ETV Bharat / bharat

ପୁଟିନଙ୍କ ସହ କଥା ହେଲେ ମୋଦି, ପୁନଃନିର୍ବାଚିତ ହେବା ପାଇଁ ଜଣାଇଲେ ଶୁଭେଚ୍ଛା

author img

By ETV Bharat Odisha Team

Published : Mar 20, 2024, 5:45 PM IST

IVF ପ୍ରଣାଳୀରେ ସିଦ୍ଧୁ ମୁସେଓ୍ବାଲଙ୍କ ମା’ଙ୍କ ପ୍ରସବ ଘଟଣା, ପଞ୍ଜାବ ସରକାରଙ୍କୁ ଜବାବ ମାଗିଲା କେନ୍ଦ୍ର
IVF ପ୍ରଣାଳୀରେ ସିଦ୍ଧୁ ମୁସେଓ୍ବାଲଙ୍କ ମା’ଙ୍କ ପ୍ରସବ ଘଟଣା, ପଞ୍ଜାବ ସରକାରଙ୍କୁ ଜବାବ ମାଗିଲା କେନ୍ଦ୍ର

PM Modi Speaks to Putin: ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ଜଣାଇଲେ ଶୁଭେଚ୍ଛା । ପାରସ୍ପରିକ ପ୍ରସଙ୍ଗରେ ଆଲୋଚନା କଲେ ଦୁଇ ରାଷ୍ଟ୍ରମୁଖ୍ୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଣିଥରେ ଋଷର ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ମୋଦି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ନେତାଙ୍କ ଆଲୋଚନାରେ ଉଭୟ ଦେଶର ମିଳିତ ପ୍ରସଙ୍ଗ ସହ ଋଷ-ୟୁକ୍ରେନ ଯୁଦ୍ଧର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମଧ୍ଯ ଆଲୋଚନା ହୋଇଛି । ଏହି ଯୁଦ୍ଧ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଓ କୂଟନୈତିକ ପନ୍ଥା ଆପଣାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଭାରତ- ଋଷ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ସହଯୋଗ ପ୍ରସଙ୍ଗ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଆଲୋଚନାରେ ସ୍ଥାନ ପାଇଛି । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଦୀର୍ଘ ଦଶନ୍ଧିର ସହଯୋଗପୂର୍ଣ୍ଣ ସମ୍ପର୍କ ରହିଆସିଛି । ଆଗାମି ବର୍ଷରେ ମଧ୍ୟ ଏହି ରଣନୈତିକ ସମ୍ପର୍କ ଆହୁରି ସୁଦୃଢ ହେବା ନେଇ ଆଜିର କଥାବାର୍ତ୍ତାରେ ଉଭୟ ନେତା ଆଶାବ୍ୟକ୍ତ କରିଛନ୍ତି ।

ଦୁଇଦିନ ପୂର୍ବରୁ ଭ୍ଲାଦମିର ପୁଟିନ ପୁଣିଥରେ ଋଃଷର ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି । ସେତେବେଳେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପୁଟିନ ଆଗାମୀ 6ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ । ଲମ୍ବା ସମୟ ଧରି ରାଷ୍ଟ୍ରପତି ଦାୟିତ୍ବରେ ଥିବା ପୁଟିନ ଋଷ ଓ ବିଶ୍ବର ଜଣେ ପ୍ରମୁଖ ତଥା ଚର୍ଚ୍ଚିତ ରାଷ୍ଟ୍ରମୁଖ୍ୟ । ଆମେରିକା ବିରୋଧୀ ଭାବେ ଜଣାଶୁଣା ଋଷ ୟୁକ୍ରେନ ଉପରେ ଆକ୍ରମଣ କରି ସମଗ୍ର ବିଶ୍ବକୁ ସ୍ତବ୍ଦ କରିଦେଇଥିଲା । ଜାତିସଂଘ, ଆମେରିକା ସମେତ ତମାମ ପଶ୍ଚିମ ରାଷ୍ଟ୍ରସମୂହଙ୍କ ଚେତାବନୀ ସତ୍ତ୍ବେ ମଧ୍ୟ ଋଷର ସାମରିକ ଅଭିଯାନରେ ରୋକଲାଗିବ ନାହିଁ ବୋଲି କହିଥିଲେ ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ପରେ ପୁଟିନ ଗତ 2ବର୍ଷ ହେବ କୌଣସି ବିଦେଶ ଗସ୍ତ କରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟପାଳ ପଦ ଛାଡ଼ି ଧରିଲେ ପଦ୍ମ, ତାମିଲନାଡୁରୁ ନିର୍ବାଚନ ଲଢ଼ିବେ ତାମିଲସାଇ !

ଭାରତର ସମୟ ପରୀକ୍ଷିତ ବନ୍ଧୁରାଷ୍ଟ୍ର ଭାବେ ଋଷର ପରିଚୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁଟିନଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ବେଶ ନିବିଡ । ଭାରତ ଏହି ଯୁଦ୍ଧ ପ୍ରସଙ୍ଗରେ ପ୍ରଥମରୁ ଅତି ସନ୍ତୁଳନ ଆଭିମୁଖ୍ୟ ରଖିଆସିଛି । କୌଣସି ପକ୍ଷଭୁକ୍ତ ନହୋଇ କୂଟନୈତିକ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗର ସମାଧାନ ବାହାର କରିବା ପାଇଁ ଉଭୟ ୟୁକ୍ରେନ ଓ ଋଷକୁ ଭାରତ ପ୍ରସ୍ତାବ ଦେଇଥିଲା । ମାତ୍ର ପଶ୍ଚିମରାଷ୍ଟ୍ର ସମୂହ ଜାତିସଂଘରେ ଋଷ ବିରୋଧରେ ଆଣିଥିବା ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ବିରତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.