ETV Bharat / bharat

ଆଜି ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ 'ସୁଦର୍ଶନ ସେତୁ' ଲୋକାର୍ପଣ, ଜାଣନ୍ତୁ କଣ ଖାସ

author img

By ETV Bharat Odisha Team

Published : Feb 24, 2024, 3:52 PM IST

Updated : Feb 25, 2024, 8:40 AM IST

Sudarshan Bridge: ଗୁଜୁରାଟରେ ଦେଶର ଦୀର୍ଘତମ କେବୁଲ ବ୍ରିଜ । ଆଜି ନିଜର ଏହି ଡ୍ରିମ ପ୍ରୋଜେକ୍ଟକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Sudarshan Bridge
Sudarshan Bridge

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ନିଜର ଡ୍ରିମ ପ୍ରୋଜେକ୍ଟ ସୁଦର୍ଶନ ସେତୁର ଲୋକାର୍ପଣ କରିବାକୁ ଯାଉଛନ୍ତି । ଏହା ଭାରତର ଦୀର୍ଘତନ କେବୁଲ ବ୍ରିଜ ବୋଲି କୁହାଯାଉଛି । ଯାହାକି ଗୁଜୁରାଟର ଓଖା ମେନଲ୍ୟାଣ୍ଡକୁ ବେଟ ଦ୍ବାରକା ସହିତ ସଂଯୋଗ କରିବ । ୪ ଲେନ ବିଶିଷ୍ଟ ଏହି ବ୍ରିଜର ଲମ୍ବ ୨.୩୩ କିମି ହୋଇଥିବା ବେଳେ ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି ।

Sudarshan Bridge
ଗୁଜୁରାଟରେ ଦେଶର ଦୀର୍ଘତମ କେବୁଲ ବ୍ରିଜ

ଓକା-ବେଟ ଦ୍ବାରକାକୁ ସଂଯୋଗ କରିବ:- ପ୍ରଧାନମନ୍ତ୍ରୀ ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହିତ ସଂଯୋଗ କରିବ । ଦ୍ବାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ ଦ୍ବାରକା ଦ୍ବୀପରେ ଜନବସତି ରହିଛି । ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ ଦ୍ବାରକାରେ ବସବାସ କରୁଥିଲେ । ଏହାବାଦ ଏଠାରେ ମହାବୀର ହନୁମାନ ଓ ତାଙ୍କ ପୁତ୍ର ମକରଧ୍ବଜଙ୍କ ମନ୍ଦିର ମଧ୍ୟ ରହିଛି । ବିଶ୍ବର ଏହା ଏକମାତ୍ର ସ୍ଥାନ ଯେଉଁଠି ରହିଛି ମକରଧ୍ବଜଙ୍କ ମନ୍ଦିର ।

୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ:- ପୂର୍ବରୁ ଏହି ସ୍ଥାନକୁ ପର୍ଯ୍ୟଟକମାନେ ନୌକା ମାଧ୍ୟମରେ ଏଠାକୁ ଆସୁଥିଲେ । ତେବେ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୮୦ କୋଟି ଟଙ୍କା ବ୍ୟୟରେ ଏହି ସୁଦର୍ଶନ ସେତୁ ନିର୍ମାଣ ଲାଗି ଘୋଷଣା କରିଥିଲେ । ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୭ ବର୍ଷ ଲାଗିଥିବା ବେଳେ ଆଜି ମୋଦି ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଯାଉଛନ୍ତି । ସମୁଦ୍ରରେ ନିର୍ମାଣ ହୋଇଥିବା ଏହି ପୋଲର ନିର୍ମାଣ କାର୍ଯ୍ୟ ସମୟରେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା । ଅନେକ ଆହ୍ବାନ ସତ୍ତ୍ବେ ଶେଷରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏବେ ବ୍ୟବହାର ଲାଗି ପ୍ରସ୍ତୁତ ଅଛି ।

ଏହା ବି ପଢନ୍ତୁ- ଲୋକାର୍ପଣ ଅପେକ୍ଷାରେ ଦ୍ୱାରକା ସିଗ୍ନେଚର ବ୍ରିଜ, ଦେଖନ୍ତୁ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟର ରୂପରେଖ

ବୃଦ୍ଧି ପାଇବ ତୀର୍ଥଯାତ୍ରୀଙ୍କ ସଂଖ୍ୟା:- ଏହି ପୋଲ ନିର୍ମାଣ ପରେ ବେଟ ଦ୍ବାରକାକୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହା ପୂର୍ବରୁ ଖରାପ ପାଗ ଯୋଗୁଁ ନୌକାରେ ବେଟ ଦ୍ବାରକାରେ ପହଞ୍ଚିବା ସମ୍ଭବ ହେଉନଥିଲା । ଫଳରେ ଶ୍ରଦ୍ଧାଳୁମାନେ ଦର୍ଶନରୁ ବଞ୍ଚିତ ହେଉଥିଲେ । ସୁଦର୍ଶନ ସେତୁ ଯୋଗୁଁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ । ଏବେ କୌଣସି ଭକ୍ତଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ ।

ଫେବୃଆରୀ ୨୫ ବା ଆସନ୍ତକାଲି ପ୍ରଧାନମନ୍ତ୍ରୀ ଜାମନଗର, ଦେବଭୂମି ଦ୍ବାରକା ଓ ପୋରବନ୍ଦର ଜିଲ୍ଲାରେ ପ୍ରାୟ ୪୧୫୩ କୋଟି ଟଙ୍କାର ୧୧ଟି ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ । ଏହାସହିତ ଏହି ସୁଦର୍ଶନ ସେତୁକୁ ଲଞ୍ଚ କରିବେ । ଏହାବାଦ ସଡ଼କ ପରିବହନ ମନ୍ତ୍ରଣାଳୟ, ଭାରତ ସରକାର ଓ ରେଳ ମନ୍ତ୍ରଣାଳୟ, ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଅନ୍ୟ ୫ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 25, 2024, 8:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.