ETV Bharat / bharat

ଉରୀରେ ଯବାନଙ୍କୁ ଭେଟିଲେ ସଚିନ ତେନ୍ଦୁଲକର

author img

By ETV Bharat Odisha Team

Published : Feb 22, 2024, 2:05 PM IST

Sachin Tendulkar in URI: ଉରୀରେ ପହଞ୍ଚି ଯବାନଙ୍କୁ ଭେଟିଲେ ସଚିନ ତେନ୍ଦୁଲକର । ସେଠାରେ ଥିବା କମାଣ୍ଡ ପୋଷ୍ଟ ନିକଟକୁ ଯାଇ ସେ ଯବାନଙ୍କ ସହ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ

ଯବାନଙ୍କୁ ଭେଟିଲେ ତେନ୍ଦୁଲକର
ଯବାନଙ୍କୁ ଭେଟିଲେ ତେନ୍ଦୁଲକର

ଯବାନଙ୍କୁ ଭେଟିଲେ ତେନ୍ଦୁଲକର

ଶ୍ରୀନଗର: ଉରୀରେ କ୍ରିକେଟର ଗଡଫାଦର ସଚିନ ତେନ୍ଦୁଲକର । ସୀମାରେ ପହଞ୍ଚି ସେନାରେ କାର୍ଯ୍ୟରତ ଯବାନଙ୍କ ସହ କଲେ ସାକ୍ଷାତ । ଆଜି ଜମ୍ମୁକାଶ୍ମୀର ସ୍ଥିତ ବରମୁଲ୍ଲା ଜିଲ୍ଲାରେ ନିଜ ପରିବାର ସହ ପହଞ୍ଚିଥିଲେ ତେନ୍ଦୁଲକର । ସେଠାରେ ଥିବା କମାଣ୍ଡ ପୋଷ୍ଟ ନିକଟକୁ ଯାଇ ଯବାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ପ୍ରୋତ୍ସାହନ କରିଛନ୍ତି ।

ସୂଚନା ମୁତାବକ, ବର୍ତ୍ତମାନ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ସପରିବାର ସହ କାଶ୍ମୀର ଟ୍ରିପରେ ଯାଇଛନ୍ତି । ଗତ ଶନିବାର ସଚିନ ଜମ୍ମୁକାଶ୍ମୀର ଗସ୍ତ କରିଥିଲେ । ତାଙ୍କର ସହିତ ରହିଛନ୍ତି ଝିଅ ସାରା ତେନ୍ଦୁଲକର ଓ ପତ୍ନୀ ଅଞ୍ଜଳି । ତେବେ ଏଲଓସିରେ ସେନାର ଯବାନଙ୍କୁ ସାକ୍ଷାତ ପୂର୍ବରୁ ଜମ୍ମୁକାଶ୍ମୀର ସ୍ଥିତ ଅବନ୍ତିପୁରାର ଚାରସୁରେ ସେ ଏକ ବ୍ୟାଟ ତିଆରି କାରଖାନା ପରିଦର୍ଶନ କରିଥିଲେ । ବ୍ୟାଟ୍ ତିଆରି କରୁଥିବା କାରିଗରଙ୍କୁ ବେଶ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଉତ୍କୃଷ୍ଟ କ୍ରିକେଟ ବ୍ୟାଟ ଉତ୍ପାଦନ ପାଇଁ କାଶ୍ମୀର ବେଶ ପ୍ରସିଦ୍ଧ । ମହାନ କ୍ରିକେଟରଙ୍କ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଥିଲେ ସ୍ଥାନୀୟ ବାସିନ୍ଦା ଓ କ୍ରିକେଟ୍ ପ୍ରେମୀ ।

ସେହିପରି ସଚିନ ଜମ୍ମୁକାଶ୍ମୀରରେ ଗଲ୍ଲି କ୍ରିକେଟ୍ ଖେଳିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ଗତକାଲି (ବୁଧବାର) ଏନେଇ ଏକ ଭିଡିଓ ସେୟାର କରିଥିଲେ। ଆଉ କ୍ୟାପସନରେ ଲେଖିଥିଲେ, "ପ୍ରଥମ ବ୍ୟାଟ୍ ମେତେ ମୋ ଭଉଣୀଙ୍କଠାରୁ ଉପହାର ମିଳିଥିଲା। ଯାହାକି 'କାଶ୍ମୀର ୱିଲୋ' କମ୍ପାନୀର ଥିଲା । ଏବେ ମୁଁ ସେହି କାଶ୍ମୀରରେ ଅଛି। ଖେଳିବି ତ ନିଶ୍ଚୟ।"

ଏହା ମଧ୍ୟ ପଢନ୍ତୁ...ଭୂ-ସ୍ବର୍ଗରେ କ୍ରିକେଟ୍‌ର ଭଗବାନ, କାଶ୍ମୀରରେ ବ୍ୟାଟ କାରଖାନା ବୁଲିଲେ ସଚିନ

ଏହା ମଧ୍ୟ ପଢନ୍ତୁ...ଯେବେ ରାସ୍ତା ଉପରେ ତେନ୍ଦୁଲକରଙ୍କୁ ଭେଟିଲେ ସଚିନ !

ଏହା ମଧ୍ୟ ପଢନ୍ତୁ...ସଚିନ ଓ ବିରାଟଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟର କହିଲେ ଲାୟନ

ବ୍ୟାଟର ଉତ୍ପାଦନ ପ୍ରକ୍ରିୟା ଉପରେ ଜାଣିବାକୁ ସଚିନ ତେନ୍ଦୁଲକର ଆଗ୍ରହ ଦେଖାଇଥିବାବେଳେ ବ୍ୟାଟ ତିଆରି କରୁଥିବା କାରିଗରମାନଙ୍କ ସହ ଆଲୋଚନା କରିଥିଲେ । ସୋସିଆଲ ମିଡିଆରେ ଏହି ପୋଷ୍ଟଟି ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ ଲଗାତାର କମେଣ୍ଟ କରିଥିଲେ। ମାଷ୍ଟର ବ୍ଲାଷ୍ଟରଙ୍କ ଏହି ଭିଡିଓକୁ ଦେଖିବା ପରେ ଢେର ପ୍ରଶଂସା କରିଛନ୍ତି ଫ୍ୟାନ୍ସ। ତେବେ ନିଜ ଜୀବନକୁ ବାଜି ଲଗାଇ ଦେଶବାସୀଙ୍କୁ ସୁରକ୍ଷା ଦେଉଥିବା ଯବାନଙ୍କୁ ସାକ୍ଷାତ କରିବାକୁ ଭୁଲିନଥିଲେ ସଚିନ। ଅନବରତ ସୀମାରେ କାମ କରୁଥିବା ଯବାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସଚିନ। ସେନାର ଯବାନମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରିଛନ୍ତି ତେନ୍ଦୁଲକର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.