ETV Bharat / bharat

କ୍ରେନକୁ ଶକ୍ତ ଧକ୍କା ଦେଲା ଅଟୋ, ଘଟଣାସ୍ଥଳରେ 7 ମୃତ - Road Accident In Patna

author img

By ETV Bharat Odisha Team

Published : Apr 16, 2024, 4:48 PM IST

road accident in Patna
road accident in Patna

Road Accident In Patna: କଙ୍କଡବାଗ ବାଇପାସ ନିକଟରେ କ୍ରେନକୁ ସକ୍ତ ଧକ୍କା ଦେଲା ଅଟୋ । 7ଜଣଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

ପାଟନା: ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କ୍ରେନ ସହିତ ପିଟିହେଲା ଅଟୋ । ଭୟଙ୍କର ଦୁର୍ଘଟଣାରେ 7ଜଣଙ୍କ ମୃତ୍ୟୁ । ପାଟନାର କଙ୍କଡବାଗ ବାଇପାସ ନିକଟରେ ଏହି ଦୁର୍ଘଟଣା ହୋଇଛି । ତେବେ ଛାତିଥରା ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପିଏମସିଏଚରେ ଭର୍ତ୍ତି କରିଛି ।

କ୍ରେନ-ଅଟୋ ଧକ୍କା: ପାଟନାର ଅନେକ ସ୍ଥାନରେ ମେଟ୍ରୋ କାମ ଜାରି ରହିଛି । ତେବେ କଙ୍କଡବାଗ ବାଇପାସ ନିକଟରେ ମେଟ୍ରୋ କାମ ଚାଲୁଥିବା ବେଳେ କ୍ରେନରେ କିଛି ଜିନିଷ ରହିଥିଲା । ତେବେ କ୍ରେନଟି ଧିରେ ଧିରେ ପଛକୁ ଆସିଥିଲା । ଏହି ସମୟରେ ପଛରୁ ଆସୁଥିବା ଅଟେ କ୍ରେନକୁ ଧକ୍କା ଦେଇଥିଲା । ପଛରେ 7ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ଅଟୋରେ 8ଜଣ ରହିଥିବା ବେଳେ 7ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୁଆ ଏବଂ ଜଣେ ମହିଳା ରହିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରିଛି ।

ଏହା ମଧ୍ୟ ପଢନ୍ତୁ: ଗ୍ରୁପ ଲୋନ ନେଇ ମା’ ଫେରାର, 3 ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !

ମୋତହାରୀରେ ରହୁଥିବା ଦମ୍ପତି ମୁକେଶ କୁମାର ସହନୀଙ୍କ ପତ୍ନୀ ଏବଂ ଦୁୁଇ ଛୁଆଙ୍କର ମୃତ୍ୟୁ ହୋଇଛି । କିନ୍ତୁ ମରଣ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୁକେଶ । ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରୁ ଅଟେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଅଟେକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ହୋଇ ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଏହି ଦୁର୍ଘଟଣାକୁ ନେଇ କଙ୍କଡବାଗ ଥାନାଧିକାରୀ ନୀରଜ କୁମାର କହିଛନ୍ତି, "ଭୟଙ୍କର ଦୁର୍ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଟ୍ରାଫିକ ଥାନାରେ ମାମଲା ରୁଜୁ କରାଯାଇଛି । ସକାଳୁ ସକାଳୁ ମେଟ୍ରୋ ପ୍ରୋଜେକ୍ଟ କାର୍ଯ୍ୟ ଜାରି ରହିଥିବା ବେଳେ କ୍ରେନକୁ ଧକ୍କା ଦେଇଥିଲା ଅଟୋ। ଆମେ ସମସ୍ତ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛୁ । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେ ବିଷୟରେ ଅଧିକ ଯାଞ୍ଚ ଜାରି ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.