ETV Bharat / sports

ସଚିନ ଓ ବିରାଟଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟର କହିଲେ ଲାୟନ

author img

By ETV Bharat Odisha Team

Published : Jan 1, 2024, 10:16 PM IST

Nathan Lyon: ମହାନ କ୍ରିକେଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟର କହିଲେ ନାଥନ ଲାୟନ । ଏବି ଡିଭିଲିୟର୍ସଙ୍କ ନାଁ ବି କଲେ ସାମିଲ । ଅଧିକ ପଢ଼ନ୍ତୁ

ସଚିନ ଓ ବିରାଟଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟର କହିଲେ ନାଥନ ଲିୟନ
ସଚିନ ଓ ବିରାଟଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟର କହିଲେ ନାଥନ ଲିୟନ

ନୂଆଦିଲ୍ଲୀ: ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ବିଶ୍ବର ବହୁ ବଡ଼ ବଡ଼ କ୍ରିକେଟର ସର୍ବଶ୍ରେଷ୍ଠ ବୋଲି ସ୍ବୀକାର କରିସାରିଛନ୍ତି । ଏବେ ଏହି କଥାକୁ ଦୋହରାଇଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ସ୍ପିନର ନାଥନ ଲାୟନ । ତାଙ୍କ ବିପକ୍ଷରେ ଖେଳିଥିବା ଅନେକ ବ୍ୟାଟରଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ନାଁ ନେଇ ଏମିତି କହିଛନ୍ତି ନାଥନ । ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡର ସୋସିଆଲ୍‌ ମିଡିଆ ଟିମ୍‌ ସହ ବାର୍ତ୍ତାଳାପ ସମୟରେ ସେ କରିଥିବା କେଉଁ ଶ୍ରେଷ୍ଠ ବ୍ୟାଟରଙ୍କ ବିପକ୍ଷରେ ବୋଲିଂ କରିଛନ୍ତି ବୋଲି ପ୍ରଶ୍ନ ପଚରାଯାଇଥିଲା । ଜବାବରେ ନାଥନ ଲାୟନ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ନାଁ ନେଇଛନ୍ତି ।

ଲାୟନଙ୍କୁ ପଚରାଯାଇଥିଲା, ଆପଣ କେଉଁ ମହାନ ଖେଳାଳିଙ୍କ ବିପକ୍ଷରେ ଖେଳିଛନ୍ତି ? ଏହାର ଉତ୍ତରରେ ଲିୟନଙ୍କୁ ଜଣେ ଖେଳାଳିଙ୍କ ନାଁ ନେବାକୁ କୁହାଯାଇଥିଲା । ହେଲେ ସେ ତିନି ଜଣ ଖେଳାଳିଙ୍କୁ ବାଛିଥିଲେ । ଏହାର ଉତ୍ତରରେ ସେ କହିଛନ୍ତି, "ମୋ ବିପକ୍ଷରେ ଖେଳିଥିବା ସର୍ବଶ୍ରେଷ୍ଠ ଖେଳାଳି କିଏ, ତାହାର ଉତ୍ତର ଦେବା ଏତେ ସହଜ ନୁହେଁ । ମୁଁ କ୍ରିକେଟ୍‌ରେ ଏକାଧିକ ମହାନ ଖେଳାଳିଙ୍କ ବିପକ୍ଷରେ ଖେଳିଛି । ମୁଁ ଆପଣଙ୍କୁ ଉତ୍ତରରେ 3ଟି ନାମ ଦେବି, ସେମାନେ ହେଉଛନ୍ତି ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ଏବି ଡି ଭିଲିୟର୍ସ ।" ନାଥନ ଲାୟନ ଖେଳିଥିବା ସର୍ବଶ୍ରେଷ୍ଠ ପ୍ରତିପକ୍ଷ ବ୍ୟାଟର ଭାବେ ଏହି 3 ଜଣଙ୍କୁ ବାଛିଛନ୍ତି ।​

ଅଷ୍ଟ୍ରେଲିଆର ଭେଟେରାନ ଅଫ୍‌ ସ୍ପିନର ନାଥନ ଲିୟନ ଭାରତ ବିପକ୍ଷରେ 23 ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ 7 ଥର ବିରାଟ କୋହଲିଙ୍କ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । 2011ରୁ 2013 ମଧ୍ୟରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା 6 ଟେଷ୍ଟ ମ୍ୟାଚ୍‌ରେ ଲିୟନ 4 ଥର ମହାନ ସଚିନ ତେନ୍ଦୁଲକରଙ୍କ ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଥିଲେ । 37 ବର୍ଷୀୟ ଲାୟନ ଭାରତ ବିପକ୍ଷ 27ଟି ଟେଷ୍ଟ ମ୍ୟାଚ ଖେଳି 121 ୱିକେଟ୍‌ ନିଜ ନାଁରେ କରିଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ 8/50 ମଧ୍ୟ ବେଙ୍ଗାଲୁରୁରେ ଭାରତ ବିପକ୍ଷରେ ଆସିଥିଲା ।​ ଏହା ବ୍ୟତୀତ ଲିୟନ ଦକ୍ଷିଣ ଆଫ୍ରିକାର ମହାନ ବ୍ଯାଟର ଏବି ଡି ଭିଲିୟର୍ସଙ୍କ ସହ 12 ଥର ମୁହାଁମୁହିଁ ହୋଇଥିବାବେଳେ କେବଳ 2 ଥର ତାଙ୍କୁ ଆଉଟ୍‌ କରିବାରେ ସକ୍ଷମ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଦିନିକିଆ କ୍ରିକେଟରୁ ଡେଭିଡ ଓ୍ବାର୍ଣ୍ଣରଙ୍କ ସନ୍ୟାସ ଘୋଷଣା

ପ୍ରକାଶଯୋଗ୍ୟ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ନାଥନ ଲିୟନ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜାନୁଆରୀ 3 ତାରିଖରେ ଉଭୟ ଦେଶ ମଧ୍ୟରେ ସିଡ୍‌ନୀରେ ଖେଳାଯିବ ପିଙ୍କ୍‌ ଟେଷ୍ଟ୍‌ ମ୍ୟାଚ୍‌ । ଅଷ୍ଟ୍ରେଲୀୟ ଦଳର ଭେଟେରାନ ବ୍ୟାଟର ଡେଭିଡ ୱାର୍ଣ୍ଣର ନିଜ ଦେଶ ପାଇଁ ଏଥର ଶେଷ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଏହାପରେ ଅବସର ନେଇ ସେ ଘୋଷଣା କରିଛନ୍ତି । ତେଣୁ ବିଦାୟୀ ମ୍ୟାଚ୍‌ରେ ତାଙ୍କୁ ବିଜୟ ଭେଟି ଦେବାକୁ ଭରପୁର ପ୍ରୟାସ କରିବ ଘରୋଇ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.