ETV Bharat / bharat

ଅଧା ରହିଲା ବିଘ୍ନହର୍ତ୍ତାଙ୍କ ଦର୍ଶନ, ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର 6 ମୃତ - ROAD ACCIDENT

author img

By ETV Bharat Odisha Team

Published : May 5, 2024, 11:16 AM IST

Accident in Rajasthan
Accident in Rajasthan(Etv Bharat)

Accident in Rajasthan : ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା । ଅଜମା ଗାଡି ଧକ୍କାରେ ଗୋଟିଏ ପରିବାରର 6 ମୃତ । ଅଧିକ ପଢନ୍ତୁ

ଜୟପୁର: ଅଧା ରହିଗଲା ଗଣେଶ ମନ୍ଦିର ଦର୍ଶନ । ଗୋଟିଏ ଅଜଣା ଗାଡି କାରକୁ ଧକ୍କା ଦେବାରୁ ଗୋଟିଏ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାର ବାନାଶ ନଦୀ ବ୍ରିଜ ନିକଟରେ ଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି । 2 ଜଣ ଶିଶୁ ଆହତ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 6 ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଓ 3 ଜଣ ପୁରୁଷ ରହିଛନ୍ତି । ସେମନେ ହେଉଛନ୍ତି ମନୀଷ ଶର୍ମା, ଅନୀତା ଶର୍ମା, କୈଲାଶ ଶର୍ମା, ସନ୍ତୋଷ ଶର୍ମା, ସତୀଶ ଶର୍ମା ଏବଂ ତାଙ୍କ ପତ୍ନୀ ପୁନମ ।

ସମସ୍ତ ମୃତକ ଏକ କାର ଯୋଗେ ରାଜସ୍ଥାନର ସିକରରୁ ରଣଥମ୍ବୋରକୁ ପ୍ରଭୁ ଗଣେଶଙ୍କ ଦର୍ଶନ ପାଇଁ ଯାଉଥିଲେ । କିନ୍ତୁ ମନ୍ଦିରରେ ପହଞ୍ଚିବା ପୂର୍ବରୁ ଏକ ଅଜଣା ଗାଡି କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 8 ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ହସ୍ପିଟାଲ ପଠାଇଥିଲା । ସେଠାରେ ଡାକ୍ତର 6 ଜଣଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି । ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବାବେଳେ ଦୁଇ ଆହତ ଶିଶୁଙ୍କୁ ବାଉନଲି CHCରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବାହାଘର ସାରି ଫେରୁଥିଲେ, ବରଯାତ୍ରୀ ଗାଡିକୁ ଟ୍ରକ ଧକ୍କା ଦେବାରୁ 9 ମୃତ - road accident

ଦୁର୍ଘଟଣା ସମ୍ବନ୍ଧରେ ପୋଲିସ କହିଛି ଯେ, କାରକୁ ଧକ୍କା ଦେଇଥିବା ଗାଡିକୁ ଖୋଜିବାକୁ ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯିବ । ମୃତକଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇଛି, ସେମାନେ ପହଞ୍ଚିବା ପରେ ସମସ୍ତ ମୃତକଙ୍କ ପୋଷ୍ଟମର୍ଟମ କରାଯିବ ଏବଂ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ଦୁର୍ଘଟଣାଗ୍ରସ୍ତ କାରରେ ମୋଟ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଗତ ଏପ୍ରିଲ ମାସରେ ରାଜସ୍ଥାନ ଝାଲାଓ୍ବାଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନକୁ ଟ୍ରକ ଧକ୍କା ଦେବାରୁ 9 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ଗଙ୍ଗାଧର ଥାନା ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଡମ୍ଫର ମାଡିଯିବା ଫଳରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.