ETV Bharat / bharat

ରାଜ୍ୟପାଳ ପଦ ଛାଡ଼ି ଧରିଲେ ପଦ୍ମ, ତାମିଲନାଡୁରୁ ନିର୍ବାଚନ ଲଢ଼ିବେ ତାମିଲସାଇ !

author img

By ETV Bharat Odisha Team

Published : Mar 20, 2024, 2:46 PM IST

Updated : Mar 20, 2024, 3:47 PM IST

Tamilisai Soundararajan joins BJP: ନିଜ ଘର ବିଜେପିକୁ ବାହୁଡ଼ିଲେ ତାମିଲସାଇ ସୁନ୍ଦରାଜନ । ଗତ 18 ତାରିଖରେ ସେ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଅଧିକ ପଢନ୍ତୁ

Tamilisai Soundararajan
Tamilisai Soundararajan

ଚେନ୍ନାଇ: ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ଦୁଇଦିନ ପରେ ପୁଣି ଥରେ ବିଜେପିକୁ ବାହୁଡ଼ିଲେ ତାମିଲସାଇ ସୁନ୍ଦରାଜନ । ଆଜି(ବୁଧବାର) ପୁଣି ଥରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଗତ 18 ତାରିଖରେ ରାଷ୍ଟ୍ରପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଥିଲେ । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ଉପସ୍ଥିତିରେ ସେ ପୁଣି ଥରେ ଦଳରେ ସାମିଲ ହୋଇଛନ୍ତି । ତେବେ ଲୋକଙ୍କ ସେବା କରିବା ପାଇଁ ଦଳରେ ସାମିଲ ହୋଇଛି ବୋଲି ସେ ଟ୍ବିଟ କରି କହିଛନ୍ତି ।

ଏହା ଏକ କଠିନ ନିଷ୍ପତ୍ତି: ଇସ୍ତଫା ଦେବାର ଦୁଇଦିନ ପରେ ପୁଣି ଘର ବାହୁଡିଲେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନ । ଆଜି(ବୁଧବାର) ପୁଣି ଥରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଗତ 18 ତାରିଖରେ ରାଷ୍ଟ୍ରପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଥିଲେ । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ଉପସ୍ଥିତିରେ ସେ ପୁଣି ଥରେ ଦଳରେ ସାମିଲ ହୋଇଛନ୍ତି ।

ବିଜେପିରେ ଯୋଗଦେବା ପରେ ସୁନ୍ଦରରାଜନ୍ କହିଛନ୍ତି, "ମୁଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଚାହୁଁଛି । ମୁଁ ମୋର ଏହି ଇଚ୍ଛାକୁ ମୋ ପାର୍ଟିକୁ ମଧ୍ୟ କହିଛି । ମୋତେ ପୁଣିଥରେ ସଦସ୍ୟତା କାର୍ଡ ମିଳିଥିବାରୁ ମୁଁ ବହୁତ ଖୁସି । ଆଜି ହେଉଛି ମୋ ପାଇଁ ସବୁଠାରୁ ଖୁସିର ଦିନ । ଏହା ମୋ ପାଇଁ କଠିନ ନିଷ୍ପତ୍ତି ହେଲେ ମଧ୍ୟ ଉତ୍ତମ କାର୍ଯ୍ୟ । ରାଜ୍ୟପାଳ ଭାବେ ମୋ ପାଖରେ ଅନେକ ସୁବିଧା ରହିଥିଲା । କିନ୍ତୁ ମୁଁ ଏହାକୁ ଛାଡି ଦେଇଛି । ମୁଁ ଏକ ପ୍ରତିଶତ ମଧ୍ୟ ଦୁଃଖିତ ନୁହେଁ । ତାମିଲନାଡୁରେ ନିଶ୍ଚିତ ପଦ୍ମ ଫୁଟିବ ।"

ଏହା ମଧ୍ୟ ପଢନ୍ତୁ: ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲଢିପାରନ୍ତି ଲୋକସଭା ନିର୍ବାଚନ

ବିଜେପିରେ ଯୋଗ ଦେବା ପରେ ରାଜ୍ୟ ବିଜେପି ମୁଖ୍ୟ ଆନ୍ନାମଲାଇ କହିଛନ୍ତି, " ତାମିଲସାଇ ସୁନ୍ଦରାଜନ ରାଜ୍ୟପାଳ ଭାବେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେ ରାଜ୍ୟପାଳ ପଦ ଛାଡି ରାଜନୀତିରେ ଯୋଗଦେବା ଜନସାଧାରଣଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ପ୍ରତିପାଦିତ କରୁଛି । ପୁନର୍ବାର ବିଜେପି ପ୍ରତି ତାଙ୍କର ପ୍ରତିବଦ୍ଧତା ଦର୍ଶାଉଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ କ୍ରମାଗତ ତୃତୀୟ ଥର କ୍ଷମତା ଗ୍ରହଣ କରିବେ, ସେତେବେଳେ ତାଙ୍କ କାର୍ଯ୍ୟ ମଧ୍ୟ ତାଙ୍କ ହାତକୁ ଦୃଢ କରିବାରେ ସହାୟକ ହେବ ।"

ସୂଚନାଯୋଗ୍ୟ ଯେ, 2019 ମସିହାରେ ତେଲେଙ୍ଗାନା ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ତାମିଲସାଇ ସୁନ୍ଦରାଜନ ବିଜେପିରୁ ଇସ୍ତଫା ଦେଇଥିଲେ । ସେ 2021 ମସିହାରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିଲେ । 62 ବର୍ଷୀୟ ତାମିଲସାଇ ସୁନ୍ଦରାଜନ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2024, 3:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.