ETV Bharat / bharat

ନିର୍ବାଚନ ପୂର୍ବରୁ ଅଶାନ୍ତ କାଙ୍କେର; ଗୁଳି ବିନିମୟ ବେଳେ 29 ନକ୍ସଲ ମୃତ, 3 ଯବାନ ଆହତ - Several naxals killed

author img

By ETV Bharat Odisha Team

Published : Apr 16, 2024, 5:49 PM IST

Updated : Apr 16, 2024, 8:16 PM IST

NAXAL POLICE ENCOUNTER
NAXAL POLICE ENCOUNTER

NAXAL POLICE ENCOUNTER: ନିର୍ବାଚନ ପୂର୍ବରୁ କାଙ୍କେରରେ ପୁଣି ମାତିଲେ ନକ୍ସଲ । ଆଜି ଗୁଳି ବିନିମୟ ବେଳେ 29 ନକ୍ସଲ ନିହତ ହୋଇଥିବା ବେଳେ 3 ଜଣ ଯବାନ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

NAXAL POLICE ENCOUNTER

ରାୟପୁର: ଆଗକୁ ନିର୍ବାଚନ ଥିବା ବେଳେ ପୁଣି ଅଶାନ୍ତ ହୋଇପଡ଼ିଛି ଛତିଶଗଡ଼ର କାଙ୍କେର । ଆଜି (ମଙ୍ଗଳବାର) ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ 3 ଜଣ ଯବାନ ଆହତ ହୋଇଥିବା ବେଳେ 29 ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସେପଟେ ଆହତ ଯବାନଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ଅତିରିକ୍ତ ବଳକୁ ମୁତୟନ କରାଯାଇଛି । କାଙ୍କେର ଛୋଟେବେଠିଆ ଥାନା ନିକଟ ଜଙ୍ଗଲରେ ଗତ କିଛି ଦିନ ଧରି ମାଓବାଦୀଙ୍କ ଉପସ୍ଥିତି ଜଣାପଡ଼ିବା ପରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଆଜି ନକ୍ସଲ ଦମନରେ ପୋଲିସକୁ ବଡ଼ ସଫଳତା ମିଳିଛି ।

ଛୋଟେବେଠିଆରେ ଗ୍ରାମବାସୀଙ୍କ ହତ୍ୟା:- ନକ୍ସଲମାନେ କାଙ୍କେରର ଛୋଟେବେଠିଆରେ ସୋମବାର ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ । ଏହା ପରଠାରୁ ଏହି ଅଞ୍ଚଳରେ ଲଗାତାର ଭାବେ ଭୟର ବାତାବରଣ ଦେଖାଦେଇଛି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ବଳବତ୍ତର ରଖିବା ଲାଗି ଯବାନ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଧମତରି ଓଡ଼ିଶା ସୀମାନ୍ତ ନିକଟରେ ଏନକାଉଣ୍ଟର:- ଏହାପୂର୍ବରୁ ଧମତରିର ଓଡ଼ିଶା ସୀମା ନିକଟରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ପୋଲିସ ଅଧିକାରୀଙ୍କ ଆଙ୍ଗୁଠିରେ ସାମାନ୍ୟ ଗୁଳି ବାଜିଥିଲା । ଘଟଣା ସ୍ଥଳରେ ଛାନଭିନ ପରେ ପୋଲିସ ଘଟଣାସ୍ଥଳରୁ ଏକ ବ୍ୟାରେଲ ଗ୍ରାନାଇଟ୍ ଲଞ୍ଚର୍ ଏବଂ ବିପୁଳ ପରିମାଣର ନକ୍ସଲାଇଟ୍ ସାମଗ୍ରୀ ଜବତ କରଯାଇଛି ।

ଏହା ବି ପଢନ୍ତୁ- ଛତିଶଗଡ ପୋଲିସକୁ ବଡ ସଫଳତା, 7 ମାଓବାଦୀ ଗିରଫ - Naxalite Arrests In Chhatishgarh

କେବେ ଆରମ୍ଭ ହୋଇଥିଲା ଏନକାଉଣ୍ଟର ? :- ଶୁକ୍ରବାର ରାତିରେ ଏକାବରୀ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ପୋଲିସ ଘଟଣାସ୍ଥଳରୁ ଗ୍ରେନେଡ ଲଞ୍ଚର ସମେତ ବହୁ ପରିମାଣର ନକ୍ସଲାଇଟ୍ ସାମଗ୍ରୀ ଜବତ କରିଛି । ଆସନ୍ତା 26 ଏପ୍ରିଲରେ ଲୋକସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଧମତରି ଜିଲ୍ଲାରେ ମତଦାନ ହେବ। ଏହି ଭୋଟିଂକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଅଞ୍ଚଳରେ ସକ୍ରିୟ ହୋଇପଡିଥିବା ଆକଳନ କରାଯାଉଛି । ସେପଟେ ପୋଲିସ 26 ଜଣ ନକ୍ସଲଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ 8 ଜଣଙ୍କୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 16, 2024, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.