ଯେବେ ରାସ୍ତା ଉପରେ ତେନ୍ଦୁଲକରଙ୍କୁ ଭେଟିଲେ ସଚିନ !

By ETV Bharat Odisha Team

Published : Feb 1, 2024, 10:40 PM IST

thumbnail

Sachin Meets Tendulkar: ହାଇଦ୍ରାବାଦ: ନିଜ ପ୍ରଶଂସକୁ ଦେଖି ରାସ୍ତାରେ ଅଟକିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ବର୍ତ୍ତମାନ ଯାହାର ଏକ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି । କ୍ରିକେଟର ସଚିନ ତେନ୍ଦୁଲକର କୌଣସି ଏକ କାର୍ଯ୍ୟରେ ଯାଉଥିବାବେଳେ ଜଣେ ପ୍ରଶଂସକ ମୁମ୍ବାଇ ଅଣ୍ଡିଆନସର ଏକ ଜର୍ସି ପିନ୍ଧି ବାଇକରେ ଯାଉଥିଲେ । ସେ ପିନ୍ଧିଥିବା ଜର୍ସି ପଛରେ 'ତେନ୍ଦୁଲକର ଆଇ ମିସ୍‌ ୟୁ' ଲେଖାଯାଇଥିଲା । ଏହା ସଚିନ ନଜରେ ପଡ଼ିଥିଲା, ଏହା ପରେ ନିଜ ପ୍ରଶଂସକୁ ଅଟକାଇ କଥା ହୋଇଥିଲେ ସଚିନ । ତେବେ ପ୍ରଶଂସକ ଜଣକ ହେଲମେଟ୍ ପିନ୍ଧି ବାଇକ ଚଲାଉଥିବା ବେଳେ ତାଙ୍କୁ ସାଧୁବାଦ ଜଣାଇଥିଲେ । ସଚିନ ଏହାର ଏକ ଭିଡ଼ିଓ କରି ନିଜର ଏକ୍ସରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ," ଯେତେବେଳେ ମୁଁ ମୋତେ ନେଇ ଏତେ ଭଲପାଇବା ଦେଖେ, ଏହା ମୋ ହୃଦୟକୁ ଆନନ୍ଦିତ କରିଥାଏ । ଲୋକଙ୍କ ଠାରୁ ହିଁ ପ୍ରେମ ହିଁ ଅପ୍ରତ୍ୟାଶିତ କୋଣରୁ ଆସେ , ଯାହା ଜୀବନକୁ ବହୁ  ସ୍ବତନ୍ତ୍ର କରିଥାଏ ।"  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.