଶିରେ ଚଳନ କଲେ ରବି, ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ - Taurus Sankranti

author img

By ETV Bharat Odisha Team

Published : May 14, 2024, 12:57 PM IST

Taurus Sankranti: ଆଜି ବୃଷ ସଂକ୍ରାନ୍ତି । ଆଜିଠୁ ଏକ ମାସ ପର୍ଯ୍ୟନ୍ତ ବୃଷ ରାଶିରେ ଚଳନ କରିବେ ରବି । ଜାଣନ୍ତୁ କଣ ରହିବ ପ୍ରଭାବ ? ବଦଳି ପାରେ ଆପଣ ଭାଗ୍ୟ । ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ । ଅଧିକ ପଢନ୍ତୁ

Taurus Sankranti
Taurus Sankranti (ETV Bharat Odisha)

ମେଷ: ବୃଷ ରାଶିରେ ଆଜି ପ୍ରବେଶ କରିବେ ରବି । ଏହି ସମୟରେ ଆପଣଙ୍କ କଥାବାର୍ତ୍ତାରେ ଉଦ୍ଧତତା ଦେଖିବାକୁ ମିଳିପାରେ । ପାରିବାରିକ ଦ୍ଵନ୍ଦ୍ଵ ମଧ୍ୟ ଦେଖାଦେଇପାରେ କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ କହିବାକୁ ଗଲେ, ଆଗାମୀ ଭବିଷ୍ୟତରେ ସବୁ କିଛି ଠିକ ହୋଇଯିବ ।

ଉପଚାର: ପ୍ରତି ଦିନ ଗୋଟିଏ ମାଳି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

ବୃଷ: ବୃଷ ସଂକ୍ରାନ୍ତି ସମୟରେ ଆପଣଙ୍କ ଠାରେ ବୃଥା ଅହଙ୍କାର ଭାବ ଜାରି ରହିବ । ତଥାପି ମଧ୍ୟ ଏହି ସମୟରେ ଆପଣଙ୍କର ଅନେକ ଗୁଡିଏ ସମସ୍ୟାର ସମାଧାନ ହୋଇଯିବ । ଜଣେ ବ୍ୟବସାୟ ସହଯୋଗୀଙ୍କ ସହିତ ମନମାଳିନ୍ୟ ହେବାର ସମ୍ଭାବନା ଅଛି । ନିଜର ଜୀବନସାଥୀଙ୍କ ସହିତ ମଧ୍ୟ ଅନେକ ଅସହମତତା ଦେଖାଦେବ ।

ସମାଧାନ: କୁଙ୍କୁମ ସହିତ ଅର୍ଘ୍ୟ ମିଶ୍ରଣ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ ।

ମିଥୁନ: ବର୍ତ୍ତମାନ ରବି ଆପଣଙ୍କ ରାଶିରୁ ଦ୍ଵାଦଶ ସ୍ଥାନକୁ ସ୍ଥାନାନ୍ତର ହେବେ । ପୁରୁଣା ଅସୁସ୍ଥତା ଦୂର ହେବ । କିଛି ନୂତନ ସୁଯୋଗ ମଧ୍ୟ ମିଳିବାର ସମ୍ଭାବନା ଅଛି । ଏହି ସମୟରେ ନିଜ ସ୍ୱାସ୍ଥ୍ୟ ଓ ଆର୍ଥିକ ଅବସ୍ଥାର ତଦାରଖ କରନ୍ତୁ ।

ଉପଚାର: ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

କର୍କଟ: ବୃଷ ରାଶିରେ ରବିଙ୍କର ଅବସ୍ଥାନ ସମୟରେ ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଚାକିରୀ ପାଇଁ ବହୁତ ଲୋକଙ୍କ ସହିତ ଏକ ନେଟୱର୍କ ସୃଷ୍ଟି ହେବ । ସମାଜରେ ଲୋକମାନେ ଆପଣଙ୍କୁ ଅଧିକ ଆପଣେଇବା ସହିତ ସମ୍ମାନ ଦେବେ । କାମରୁ ଆର୍ଥିକ ଲାଭ ହେବ । ଏହି ସମୟରେ ଆପଣ ବନ୍ଧୁମାନଙ୍କ ସହିତ ଭ୍ରମଣରେ ଯିବାର ସମ୍ଭାବନା ଅଛି ।

ଉପଚାର: ପ୍ରତିଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

ସିଂହ: ବୃଷ ରାଶିରେ ରବିଙ୍କର ପ୍ରବେଶ ଦ୍ଵାରା କ୍ଷତିଗ୍ରସ୍ତ ବ୍ୟବସାୟ ଉପରେ ପ୍ରଭାବ ପଡିବ । ପାରିବାରିକ ବାତାବରଣ ଚମତ୍କାର ହେବ । ଆପଣଙ୍କର ବାପା ଆପଣଙ୍କୁ ସାହାଯ୍ୟ କରିବେ ଏବଂ କାମରେ ମଧ୍ୟ ଆପଣଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯିବାର ସମ୍ଭାବନା ଅଛି ।

