ETV Bharat / bharat

ଛାତ୍ର ନେଉଥିଲେ ଚରମ ନିଷ୍ପତ୍ତି, ଠିକଣା ସମୟରେ ପହଞ୍ଚି ଗଲା କୋଟା ପୋଲିସ

author img

By ETV Bharat Odisha Team

Published : Feb 11, 2024, 8:29 PM IST

ଅଳ୍ପକେ ବର୍ତ୍ତିଲା ଛାତ୍ରଙ୍କ ଜୀବନ , ଆତ୍ମହତ୍ୟାରୁ ରୋକିଲା କୋଟା ପୋଲିସ
ଅଳ୍ପକେ ବର୍ତ୍ତିଲା ଛାତ୍ରଙ୍କ ଜୀବନ , ଆତ୍ମହତ୍ୟାରୁ ରୋକିଲା କୋଟା ପୋଲିସ

Kota Police Saved A Student From Suicide Attempt: ରାଜସ୍ଥାନର କୋଟାରେ ବଢି ଚାଲିଛି ଛାତ୍ରମାନଙ୍କ ଆତ୍ମହତ୍ୟା ଘଟଣା । ଶନିବାର ଦିନ କୋଟା ପୋଲିସ ସୂଚନା ପାଇଁ ଛାତ୍ରଙ୍କୁ ଆତ୍ମହତ୍ୟାରୁ ରୋକିଲା । ଅଧିକ ପଢନ୍ତୁ

ଅଳ୍ପକେ ବର୍ତ୍ତିଲା ଛାତ୍ରଙ୍କ ଜୀବନ , ଆତ୍ମହତ୍ୟାରୁ ରୋକିଲା କୋଟା ପୋଲିସ

କୋଟା: ପୋଲିସର ତତ୍ପରତା ପାଇଁ ବଞ୍ଚିଗଲା ଗୋଟେ ନିରୀହ ଜୀବନ । ମାତ୍ର ୩ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ର ମାନଙ୍କ ମଧ୍ୟରୁ ସନ୍ଧାନ କରି ଜଣେ ଛାତ୍ରକୁ ଆତ୍ମହତ୍ୟା କରିବାରୁ ରୋକିଛି ପୋଲିସ । ଯେଉଁଥି ପାଇଁ ପୋଲିସର ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ଏପରି ଘଟଣା ଘଟିଛି ରାଜସ୍ଥାନର କୋଟା ସହରରେ । ଘଟଣାଟି ଏପରିକି ଯେ ଶନିବାର ଦିନ କୋଟା ପୋଲିସକୁ ୟୁପି ପୋଲିସ ଜଣେ ଛାତ୍ର ଆତ୍ମହତ୍ୟା କରିବାର ଯୋଜନା ସମ୍ପର୍କରେ ଖବର ଦେଇଥିଲା । କାଳ ବିଳମ୍ବ ନକରି 250 ରୁ ଅଧିକ ପୋଲିସ କର୍ମଚାରୀ ଉକ୍ତ ଛାତ୍ରଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ । ସୌଭାଗ୍ୟ ବଶତଃ ୩ ଘଣ୍ଟା ମଧ୍ୟରେ ଉକ୍ତ ଛାତ୍ରକୁ ଖୋଜିବା ସହିତ ତାର କାଉନସେଲିଙ୍ଗ ମଧ୍ୟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ... ଓଡିଆ ସମେତ ୧୩ ଆଞ୍ଚଳିକ ଭାଷାରେ CAPF କନେଷ୍ଟବଳ ପରୀକ୍ଷା

