ETV Bharat / bharat

ପରକୀୟା ପ୍ରୀତି କଲା କିମିଆ, ୫ ସନ୍ତାନଙ୍କୁ ଛାଡ଼ି ଫେରାର ପିତାମାତା

author img

By ETV Bharat Odisha Team

Published : Feb 29, 2024, 10:58 PM IST

Sambhajinagar
Sambhajinagar

Parents Ran Away With Lovers :ପରକୀୟା ପ୍ରୀତିର କରୁଣ ପରିଣତି । ୫ ସନ୍ତାନଙ୍କୁ ଛାଡ଼ି ନିଜ ପ୍ରେମୀଙ୍କ ସହ ଫେରାର ପିତାମାତା । ଅଧିକ ପଢନ୍ତୁ

ମୁମ୍ବାଇ: ପରକୀୟା ପ୍ରୀତିରେ ଉବୁଟୁବୁ ଦମ୍ପତି । ଅବୈଧ ସମ୍ପର୍କର ବଶବର୍ତ୍ତୀ ହୋଇ ଶେଷରେ ନିଜ ସାତ ଜନ୍ମର ସାଥୀ, ପରିବାରକୁ ଛାଡ଼ି ନିଜ ନିଜ ପାର୍ଟନରଙ୍କ ସହ ଫେରାର ହୋଇଯାଇଛନ୍ତି । ଏପରିକି ୫ ସନ୍ତାନଙ୍କ ମୋହ ମଧ୍ୟ ସେମାନଙ୍କୁ ଅଟକାଇ ପାରିନାହିଁ । ଆଉ ପିତାମାତା ଛାଡ଼ି ଚାଲିଯିବା ପରେ ଏବେ ଅସହାୟ ହୋଇପଡ଼ିଛନ୍ତି ୩ଟି ଝିଅ ଓ ୨ଟି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ର ସମ୍ଭାଜିନଗରରୁ ସାମ୍ନାକୁ ଆସିଛି । ଏ ନେଇ ଫେରାର ଥିବା ପିତାମାତାଙ୍କ ବିରୋଧରେ ସତରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଏଭଳି ଅସାମାଜିକ ଘଟଣା ଗତ ୧୦ ମାସ ପୂର୍ବରୁ ଘଟିଥିଲା । ହଠାତ ସ୍ବାମୀସ୍ତ୍ରୀ ନିଜର ୫ ସନ୍ତାନଙ୍କୁ ଛାଡ଼ି ପ୍ରେମୀଙ୍କ ସହିତ ଫେରାର ହୋଇଯାଇଥିଲେ । ଆଉ ଘର ଛାଡ଼ି ଯାଇଥିଲେ ୫ ନିରୀହ ଶିଶୁଙ୍କୁ । ବାପାମାଆ ଛାଡି ଚାଲିଯିବା ପରେ ଏହି ୩ ଝିଅଙ୍କର ଯତ୍ନ ନେଇଥିଲେ ପଡ଼ୋଶୀ । ପ୍ରାୟ ୩ ମାସ ଧରି ଏପରି ଚାଲିବା ପରେ ଶିଶୁ କଲ୍ୟାଣ କମିଟି ନିକଟରେ ଖବର ପହଞ୍ଚିବା ପରେ ସେମାନେ ୩ ଶିଶୁଙ୍କୁ ଅନାଥ ଆଶ୍ରମରେ ରଖିଥିଲେ । ଏହି ୩ ଝିଅଙ୍କର ବୟସ ଯଥାକ୍ରମେ ୭, ୯ ଓ ୧୧ ବର୍ଷ । ପୁଅ ଦୁହିଁଙ୍କ ବୟସ ୧୫ ଓ ୧୩ ବର୍ଷ । ଏହାପରେ ଫେରାର ଦମ୍ପତିଙ୍କୁ ଖୋଜିବା ଲାଗି ତଦନ୍ତ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ- ପରକୀୟା ପ୍ରୀତି ସନ୍ଦେହ: ୨୦ଦିନର ଶିଶୁକୁ ବିଷ ଇଞ୍ଜେକ୍ସନ ଦେଲା ନୃଶଂସ ବାପା


ଏମିତି ୫ ମାସ ବିତିଯାଇଥିବା ବେଳେ ଫେରାର ଦମ୍ପତିଙ୍କ ନିକଟଙ୍କ ପତ୍ତା ମିଳିଥିଲା । ହେଲେ ସେମାନେ ଏକାଠି ରହିବାକୁ ମନା କରିବା ପରେ ଗତ ବୁଧବାର ଉଭୟଙ୍କ ବିରୋଧରେ ସତରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଜଣେ ପଡ଼ୋଶୀଙ୍କ କହିବାନୁସାରେ ୫ ଶିଶୁଙ୍କ ପିତାମାତା ଶ୍ରମିକ ଶ୍ରେଣୀର । ଉଭୟଙ୍କ ୨ଟି ପୁଅ ଓ ୩ଟି ଝିଅ । ସେମାନେ ସତରା ଅଞ୍ଚଳର ହାଇକୋର୍ଟ କଲୋନିରେ ରୁହନ୍ତି । ପ୍ରଥମେ ସ୍ବାମୀ ଫେରାର ହେବା ପରେ ସ୍ତ୍ରୀ ପରେ ଫେରାର ହୋଇଯାଇଥିଲା । ଏବେ ଏହି ମହିଳା ଜଣକ ଦ୍ବିତୀୟ ବିବାହ କରିଥିବା ବେଳେ ତାଙ୍କର ଦ୍ବିତୀୟ ସ୍ବାମୀଙ୍କଠାରୁ ଏକ କନ୍ୟା ସନ୍ତାନ ଜନ୍ମ ନେଇଛି । ଅନ୍ୟପଟେ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସତରା ପୋଲିସ ଷ୍ଟେସନ ସବ ଇନ୍ସପେକ୍ଟର ନନ୍ଦ କୁମାର ଭଣ୍ଡାରେ ସୂଚନା ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.