ଉପଚାର: ପ୍ରତିଦିନ ଉଚ୍ଚ ସ୍ଵରରେ ସୂର୍ଯ୍ୟାଷ୍ଟକ ଜପ କରିବା ଦ୍ଵାରା ସାହାଯ୍ୟ ମିଳିବ ।

କନ୍ୟା: ବୃଷ ସଂକ୍ରାନ୍ତି ପରେ ଗୋଟିଏ ମାସ ଆପଣଙ୍କୁ ବାପାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡିବ । ଆପଣ ସାମାନ୍ୟ ଚିନ୍ତିତ ହେବାର ସମ୍ଭାବନା ଅଛି । ଆପଣ ନିଜର ଭାଇଭଉଣୀମାନଙ୍କ ସହିତ ବନ୍ଧୁତ୍ଵପୂର୍ଣ୍ଣ କଥାବାର୍ତ୍ତା କରିବେ । ଆପଣ ଗୋଟିଏ ସ୍ଥାନକୁ ଭ୍ରମଣରେ ଯିବାର ମଧ୍ୟ ସମ୍ଭାବନା ଅଛି ।

ଉପଚାର: ପ୍ରତିଦିନ ଶିବ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ ।

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଏହି ମାସ, ଏକ ସତର୍କତାର ମାସ ହେବ । ଏକ ସଙ୍କ୍ରାମକ ରୋଗ ଦ୍ଵାରା ଆପଣ ଅସୁସ୍ଥ ହେବାର ସମ୍ଭାବନା ଅଛି । ଏହି ମାସ ସାରା ଶ୍ଵଶୁରଘର ଲୋକଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି ।

ଉପଚାର: ଗରିବ ଲୋକମାନଙ୍କୁ ଗହମ ଦାନ କରନ୍ତୁ ।

ବିଛା: ବୃଷ ରାଶିରେ ରବିଙ୍କର ଚଳନ ଯୋଗୁଁ ବିଛା ରାଶିର ଲୋକମାନେ ଆଖିଦୃଷ୍ଟିଆ ଫଳାଫଳ ପାଇବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କୁ ନିଜର କ୍ରୋଧକୁ କିପରି ପରିଚାଳନା କରିବେ, ତାହା ଶିଖିବାକୁ ହେବ । ଏପରି ପରିସ୍ଥିତିଗୁଡିଏ ଦେଖାଦେବ, ଯେତେବେଳେ କି ଆପଣ ଭୁଲ ବୁଝାମଣାର ଶିକାର ହେବାର ସମ୍ଭାବନା ଅଛି ।

ଉପଚାର: ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ଧନୁ: ବୃଷ ରାଶିରେ ରବିଙ୍କର ପ୍ରବେଶ ହେଉଥିବା କାରଣରୁ ସମୟ ଆପଣଙ୍କ ସପକ୍ଷରେ ହେବ । ଏହି ସମୟରେ ଆପଣଙ୍କର ବିରୋଧୀମାନେ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ପହଞ୍ଚିବେ । କର୍ମସ୍ଥଳୀରେ ଆପଣଙ୍କର ସହକର୍ମୀମାନେ ମଧ୍ୟ ଆପଣଙ୍କ ସହାୟତା ପାଇଁ ପ୍ରସ୍ତୁତ ରହିବେ । ଋଣ କରିବା ଏକ ଅତିରିକ୍ତ ବିକଳ୍ପ ଅଟେ ।

ଉପଚାର: ଶିବ ଭଗବାନଙ୍କ ଜଳାଭିଷେକ କରନ୍ତୁ ।

ମକର: ବୃଷ ରାଶିରେ ରବିଙ୍କର ପ୍ରବେଶ ଦ୍ଵାରା ଆପଣ ଭାଗ୍ୟବାନ ହେବା ଅନୁଭବ କରିବେ । ବିଦ୍ୟାର୍ଥୀମାନେ ବଡ ବଡ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇବାର ସମ୍ଭାବନା ଅଛି । ଆପଣଙ୍କର ପ୍ରେମପୁର୍ଣ୍ଣ ଜୀବନ ଆପଣଙ୍କୁ ସନ୍ତୁଷ୍ଟତା ପ୍ରଦାନ କରିବ । ଏହି ସମୟରେ ଆପଣ ନିଜର ଆୟ ବୃଦ୍ଧି କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବେ ।

ଉପଚାର: ବାପାଙ୍କ ଆଶୀର୍ବାଦରୁ ସବୁ କାମ ଆରମ୍ଭ କରନ୍ତୁ ।

କୁମ୍ଭ: ଆଜିଠୁ ଗୋଟିଏ ମାସ ପର୍ଯ୍ୟନ୍ତ ରିଅଲ ଇଷ୍ଟେଟ ସମ୍ବନ୍ଧିତ କାମ କରିବା ସମୟରେ ଆପଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହେବ । ମା’ଙ୍କର ସ୍ୱାସ୍ଥ୍ୟ ଚିନ୍ତାଜନକ ହେବ । ଏହି ସମୟ, ଗୋଟିଏ ନୂଆ ପ୍ରକଳ୍ପ ଆରମ୍ଭ କରିବାର ସମୟ ଅଟେ ।

ଉପଚାର: ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମୀନ: ବୃଷ ରାଶିରେ ରବିଙ୍କର ପ୍ରବେଶ ହେଉଥିବା କାରଣରୁ ଆପଣଙ୍କର ସାହସ ଦୃଢୀଭୂତ ହେବ । ଆପଣ ଭାଗ୍ୟବାନ ହେବେ । ନିଜର ସାନ ଭାଇଭଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ । ଆପଣ ଗୋଟିଏ ସ୍ଥାନକୁ ବୁଲି ଯିବାର ମଧ୍ୟ ସମ୍ଭାବନା ଅଛି । ଧାର୍ମିକ କାର୍ଯ୍ୟରେ ଭାଗ ନେବେ ।

ଉପଚାର: ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.