ETV Bharat / bharat

ଲୋକସଭା ନିର୍ବାଚନ: ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଆସିପାରେ ପ୍ରଧାନମନ୍ତ୍ରୀଙ୍କ ନାମ

author img

By ETV Bharat Odisha Team

Published : Feb 24, 2024, 8:50 PM IST

BJP To Release List Of 100 Candidates For Lok Sabha Polls Next Week: ଲୋକସଭା ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି । ଆସିପାରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି, ଆସିପାରେ ପ୍ରଧାନମନ୍ତ୍ରୀଙ୍କ ନାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ସପ୍ତାହରେ ବିଜେପି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଦଳ 100 ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଥିବା ବେଳେ ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ମଧ୍ୟ ପ୍ରକାଶ ପାଇପାରେ । ନରେନ୍ଦ୍ର ମୋଦି ଦେଶର କେଉଁ ଆସନରୁ ନିର୍ବାଚନ ଲଢିବେ, ତାହା ମଧ୍ୟ ଦଳର ଭୋଟବ୍ୟାଙ୍କକୁ ପ୍ରଭାବିତ କରିବାର ସର୍ବାଧିକ ସମ୍ଭାବନା ରହିଛି । ମୋଦିଙ୍କ ସହ ଦଳର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ ମଧ୍ୟ ଏହି ତାଲିକାରେ ଘୋଷଣା ହୋଇପାରେ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ 29 ତାରିଖରେ ଦଳର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପ୍ରାର୍ଥୀ ଚୂଡାନ୍ତ ହେବା ଉପରେ ମୋହର ବାଜିପାରେ । ଏହା ପରେ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ । ଦଳ ଏଥର ପୂର୍ବ ଦୁଇ ନିର୍ବାଚନ 2014 ଓ 2019 ନିର୍ବାଚନର ଆସନ ସଂଖ୍ୟାକୁ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି । ଦଳ ଏଥର 543 ଆସନ ମଧ୍ୟରୁ 370 ଆସନରେ ବିଜୟ ଲାଭ କରିବାକୁ ଲକ୍ଷ୍ୟ ରଖିଛି । ଦଳର ଲକ୍ଷ୍ୟ ଅନୁସାରେ,ଏନଡିଏ ସହଯୋଗୀ ଦଳଙ୍କ ସଂଖ୍ୟାକୁ ମିଶାଇ ଶାସକ ମେଣ୍ଟର ମୋଟ ସଂଖ୍ୟା 400 ପାର କରିବ । ନିକଟରେ ଦିଲ୍ଲୀର ‘ଭାରତ ମଣ୍ଡପମ’ ଶେଷ ହୋଇଥିବା ବିଜେପିର 2ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଦଳ ଏହି ଟାର୍ଗେଟ ସହ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ 100 ଦିନର ନିର୍ବାଚନୀ ଟାକ୍ସ ମଧ୍ୟ ଦେଇସାରିଛି ।

ଏହା ମଧ୍ୟ ପଢନ୍ତୁ :- ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ

ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଆଗାନୀ ନିର୍ବାଚନୀ ଆସନ ଉପରେ । 2014 ଓ 2019 ରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବାରାଣାସୀରୁ ନିର୍ବାଚନ ଲଢି ଜିତିଛନ୍ତି । 2014 ରେ ପ୍ରଧାନମନ୍ତ୍ରୀଙ୍କ ବିଜୟୀ ଭୋଟ ବ୍ୟବଧାନ 3.37 ଲକ୍ଷ ଥିବା ବେଳେ 2019 ରେ ଏହି ସଂଖ୍ୟା 4.8 ଲକ୍ଷ ଭୋଟକୁ ବୃଦ୍ଧି ପାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଦଳର ସର୍ବାଧିକ ଲୋକପ୍ରିୟ ନେତା ସହ ଭୋଟପୁଲର ମଧ୍ୟ । ତେଣୁ ସେ ଲଢୁଥିବା ରାଜ୍ୟ ଓ କ୍ଷେତ୍ରର ଭୋଟ ଉପରେ ଏହାର ପ୍ରତ୍ୟେକ୍ଷ ପ୍ରଭାବ ପଡିବ । ସେହିପରି ଅମିତ ଶାହ 2019 ରେ ବିଜେପିର ସୁରକ୍ଷିତ ଗଡ ତଥା ଦଳର ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କ ପାରମ୍ପରିକ ଆସନ ଗାନ୍ଧୀନଗର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ଏଥର ଏହି ଉଭୟ ନେତାଙ୍କ ଆସନ ବଦଳୁଛି ନା, ଅପରିବର୍ତ୍ତିତ ରହୁଛି ତା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.