ETV Bharat / bharat

ଦେଶର ଦୀର୍ଘତମ କେବୁଲ ବ୍ରିଜ ‘ସୁଦର୍ଶନ ସେତୁ’ ଲୋକାର୍ପିତ

author img

By ETV Bharat Odisha Team

Published : Feb 25, 2024, 9:39 AM IST

Updated : Feb 25, 2024, 9:56 AM IST

PM Modi In Gujarat: ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସବୁଠୁ ଦୀର୍ଘତମ କେବୁଲ ବ୍ରିଜ୍ 'ସୁଦର୍ଶନ ସେତୁ'ର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦି
ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ: ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଦର୍ଶନ ସେତୁର ଉଦଘାଟନ କଲେ ମୋଦି । ଏହା ଦେଶର ସବୁଠୁ ଦୀର୍ଘତମ କେବୁଲ ବ୍ରିଜ୍ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ । ଏହାସହ ଦ୍ବାରକା ମନ୍ଦିରରେ ପହଞ୍ଚି ସେ ପୂଜାର୍ଚ୍ଚନା କରିଛନ୍ତି । ଯାହାକି ଓଖାରୁ ବେଟ୍ ଦ୍ବାରକାକୁ ସଂଯୋଗ କରିବ । ଏହାସହ ରାଜକୋଟ ସ୍ଥିତ ଏମ୍ସ (AIIMS) ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । 52ହଜାର 250 କୋଟି ଟଙ୍କା ପ୍ରକଳ୍ପର ଭେଟି ପାଇବେ ଗୁଜୁରାଟବାସୀ । ଏହାପରେ 1 ହଜାର 056 କୋଟି ଟଙ୍କାର ରେଲୱେ ପ୍ରକଳ୍ପର ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଯାହା ଦ୍ବାରା ବହୁ ଲୋକେ ଉପକୃତ ହେବେ ବୋଲି ଆଶା ରହିଛି ।

ତେବେ ଗୁଜୁରାଟର ଏହି ସିଗ୍ନେଚର ବ୍ରିଜ କାରଣରୁ ବାର୍ଷିକ ପ୍ରାୟ 65 ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି । ଆସନ୍ତାକାଲିଠୁ ଏହାକୁ ବ୍ୟବହାର କରିପାରିବେ ଲୋକେ । ସିଗ୍ନେଚର ବ୍ରିଜକୁ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଏ । ଆଜି ନିଜର ଡ୍ରିମ ପ୍ରୋଜେକ୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ସିଗ୍ନେଚର ବ୍ରିଜର ଲମ୍ବ 2 ହଜାର 320 ମିଟର ରହିଛି । 4 ଲେନ୍ ବିଶିଷ୍ଟ ଏହି ସେତୁ 27.20 ମିଟର ଚଉଡ଼ା ହୋଇଥିବାବେଳେ ଦୁଇ ପାର୍ଶ୍ବରେ 2.50 ମିଟର ଚଉଡା ବିଶିଷ୍ଟ ଫୁଟପାଥ୍ ରହିଛି । ଏହାସହ ବ୍ରିଜର 12ଟି ସ୍ଥାନରେ ଗ୍ୟାଲେରୀର ବ୍ୟବସ୍ଥା ରହିଛି । ଏଠାରେ ଥିବା ଫୁଟପାଥରେ ସୋଲାର ପ୍ୟାନେଲ ମଧ୍ୟ ଲାଗିଛି।

ଏହା ମଧ୍ୟ ପଢନ୍ତୁ...ଆଜି ଦିନରେ ପ୍ରଥମ ନିର୍ବାଚନ ଜିତିଥିଲେ ପ୍ରଧାନମନ୍ତ୍ରୀ, ପ୍ରଥମ ବିଜୟକୁ ମନେ ପକାଇ ସେୟାର କଲେ ଭିଡିଓ

ଏହା ମଧ୍ୟ ପଢନ୍ତୁ...ଲୋକସଭା ନିର୍ବାଚନ: ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଆସିପାରେ ପ୍ରଧାନମନ୍ତ୍ରୀଙ୍କ ନାମ

ଏହା ମଧ୍ୟ ପଢନ୍ତୁ...ଆଜି ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ 'ସୁଦର୍ଶନ ସେତୁ' ଲୋକାର୍ପଣ, ଜାଣନ୍ତୁ କଣ ଖାସ


ନିଜ ଜନ୍ମମାଟି ଗୁଜରାଟକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟର ରାଜକୋଟ ବିଧାନସଭା ଆସନରୁ ସେ ନିଜର ରାଜନୈତିକ କ୍ୟାରିଅରର ପ୍ରଥମ ସଫଳତା ପାଇଥିଲେ । ଆଉ ଆଜି ଗୁଜୁରାଟବାସୀଙ୍କୁ ମେଗା ପ୍ରକଳ୍ପ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ପୂର୍ବରୁ ଜାମନଗରରେ ଏକ ମେଗା ରୋଡ୍ ଶୋ' ଆୟୋଜନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବିଶାଳ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ବିଜେପି ସମର୍ଥକମାନେ ସାମିଲ ହୋଇଥିଲେ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Last Updated : Feb 25, 2024, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.