ETV Bharat / bharat

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅସୁସ୍ଥ, କୋରୋନା ଓ ସ୍ୱାଇନ ଫ୍ଲୁରେ ପୀଡିତ

author img

By ETV Bharat Odisha Team

Published : Feb 3, 2024, 9:32 AM IST

Ashok Gehlot tests positive for covid
ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ

Ashok Gehlot tests positive for Covid: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅସୁସ୍ଥ । ସେ କୋଭିଡ ଓ ସ୍ୱାଇନ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅସୁସ୍ଥ ହୋଇପଡିଛନ୍ତି । ସେ କୋରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଅଶୋକ ଗେହଲୋଟ । ଅନ୍ୟପଟେ ଅଶୋକ ଗେହଲୋଟଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପରେ ଅନେକ କଂଗ୍ରେସ ନେତା ତଥା ତାଙ୍କ ସମର୍ଥକମାନେ ତାଙ୍କ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ଅଶୋକ ଗେହଲୋଟ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ସେ ଏକାସାଙ୍ଗେ 2ଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେ କୋରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ତାଙ୍କ ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି । ଏନେଇ ଶୁକ୍ରବାର ଦିନ ସୋସିଆଲ ମିଡିଆ ଟ୍ୱିଟର(ଏକ୍ସ)ରେ ଅଶୋକ ଗେହଲୋଟ ଲେଖିଛନ୍ତି, 'କିଛି ଦିନ ହେବ ଜ୍ୱର ହେବା କାରଣରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଟେଷ୍ଟ କରିଥିଲି । ଯେଉଁଥିରେ କୋଭିଡ ପଜିଟିଭ ଓ ସ୍ୱାଇନ ଫ୍ଲୁ ପଜିଟିଭ ବାହାରିଛି । ଏହି କାରଣ ଯୋଗୁ ଆଗାମୀ 7 ଦିନ ଯାଏ କାହା ସହ ସାକ୍ଷାତ କରିପାରିବି ନାହିଁ ।'

ସେ ଆଉ ମଧ୍ୟ ଅନ୍ୟମାନଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି ଯେ, ଏହି ପରିବର୍ତ୍ତିତ ପାଣିପାଗ ମଧ୍ୟରେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଏହାମଧ୍ୟ ପଢନ୍ତୁ.. ବିଜେପି ଯେତେ ଯାହା କଲେ ଆମେ ଡରିବୁନି: ଅଶୋକ ଗେହଲଟ

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅସୁସ୍ଥତାକୁ ନେଇ ତାଙ୍କ ସମର୍ଥକ ତଥା ଅନେକ କଂଗ୍ରେସ ନେତା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାଜସ୍ଥାନର କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଗୋବିନ୍ଦ ସିଂହ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଏ ବାବଦରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅସୁସ୍ଥ ହେବାର ଖବର ମିଳିଛି । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି କି ସେ ତାଙ୍କୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ ।

7 ଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ଭେଟିବେନି ଅଶୋକ ଗେହଲୋଟ: ଅସୁସ୍ଥତା କାରଣରୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ଭେଟିବେ ନାହିଁ ଗେହଲୋଟ । ଆଗାମୀ 7 ଦିନ ପର୍ଯ୍ୟନ୍ତ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି ।

ସୂଚନା ଯୋଗ୍ୟ, 2023 ଡିସେମ୍ବର ମାସରେ ରାଜସ୍ଥାନରେ ଅଶୋକ ଗେହଲୋଟ ସରକାର ପତନ ହୋଇ ବିଜେପି ନୂଆ ସରକାର ଗଠନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.