ETV Bharat / bharat

ଓଡିଆ ସମେତ ୧୩ ଆଞ୍ଚଳିକ ଭାଷାରେ CAPF କନେଷ୍ଟବଳ ପରୀକ୍ଷା

author img

By ETV Bharat Odisha Team

Published : Feb 11, 2024, 3:10 PM IST

Constable GD examination: ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତିତ ୧୩ଟି ଆଞ୍ଚଳିକ ଭାଷାରେ ହେବ କନେଷ୍ଟବଳ (ଜିଡି) ପରୀକ୍ଷା । ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

କନେଷ୍ଟବଳ ଜିଡି ପରୀକ୍ଷା
Constable GD examination

ନୂଆଦିଲ୍ଲୀ: ଏଣିକି ଇଂରାଜୀ, ହିନ୍ଦୀ ବ୍ୟତିତ ୧୩ଟି ଆଞ୍ଚଳିକ ଭାଷାରେ ହେବ କନେଷ୍ଟବଳ (ଜିଡି) ପରୀକ୍ଷା । ଏଥିରେ ଓଡିଆ ଭାଷା ମଧ୍ୟ ସାମିଲ ରହିଛି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ରେ କନଷ୍ଟେବଳ ନିଯୁକ୍ତି ପାଇଁ ଏହି ପରୀକ୍ଷା ଦେବେ ଆଶାୟୀ । ପ୍ରଥମ ଥର ପାଇଁ ୧୩ଟି ଆଞ୍ଚଳିକ ଭାଷାରେ ହେବ । ପୂର୍ବରୁ କେବଳ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପରୀକ୍ଷା ଦେଉଥିଲେ ଚାକିରି ଆଶାୟୀ। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-୨୦ରୁ ମାଟ୍ରିକ ପରୀକ୍ଷା: ବୋର୍ଡର ଚରମବାଣୀ, 'କପି ହେଲେ ପ୍ରଧାନ ଶିକ୍ଷକ ଦାୟୀ'

୧୩ ଆଞ୍ଚଳିକ ଭାଷାରେ ପରୀକ୍ଷା: ଓଡିଆ, ଅହମିଆ, ବଙ୍ଗାଳୀ, ଗୁଜୁରାଟୀ, ମରାଠୀ, ମାଲାୟାଲମ୍, କନ୍ନଡ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ କନେଷ୍ଟବଳ ପରୀକ୍ଷା ଦେବେ ଆବେଦନକାରୀ । ଚଳିତ ବର୍ଷ ଠାରୁ ଏହି ନିୟମ ଲାଗୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

ଆସନ୍ତା ଫେବୃଆରୀ ୨୦ ତାରିଖରୁ ୭ ମାର୍ଚ୍ଚ ପର୍ଯ୍ୟନ୍ତ କନେଷ୍ଟବଳ ପରୀକ୍ଷା ହେବ । ଦେଶର ୧୨୮ଟି ସହରରେ ପରୀକ୍ଷା ହେବାକୁ ଥିବା ବେଳେ ୪୮ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଚଳିତ ବର୍ଷ ଠାରୁ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବାକୁ ଥିବା ବେଳେ ପ୍ରତିଯୋଗୀତା ଜୋରଦାର ହେବ ବୋଲି ଆଶା କରାଯାଉଛି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କନେଷ୍ଟବଳ ପୋଷ୍ଟରେ ଖାଲି ପଡିଥିବା ୫୦, ୧୮୭ଟି ପୋଷ୍ଟ ପାଇଁ ୨୦୨୩ରେ ବିଜ୍ଞାପନ ବାହାରିଥିଲା । କନଷ୍ଟେବଳ ପରୀକ୍ଷାର ପ୍ରଶ୍ନପତ୍ର ଏହି ସମସ୍ତ ଭାଷାରେ ପ୍ରସ୍ତୁତ ହେବ । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପାଇଁ କନଷ୍ଟେବଳ (ଜିଡି) ପରୀକ୍ଷା ଚଳିତ ଥର ନିଜ ମାତୃଭଷାରେ ଦେବେ ଚାକିରି ଆଶାୟୀ । ଏହି ଖବର ପ୍ରକାଶ ପାଇବା ପରେ ଉତ୍ସାହିତ ଅଛନ୍ତି ଚାକିରି ଆବେଦନକାରୀ ।

ଏହା ମଧ୍ୟ ପଢନ୍ତୁ-‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଓଡ଼ିଆ ଛାତ୍ରୀ, ଏମିତି ମିଳିଲା ଉତ୍ତର

ଏହା ମଧ୍ୟ ପଢନ୍ତୁ-ସିଏପିଏଫ ମହାନିର୍ଦ୍ଦେଶକଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ, ଯବାନଙ୍କ ସ୍ବାସ୍ଥ୍ୟରକ୍ଷା ଉପରେ ଗୁରୁତ୍ବ

ଏହି ନିଷ୍ପତ୍ତି ଉପାନ୍ତ ଅଞ୍ଚଳର ଯୁବକଙ୍କ ମଧ୍ୟରେ କେନ୍ଦ୍ରୀୟ ଫୋର୍ସରେ ଭର୍ତ୍ତି ହେବାର ଆଗ୍ରହ ବଢାଇବା । ପୂର୍ବରୁ ହିନ୍ଦୀ ଓ ଇଂରାଜୀରେ ପରୀକ୍ଷା କରାଯାଉଥିବା ବେଳେ ଏଥିରେ ବହୁ ଉପାନ୍ତ ଅଞ୍ଚଳର ଆଶାୟୀ ପ୍ରାର୍ଥୀ ବାଦ ପଡୁଥିଲେ । ଏବେ ଏହି ନିଷ୍ପତ୍ତି ଫଳରେ ବିଭିନ୍ନ ଉପାନ୍ତ ଅଞ୍ଚଳର ଯୁବକ ଯୁବତୀମାନେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.