ETV Bharat / bharat

କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, ଚଳିତ ବର୍ଷର ଷଷ୍ଠ ଘଟଣା - KOTA STUDENT SUICIDE

author img

By ETV Bharat Odisha Team

Published : Mar 26, 2024, 1:15 PM IST

Student dies by suicide in Kota
Student dies by suicide in Kota

Student dies by suicide in Kota: କୋଟାରେ ଜୀବନ ହାରିଲେ ଆଉ ଜଣେ କୋଚିଂ ନେଉଥିବା ଛାତ୍ର । ପୋଲିସ ଆଜି ମୃତଦେହ ଉଦ୍ଧାର କରିଥିବା ବେଳେ ଏହା ଚଳିତ ବର୍ଷର ଷଷ୍ଠ ଘଟଣା । ଅଧିକ ପଢନ୍ତୁ

ଜୟପୁର(ରାଜସ୍ଥାନ): ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ରାଜସ୍ଥାନର କୋଟା । ଏଠାରେ ଲାଗୁନି ସୁଇସାଇଡ ବ୍ରେକ । ଗୋଟିଏ ପରେ ଯାଉଛି ଗୋଟିଏ ଜୀବନ । ଏହାରି ଭିତରେ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ସହରର ବିଜ୍ଞାନ ନଗର ଥାନା କ୍ଷେତ୍ର ଅଞ୍ଚଳରେ ଜଣେ କୋଚିଂ ନେଉଥିବା ଛାତ୍ର ଜୀବନ ହାରିଥିବା ମାମଲା ସାମ୍ନାକୁ ଆସିଛି । ଛାତ୍ର ଜଣକ ଘରୋଇ କୋଚିଂ ସେଣ୍ଟରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ । ତେବେ ପ୍ରାଣ ହରାଇଥିବା ଏହି ଛାତ୍ର ଉତ୍ତରପ୍ରଦେଶର କନୌଜ ବାସିନ୍ଦା ଏବଂ ତାଙ୍କର ବୟସ ପାଖାପାଖି 19 ବର୍ଷ ହେବ ବୋଲି କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚଳିତ ବର୍ଷ କୋଟାରେ ଏହା ଷଷ୍ଠ ଆତ୍ମହତ୍ୟା ଘଟଣା ।

ଏହା ମଧ୍ୟ ପଢନ୍ତୁ: କୋଟାରେ ଲାଗୁନି ସୁଇସାଇଡ୍‌ ବ୍ରେକ; ଜୀବନ ହାରିଲେ ଇଞ୍ଜିନିୟର ଛାତ୍ର, ଚଳିତ ବର୍ଷର ପଞ୍ଚମ ଘଟଣା

ଏନେଇ ବିଜ୍ଞାନନଗର ଥାନାର ମୁଖ୍ୟ କନେଷ୍ଟବଳ ଜ୍ଞାନ ସିଂ କହିଛନ୍ତି ଯେ, ମୃତ ଛାତ୍ର ଜଣକ ରୋଡ୍ ନମ୍ବର ଏକ ସ୍ଥିତ ଏକ ବିଲ୍ଡିଂରେ ରହୁଥିଲେ । ଛାତ୍ରଙ୍କ ନାମ ସାବିର । ତେବେ ଆଜି ସକାଳୁ ସାବିର ଫୋନ ନଉଠାଇବା କାରଣରୁ ପରିବାର ଲୋକେ ତାଙ୍କ ସାଙ୍ଗ କାନୁଜଙ୍କୁ ଫୋନ କରିଥିଲେ । ସେ ସକାଳୁ ସାବିରଙ୍କ ରୁମକୁ ଯାଇଥିବା ବେଳେ ଛାତ୍ର କବାଟ ଖୋଲିନଥିଲେ । ଏନେଇ କାନୁଜ ଗାର୍ଡକୁ ଖବର ଦେଇଥିଲେ । ସେ ପୋଲିସଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ତେବେ ପୋଲିସ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ବେଳେ ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ଏମବିଏସ ହସ୍ପିଟାଲ ପଠାଇଥିଲା । ଏହାସହ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲା ।

ତେବେ ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ଉକ୍ତ ରୁମ୍‌କୁ ସିଲ୍ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସୁଇସାଇଡ ନୋଟ୍ ମଧ୍ୟ ଜବତ କରିନାହିଁ । ମୃତ ଯୁବକ ଜଣକ 20 ଦିନ ଧରି ଏହି ବିଲ୍ଡିଂରେ ରହୁଥିବା ବେଳେ ସେ ଅନେକ ଦିନ ହେବ କୋଚିଂ ଯାଉନଥିବା ନେଇ ଖବର ପାଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.