ETV Bharat / bharat

ଟ୍ରକକୁ ଧକ୍କା ଦେଇ ଜଳିଗଲା କାର, 3 ଶିଶୁଙ୍କ ସମେତ 7 ଜୀବନ୍ତ ଦଗ୍ଧ - car truck collision in Rajasthan

author img

By ETV Bharat Odisha Team

Published : Apr 14, 2024, 8:21 PM IST

ଟ୍ରକକୁ ଧକ୍କା ଦେଇ ଜଳିଗଲା କାର, 3ଶିଶୁଙ୍କ ସମେତ 7ଜୀବନ୍ତ ଦଗ୍ଧ
ଟ୍ରକକୁ ଧକ୍କା ଦେଇ ଜଳିଗଲା କାର, 3ଶିଶୁଙ୍କ ସମେତ 7ଜୀବନ୍ତ ଦଗ୍ଧ

CAR TRUCK COLLISION IN RAJASTHAN: ରାଜସ୍ଥାନ ଫତେହପୁରରେ କାରରୁ ଧକ୍କା ଦେଇ ଜଳିଗଲା କାର । 3ଶିଶୁଙ୍କ ସମେତ 7ଜୀବନ୍ତ ଦଗ୍ଧ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ଫତେହପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ସହ ପିଟି ହେବା ପରେ ଏକ କାର ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ କାରରେ ଥିବା ସମସ୍ତ 7ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ମଧ୍ୟ ରହିଛନ୍ତି । ଶିକାର ଜିଲ୍ଲାର ଫତେହପୁରରେ ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । କାରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଟ୍ରକରେ ମଧ୍ୟ ନିଆଁ ଲାଗିଯାଇଥିଲା । ପୋଲିସ ଓ ଫାୟାର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସମସ୍ତ ମୃତଦେହକୁ ଜବତ କରାଯାଇ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ମୃତକମାନେ ମିରଟର ବାସିନ୍ଦା ହୋଇଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି ।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଫତେହପୁର ନିକଟରେ ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ ସହ ଏକ କାର ଧକ୍କା ହୋଇଥିଲା । ଏଥିରେ କାରରେ ନିଆଁ ଲାଗିଯାଇଥିଲା । ଭିତରେ ସମସ୍ତ 7 ଯାତ୍ରୀ ଫସି ରହିଥଲେ । ଟ୍ରକରେ ମଧ୍ୟ ତୂଳା ରୋଲ ଲୋଡ ହୋଇଥିବା କାରଣରୁ ତୁରନ୍ତ ନିଆଁ ବ୍ୟାପି ଯାଇଥିଲା । କାରଟି ସମ୍ପୂର୍ଣ୍ଣ ଜଳିଯିବା ସହ ସେଥିରେ ଥିବା ସମସ୍ତ 7 ଯାତ୍ରୀ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସମସ୍ତ ମୃତକ ଉତ୍ତର ପ୍ରଦେଶର ମିରଟ ବାସିନ୍ଦା । ସେମାନେ ସାଲାସର ବାଲାଜୀଙ୍କ ଦର୍ଶନ କରିବା ପରେ ମିରଟ ଫେରୁଥିଲେ । ପୋଲିସ ମୃତଦେହ ଜବତ କରିବା ସହ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଛି । ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯିବା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ :- ଖାଇକୁ ଖସିଲା କାର୍; ଚାଲିଗଲା ୬ ଜୀବନ, ୪ ଗୁରୁତର - Jammu Kashmir road accident

ଗତକାଲି ରାତିରେ ଜମ୍ମୁ-କାଶ୍ମୀରର ଦୋଡା ଜିଲ୍ଲାରେ ମଧ୍ୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡିବାରୁ ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୪ବର୍ଷୀୟା ଶିଶୁକନ୍ୟା ମଧ୍ୟ ରହିଛି । ଦୁର୍ଘଟଣାରେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାରରେ ୧୦ଜଣ ଯାତ୍ରୀ ଯାତ୍ରା କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.