ETV Bharat / bharat

ଆପ୍ ବିରୋଧରେ ଇଡିର ବଡ଼ ଆକ୍ସନ, ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଘର ସମେତ 10 ସ୍ଥାନରେ ଚଢ଼ାଉ

author img

By ETV Bharat Odisha Team

Published : Feb 6, 2024, 10:50 AM IST

Delhi ED Raid
Delhi ED Raid

Delhi ED Raid: ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ପ୍ରେସମିଟ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ ଆକ୍ସନ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସଚିବଙ୍କ ସମେତ 10 ସ୍ଥାନରେ ଚଢ଼ାଉ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ । ସକାଳୁ ସକାଳୁ ନୂଆଦିଲ୍ଲୀରେ ଇଡିର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଅର୍ଥ ହେରଫେର ମାମଲାରେ ତଦନ୍ତର ଏକ ଅଂଶ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟି ସହ ଜଡିତ ନେତାଙ୍କ ବାସଭବନରେ ଚଢ଼ାଉ କରିଛି ଇଡି । ଏଥିରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ଏନଡି ଗୁପ୍ତା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାନଙ୍କ ବସଭନରେ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମୁଦାୟ 10ଟି ଠିକଣାରେ ଏହି ରେଡ୍ କରାଯାଇଥିବା ସୂଚନା ରହିଛି ।

ଏହା ବ୍ୟତୀତ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ସଲଭ କୁମାରଙ୍କ ବାସଭବନରେ ମଧ୍ୟ ଇଡି ରେଡ ଚାଲିଛି । ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ସକାଳ 10ଟା ସମୟରେ ମନ୍ତ୍ରୀ ଆତିଶୀଙ୍କ ପ୍ରେସମିଟ ରହିଥିବା ବେଳେ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ମନ୍ତ୍ରୀ ଅତିଶିଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ

ସୂଚନା ଅନୁସାରେ, ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ନେତାଙ୍କ ଘରେ ଏହି ରେଡ କରାଯାଉଛି । ତେବେ ରେଡ ସମୟରେ କଣ ଜବତ କରାଯାଇଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ । ଅନ୍ୟପଟେ ବିଜେପି ନେତାଙ୍କ ନିର୍ଦ୍ଦେଶରେ ଆପ୍ ନେତାଙ୍କ ଉପରେ ଏକ ପ୍ରକାର ଚାପ ପକାଯାଉଥିବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ

ଆପ୍ ନେତାଙ୍କ ଉପରେ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ କେନ୍ଦ୍ର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,"ଏହା ଗଣତନ୍ତ୍ରର ହତ୍ୟା ଅଟେ । ଯଦି ଦେଶରେ କେହି ସରକାରଙ୍କ ବିରୋଧରେ କୌଣସି ବୟାନ ଦିଏ, ତାହେଲେ ଇଡି ସେଠାରେ ରେଡ୍ କରିବା ଆରମ୍ଭ କରିଥାଏ । ଗଣତନ୍ତ୍ର ହତ୍ୟା କେବଳ ଚଣ୍ଡୀଗଡରେ ହୋଇନଥିଲା, ପୂରା ଦେଶରେ ଏହା ହୋଇଛି । ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ମଧ୍ୟ ହୋଇଛି । ଗଣତନ୍ତ୍ରର ହତ୍ୟା ବିଷୟରେ କେବଳ କହୁଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କିଛି କୁହନ୍ତି ନାହିଁ । ସେ କଣ କରୁଛନ୍ତି, ଏହା ଜନସାଧାରଣ ପାଇଁ ପ୍ରଶ୍ନ ଅଟେ।"

ଅନ୍ୟପଟେ ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏନେଇ କହିଛନ୍ତି, "ଆମେ ଶୁଣିବାକୁ ପାଇଛୁ ଯେ, ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ଘରେ ଇଡି ରେଡ ଚାଲିଛି । ଏହା କଣ ପାଇଁ କରାଯାଉଛି ? ଆମକୁ ଭୟଭୀତ କରିବା ପାଇଁ ଏଭଳି କରାଯାଉଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହେଁ ଯେ, ଆମେ କାହାରିକୁ ଡରୁ ନାହୁଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.