କୋଟା ସିଟି ଏସପି ଶରଦ ଚୌଧୁରୀ କହିଛନ୍ତି ଯେ, ତାଙ୍କୁ ଉତ୍ତରପ୍ରଦେଶର ବାରାଣାସୀ ସାଇବର ସେଲରୁ ସୂଚନା ମିଳିଥିଲା ଯେ କୋଟାରେ ଜଣେ ଛାତ୍ର ଜୀବନ ହାରିଛି ଓ ତାର ଫୋନରୁ ମହାରାଷ୍ଟ୍ରର ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିବାର ପ୍ଲାନ ସମ୍ପର୍କରେ ସୂଚନା ମିଳିଥିଲା । ଏହା ପରେ ପୋଲିସ ମୋବାଇଲ ନମ୍ବର ଓ ତାର ନାଁକୁ ଆଧାର କରି ଅନୁସନ୍ଧାନ ଆରମ୍ଭ କରିଥିଲା । କୋଟାରେ ପଢୁଥିବା ଅଢେଇ ଲକ୍ଷ ପିଲାଙ୍କ ମଧ୍ୟରେ ଖୋଜିବା ଆରମ୍ଭ କରିଥିଲା । ଏପରିକି ପୋଲିସ କୋଟାର ସୁଇସାଇଡ ପଏଣ୍ଟରେ ପହଞ୍ଚି ପହରା ଦେଇଥିଲା । ଶେଷରେ ଉକ୍ତ ଛାତ୍ରର ଲୋକେସନକୁ ଆଧାର କରି ତାକୁ କୁନ୍ହାଡି ସ୍ଥିତ ହଷ୍ଟେଲରେ ପହଞ୍ଚି ନିଜ ହେପାଜତକୁ ପୋଲିସ ନେଇଥିଲା ।

ଏସପି କହିଛନ୍ତି ଯେ ପିଲାଟି ସମ୍ପୂର୍ଣ୍ଣ ଭାବେ ବିଷାଦଗ୍ରସ୍ତ ଥିଲା । ଯଦି ଆଉ ଟିକିଏ ଡେରି ହୋଇଯାଆନ୍ତା ତାହେଲେ ସେ ସୁଇସାଇଡ଼ ମଧ୍ୟ କରିସାରନ୍ତା । ପିଲାଟିର କାଉନସେଲିଙ୍ଗ କରାଯାଇ ତାର ପିତାମାତାଙ୍କୁ ଡକାଇ ଜିମା ଦିଆଯାଇଥିଲା । ଛାତ୍ର ଜଣକ ମେଡିକାଲ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିଲା ଏବଂ କୋଟାକୁ ଆସିବାର ମାତ୍ର 10 ଦିନ ହୋଇଥିଲା । ଛାତ୍ର ଜଣକ କୋଚିଂ କରିବାକୁ ମଧ୍ୟ ଯାଉ ନ ଥିଲେ ଏବଂ ଛାତ୍ର ସକାଳୁ ଖାଦ୍ୟ ମଧ୍ୟ ଖାଇନଥିଲେ । ତେବେ ପୋଲିସ ପାଇଁ କେବଳ ନାଁ ଓ ମୋବାଇଲ ନମ୍ବର ଜରିଆରେ ପିଲାକୁ ଖୋଜିବା ଅତ୍ୟନ୍ତ ଦୁରୂହ ବ୍ୟାପାର ଥିଲା ।

ଦିନକୁ ଦିନ ଛାତ୍ର ଛାତ୍ରୀଙ୍କ ଉପରେ ପାଠପଢାର ଚାପ ବଢିଚାଲିଛି । ପରୀକ୍ଷାରେ କୃତକାର୍ଯ୍ୟ ହେବାର ଅସୀମ ଉତ୍କଣ୍ଠା ମଧ୍ୟରେ ହଜିଯାଉଛି କୈଶୋରାବସ୍ଥା । ଆଉ ଯଦି ସଫଳତା ନ ମିଳେ ତେବେ ବାଛି ନେଉଛନ୍ତି ଆତ୍ମହତ୍ୟାର ବାଟ । ତେବେ ଗତ କିଛି ମାସ ମଧ୍ୟରେ ରାଜସ୍ଥାନର କୋଟାରେ ବଢି ଚାଲିଛି ଛାତ୍ରମାନଙ୍କ ଆତ୍ମହତ୍ୟା ଘଟଣା । କୋଟାରେ ସାଧାରଣତଃ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରସ୍ତୁତି ପାଇଁ ଦେଶର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ଆସିଥାନ୍ତି । ତେଣୁ ପ୍ରତିଯୋଗିତାପୂର୍ଣ୍ଣ ମାହୋଲର ଚାପ ବଶବତ୍ତୀ ହୋଇ ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଯାଇଥାଏ । ଏହି ପରିପ୍ରେକ୍ଷୀରେ ଛାତ୍ରମାନେ ଡିପ୍ରେସନରେ ନ ପଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଦ୍ବାରା ଅନେକ ପ୍ରକାରର କାର୍ଯ୍ୟକ୍ରମ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.