ETV Bharat / bharat

ଆଜି ଦିନରେ ପ୍ରଥମ ନିର୍ବାଚନ ଜିତିଥିଲେ ପ୍ରଧାନମନ୍ତ୍ରୀ, ପ୍ରଥମ ବିଜୟକୁ ମନେ ପକାଇ ସେୟାର କଲେ ଭିଡିଓ

author img

By ETV Bharat Odisha Team

Published : Feb 24, 2024, 10:36 PM IST

PM Modi remembers his 1st election win from Rajkot: ନିଜ ରାଜନୈତିକ ଜୀବନର ପ୍ରଥମ ବିଜୟକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ସେୟାର କଲେ ଭିଡିଓ

ଆଜି ଦିନରେ ପ୍ରଥମ ନିର୍ବାଚନ ଜିତିଥିଲେ ପ୍ରଧାନମନ୍ତ୍ରୀ, ନିଜର ପ୍ରଥମ ବିଜୟକୁ ମନେ ପକାଇ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଦୁଇଥର ପ୍ରଧାନମନ୍ତ୍ରୀ ହୋଇସାରିଥିବା ବେଳେ ବିଶ୍ବର ଜଣେ ପ୍ରମୁଖ ରାଷ୍ଟ୍ରମୁଖ୍ୟ ତଥା ଲୋକପ୍ରିୟ ରାଜନେତା ଭାବେ ନିଜର ପ୍ରଭାବୀ ଛାପ ସୃଷ୍ଟି କରିସାରିଛନ୍ତି, ଏକଥା କହିବା ଭୁଲ ହେବନାହିଁ । ଚଳିତ ନିର୍ବାଚନରେ ମଧ୍ୟ ତାଙ୍କ ନେତୃତ୍ବରେ ଦଳ ଭାରତୀୟ ଜନତା ପାର୍ଟି ତୃତୀୟ ଥର କ୍ଷମତା ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଦେଶରେ ଏବେ ସାଧାରଣ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ରାଜନୈତିକ ଜୀବନର ପ୍ରଥମ ବିଜୟକୁ ମନେ ପକାଇଛନ୍ତି । କାରଣ ଆଜି ଦିନରେ ସେ ନିଜ ରାଜନୈତିକ କ୍ୟାରିୟରର ପ୍ରଥମ ନିର୍ବାଚନ ଜିତିଥିଲେ । ‘ଏକ୍ସ’ରେ ଭିଡିଓ ସେୟାର କରିବା ସହ ଗୁଜୁରାଟର ରାଜକୋଟ ବିଧାନସଭା ଆସନର ବାସିନ୍ଦାଙ୍କୁ ଭାବପ୍ରବଣତାର ସହ ଧନ୍ୟବାଦ ଦେଇଛନ୍ତି ।

ଦିନ ଥିଲା 2002 ମସିହା ଫେବୃଆରୀ 24 ତାରିଖ । ଗୁଜୁରାଟର ରାଜକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁୁ ପ୍ରଧାନମନ୍ତ୍ରୀ ପ୍ରଥମ ଥର ଉପ-ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ଆଜି ପ୍ରଧାନମନ୍ତ୍ରୀ ପ୍ରଥମ ନିର୍ବାଚନ ପ୍ରଚାରର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସେୟାର କରି କହିଛନ୍ତି, ‘‘ରାଜକୋଟ ମୋ ହୃଦୟରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇ ରହିବ । ଏହି ସହରର ଲୋକମାନେ ହିଁ ମୋତେ ବିଶ୍ୱାସ କରିଥିଲେ ଏବଂ ମୋତେ ପ୍ରଥମ ନିର୍ବାଚନରେ ​​ବିଜୟ ଦେଇଥିଲେ । ସେବେଠାରୁ ମୁଁ ସର୍ବଦା ଏହି ଲୋକମାନଙ୍କୁ ଭଲପାଏ ।’’

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର 2001 ମସିହାରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଗଣତାନ୍ତ୍ରିକ ବିଧି ଓ ବ୍ୟବସ୍ଥା ଅନୁସାରେ, ଏହି ପଦରେ ରହିବାକୁ ତାଙ୍କୁ 6 ମାସ ମଧ୍ୟରେ ରାଜ୍ୟରୁ କୌଣସି ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହେବାର ଆବଶ୍ୟକ ଥିଲା । ସେ ରାଜକୋଟ ଆସନରୁ ଉପ-ନିର୍ବାଚନ ଲଢିଥିଲେ । ନିଜ ରାଜନୈତିକ ଜୀବନରେ ନିର୍ବାଚିତ ଜନପ୍ରତିନିଧି ଭାବେ ପ୍ରଥମ ବିଜୟ ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଲୋକସଭା ନିର୍ବାଚନ: ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଆସିପାରେ ପ୍ରଧାନମନ୍ତ୍ରୀଙ୍କ ନାମ

ପ୍ରଧାନମନ୍ତ୍ରୀ ସେୟାର କରିଥିବା ଭିଡିଓରେ, ସେ ଉପନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିବା ଠାରୁ ନିର୍ବାଚନରେ ପ୍ରଚାର କରିବା, ଜନସଭାକୁ ସମ୍ବୋଧିତ କରିବା ଓ ଫଳାଫଳ ପରେ ବିଜୟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ପରି ସବୁ ଘଟଣାକ୍ରମ ସ୍ଥାନ ପାଇଛି । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିଜର ସର୍ବଦା ଘନିଷ୍ଠ ରାଜନୈତିକ ସହଯୋଗୀ ତଥା ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.