ETV Bharat / state

ପରକୀୟା ପ୍ରୀତି ସନ୍ଦେହ: ୨୦ଦିନର ଶିଶୁକୁ ବିଷ ଇଞ୍ଜେକ୍ସନ ଦେଲା ନୃଶଂସ ବାପା

author img

By

Published : May 30, 2023, 10:21 PM IST

father attempt murder to his 20 days child
୨୦ ଦିନର ଶିଶୁକୁ ବିଷ ଇଞ୍ଜେକ୍ସନ ଦେଲା ନୃଶଂସ ବାପା

ସୈତାନ ସାଜିଲା ବାପା । ଏକୋଶିଆ ପୂର୍ବରୁ ଜନ୍ମକଲା ଶିଶୁକୁ ହତ୍ୟା କରିବାକୁ ନୃଶଂସ ବାପାର ଉଦ୍ୟମ । ଅଧିକ ପଢ଼ନ୍ତୁ

୨୦ ଦିନର ଶିଶୁକୁ ବିଷ ଇଞ୍ଜେକ୍ସନ ଦେଲା ନୃଶଂସ ବାପା

ବାଲେଶ୍ବର: ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ୨୦ ଦିନର ଶିଶୁ କନ୍ୟାକୁ ବିଷ ଇଞ୍ଜେକ୍ସନ ଦେଲା ନୃଶଂସ ବାପା । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଶିଶୁଟି କଟକ ମେଡ଼ିକାଲରେ ଚିକିତ୍ସିତ ହେଉଛି । ଏହି ଘଟଣାରେ ବାପାକୁ ନୀଳଗିରି ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁସାରେ, ନୀଳଗିରି ଥାନା ସିଙ୍ଗିରି ଅଞ୍ଚଳର ଚନ୍ଦନ ମାହାର୍ଣ୍ଣାଙ୍କ ସ୍ତ୍ରୀ ବବିତା ୨୦ ଦିନ ପୂର୍ବେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଗୋଟିଏ ଦିନ ପରେ ପାଳନ ହୋଇଥାନ୍ତା ଶିଶୁ କନ୍ୟାର ଏକୋଇଶିଆ ଉତ୍ସବ। ଏହାରି ଭିତରେ ବାପା ଘଟାଇଛି ଜଘନ୍ୟ କାଣ୍ଡ । ଅଭିଯୁକ୍ତ ବାପା ଚନ୍ଦନ ମାହାର୍ଣ୍ଣାଙ୍କ ଘର ବାଲେଶ୍ୱର ମଲିକାଶପୁର ଅଞ୍ଚଳରେ ହୋଇଥିବା ବେଳେ ରବିବାର ଶ୍ୱଶୁର ଘରକୁ ଆସିଥିଲେ । ସୋମବାର ସକାଳେ ଝିଅକୁ ବିଷ ଇଞ୍ଜେକ୍ସନ ଦେଇ ମାରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଶିଶୁ କନ୍ୟାର ମାଆ ବବିତା ଦେଖି ଦେଇଥିଲେ । ଏହାପରେ ଶିଶୁକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: କୋଚିଂ ସେଣ୍ଟର ହଷ୍ଟେଲ୍‌ରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଶିଶୁ କନ୍ୟାର ଅଜା ଭାଗିରଥି ସିଂହଙ୍କ ଅଭିଯୋଗ କ୍ରମେ ପୋଲିସ ପ୍ରାଥମିକ ପଦକ୍ଷେପ ନେଇ ଅଭିଯୁକ୍ତ ବାପା ଚନ୍ଦନକୁ ଅଟକ ରଖିଛି । ଗତ ୨୦ଦିନ ତଳେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ମାଧ୍ୟମରେ ଚନ୍ଦନଙ୍କ ସ୍ତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପରେ ଶିଶୁକନ୍ୟା ସହ ମାଆ ନୀଳଗିରି ସିଙ୍ଗିରି ସ୍ଥିତ ନିଜ ବାପଘରକୁ ପଳାଇ ଯାଇଥିଲେ। ରବିବାର ଶିଶୁକନ୍ୟାର ପିତା ଚନ୍ଦନ ଶ୍ୱଶୁର ଘରକୁ ଆସି ରାତ୍ରିଯାପନ କରିଥିଲେ । ସୋମବାର ପୂର୍ବାହ୍ନରେ ଶିଶୁର ମାଆ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଆସିଥିବା ଚନ୍ଦନ ଶିଶୁକନ୍ୟାକୁ ବିଷ ଇଞ୍ଜେକସନ ଦେଇଥିଲା । ଶିଶୁର ଚିତ୍କାର ଶୁଣି ତୁରନ୍ତ ମାଆ ଘଟଣାସ୍ଥଳରେ ପହଞ୍ଚି ଝିଅ କାହିଁକି କାନ୍ଦିଲା ବୋଲି ଚନ୍ଦନକୁ ପ୍ରଶ୍ନ କରିଥିଲେ । କିନ୍ତୁ ଚନ୍ଦନ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଜନ୍ମିତ ଝିଅଟି ଚନ୍ଦନଙ୍କର ନୁହେଁ ବୋଲି କହିଛି ଚନ୍ଦନ । ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଚନ୍ଦନ ଏମିତି କାଣ୍ଡ ଭିଆଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.