ETV Bharat / bharat

ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ

author img

By ETV Bharat Odisha Team

Published : Feb 24, 2024, 7:51 PM IST

Haldwani violence mastermind Abdul Malik arrested in Delhi: ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଅବଦୁଲ୍ଲ ମଲ୍ଲିକ ଦିଲ୍ଲୀରୁ ଗିରଫ । ଘଟଣା ପରଠାରୁ ଥିଲା ଫେରାର । ଥିଲା 50 ହଜାର ଟଙ୍କାର ପୁରସ୍କାର । ଅଧିକ ପଢନ୍ତୁ

ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ
ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ

ଡେରାଡୁନ/ଦିଲ୍ଲୀ: ଚଳିତ ମାସ 8 ତାରିଖରେ ଉତ୍ତରାଖଣ୍ଡ ହଲଦ୍ବାନୀରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଅବଦୁଲ୍ଲ ମଲ୍ଲିକକୁ ଦିଲ୍ଲୀରୁ ଗିରଫ କରାଯାଇଛି । ଏପର୍ଯ୍ୟନ୍ତ ଘଟଣାରେ ପ୍ରାୟ 70 ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ଲ ସେବେଠାରୁ ଫେରାର ଥିଲା । ତା’ ମୁଣ୍ଡରେ 50 ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । ଆଜି ଉତ୍ତରାଖଣ୍ଡ ପୋଲିସର ଏକ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ତାକୁ ଦିଲ୍ଲୀରୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ସୂଚନା ଅନୁସାରେ, ଆଜି ପର୍ଯ୍ୟନ୍ତ ଏହି ମାମଲାରେ ମୋଟ 74 ଅଭିଯୁକ୍ତଙ୍କ ଗିରଫଦାରୀ ହୋଇସାରିଛି ।

ତେବେ ଏହି ହିଂସାରେ ବହୁମାତ୍ରାରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା । 250 ରୁ ଅଧିକ ପୋଲିସକର୍ମୀ ଓ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିଲେ । ସ୍ଥାନୀୟ ନଗର ପ୍ରଶାସନ କ୍ଷୟକ୍ଷତିର ମୂଲ୍ୟାୟନ କରିବା ସହ ଏହାର ଭରଣା ବାବଦରେ 2.44 କୋଟିର ଟଙ୍କା ପଇଠ କରିବାକୁ ମୁଖ୍ୟ ଅଭିଯୁକ୍ତକୁ ମଧ୍ଯ ନୋଟିସ ଜାରି କରିଛି । ଏଥିରେ ସରକାରୀ ସମ୍ପତ୍ତି, ଭିତ୍ତିଭୂମି ଭଙ୍ଗାରୁଜା ଓ ଗାଡି ଜଳାପୋଡା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଛୁଟିରେ ଗଲେ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଦାୟିତ୍ୱରେ ରହିବେ ରାଜେଶ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ 8 ତାରିଖରେ ଏହି ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲାର ହଲଦ୍ବାନୀରେ ଏହି ହିଂସାକାଣ୍ଡ ଘଟିଥିଲା । ବିଧାନସଭାରେ ଧାମି ସରକାର ‘ଏକକ ନାଗରିକ ସଂହିତା ଅଧିନିୟମ ପାସ କରିବାର ପରଦିନ ହଲଦଓ୍ବାନୀରେ ଏହି ହିଂସା ଦେଖିବାକୁ ମିଳିଥିଲା । ସେଠାରେ ଦୀର୍ଘବର୍ଷରୁ ସମସ୍ୟା ସୃଷ୍ଟି କରୁଥିବା ଜବରଦଖଲ ଓ ସରକାରୀ ଜମିରେ ନିର୍ମିତ ବେଆଇନ ଧାର୍ମିକସ୍ଥଳୀ ଉଚ୍ଛେଦ କରିବା ବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଟିମକୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ପଥରମାଡ ସହ ପୋଲିସ ଭ୍ୟାନ ଜଳାପୋଡା କରାଯାଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମଧ୍ୟ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ।

ହିଂସାରେ ମୋଟ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ପ୍ରାୟ 250 ରୁ ଅଧିକ ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଏବେ 70 ପାର କରିଛି । ଆଜି ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.